ଧାମନଗର ଉପନିର୍ବାଚନ : ଆଜି ପ୍ରାର୍ଥୀ ଘୋଷଣା କରିପାରନ୍ତି କଂଗ୍ରେସ ଏବଂ ବିଜେଡି

ଜମୁଛି ଧାମନଗର ଉପନିର୍ବାଚନ ପ୍ରଚାର : ବୁଲି ବୁଲି ଲୋକଙ୍କ ସମର୍ଥନ ଲୋଡ଼ୁଛନ୍ତି ପ୍ରାର୍ଥୀ

କନକ ବ୍ୟୁରୋ : ଧାମନଗରର ଉପନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇଛି । ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନଥିବାବେଳେ ବିଜେପି କିନ୍ତୁ ପ୍ରାର୍ଥୀ ଘୋଷଣା କରି ପ୍ରଚାରକୁ ଜୋରଦାର କରିଛି । ଆଜି ଶୋଭାଯାତ୍ରାରେ ଯାଇ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଶୋଭା ଯାତ୍ରାବେଳେ ବାପା ବିଷ୍ଣୁ ସେଠୀଙ୍କ ଫଟୋ ରଖି ଅନୁକମ୍ପା ଭୋଟ ହାତେଇବାକୁ ସେ ଉଦ୍ୟମ କରିଛନ୍ତି ।

ସେପଟେ ବିଜେଡି ଏବଂ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବାର ସମ୍ଭାବନା ରହିଛି । ସସପେନ୍ସ କି ସରପ୍ରାଇଜ ଦେଉଛନ୍ତି ନବୀନ ସେ ଉପରେ ସମସ୍ତଙ୍କ ନଜର ରହିଛି । ଆସନ୍ତା ୧୪ ତାରିଖ ହେଉଛି ନାମାଙ୍କନର ଶେଷ ତାରିଖ । ହେଲେ ଏବେ ବି ପ୍ରାର୍ଥୀ ଘୋଷଣା କରିନି ବିଜେଡି । ଆଶାୟୀ ଅନେକ ଥିବାରୁ ଦଳୀୟ ସ୍ତରରେ ଅଙ୍କକଷା ଚାଲିଛି । ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସକୁ ଦଳ ମୈଦାନକୁ ଓହ୍ଲାଇବ ନା ସରପ୍ରାଇଜ କାର୍ଡ ଖେଳିବେ ନବୀନ ସେ ଉପରେ ନଜର ରହିଛି । ସେପଟେ କଂଗ୍ରେସର ପ୍ରାର୍ଥୀ ଚୂଡାନ୍ତ ସରିଛି । ଖୁବଶୀଘ୍ର ଦଳ ନାଁ ଘୋଷଣା କରିବ । ସ୍ଥାନୀୟ ନେତାଙ୍କୁ ଦଳ ସୁଯୋଗ ଦେବ ବୋଲି କହିସାରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe