କିଏ ହେବ ଟୁଇଟରର ନୂଆ CEO ? ପରାଗଙ୍କ ପରେ ଟୁଇଟର ଉତ୍ତରାଧୀକାରୀ ଖୋଜିସାରିଛନ୍ତି ଏଲନ ମସ୍କ...

Advertisment
କିଏ ହେବ ଟୁଇଟରର ନୂଆ CEO ? ପରାଗଙ୍କ ପରେ ଟୁଇଟର ଉତ୍ତରାଧୀକାରୀ ଖୋଜିସାରିଛନ୍ତି ଏଲନ ମସ୍କ...

କନକ ବ୍ୟୁରୋ: କିଏ ହେବ ଟୁଇଟରର ନୂଆ ସିଇଓ ? ଏ ପ୍ରଶ୍ନ ବର୍ତ୍ତମାନ ସବୁଠି । କାହାକୁ ମିଳିବ ଏହି ଲୋକପ୍ରିୟ ସାମାଜିକ ଗଣମାଧ୍ୟମର ଦାୟିତ୍ୱ । ଏଲନ ମସ୍କ ଟ୍ୱିଟରକୁ କିଣିବା ପରେ ଅନେକ ବଡ ବଡିଆ ଅଧିକାରୀଙ୍କୁ କମ୍ପାନୀରୁ ବିଦା କରାଯିବ । ଗତ ମାସରେ ୪୪ ଆରବ ଡଲାରରେ ଟୁଇଟରକୁ କିଣିଥିଲେ । ଏହି ବଡ ଡିଲ ପରେ କମ୍ପାନୀ ଅନେକ ଜଣଙ୍କୁ କମ୍ପାନୀରୁ ବିଦା କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି । ନିକଟରେ ପ୍ରକାଶ ପାଇଥିବା ରିପୋର୍ଟରେ କୁହାଯାଇଛି ଯେ ଟୁଇଟର ସିଏଓ ପରାଗ ଅଗ୍ରୱାଲ ଏବଂ କମ୍ପାନୀର କର୍ମଚାରୀଙ୍କ ବୈଠକରେ ସେମାନଙ୍କ ଚାକିରି, କମ୍ପାନୀର ଭବିଷ୍ୟତ ନେଇ ପ୍ରଶ୍ନ ଉଠିଥିଲା । ରଏଟର୍ସର ରିପୋର୍ଟ ଅନୁଯାୟୀ କମ୍ପାନୀରୁ ସିଏଓ ପରାଗ ଅଗ୍ରୱାଲ ଏବଂ ପଲିସି ହେଡ୍ ବିଜୟା ଗାଡେଙ୍କୁ ବାହାର କରାଯିବ ।

ରଏଟର୍ସର ରିପୋର୍ଟରେ ଏୟା ମଧ୍ୟ କୁହାଯାଇଛି ଯେ, ଏଲନ ମସ୍କ ନିଜର ନୂଆ ସିଏଓଙ୍କୁ ବାଛିସାରିଛନ୍ତି । ଏହି ନୂଆ ସିଅଓ ପରାଗଙ୍କ ସ୍ଥାନ ନେବେ । ଗତ ମାସରେ ଏଲନ ମସ୍କ ଟ୍ୱିଟରର ଚେୟାରମ୍ୟାନ ବ୍ରେଟ୍ ଟେଲରଙ୍କୁ କହିଥିଲେ ଯେ କମ୍ପାନୀର ମ୍ୟାନେଜମେଣ୍ଟ ଉପରେ ତାଙ୍କର ବିଶ୍ୱାସ ନାହିଁ ।

ବିଦା ହେବା ପରେ ପରାଗଙ୍କ ଭବିଷ୍ୟତ ନେଇ ପ୍ରଶ୍ନ ଉଠିଛି । ଗତ ବର୍ଷ ପରାଗ ଜ୍ୟାକ୍ ଡୋର୍ସିଙ୍କ ସ୍ଥାନରେ ନିଯୁକ୍ତ ହୋଇଥିଲେ । ସେପଟେ ଏଲନ ମସ୍କ ନୂଆ ସିଇଓ ନିଯୁକ୍ତ କରିବା ଯାଏ ପରାଗ ଏହି ଦାୟିତ୍ୱରେ ରହିବେ । ତେବେ ଯଦି ପରାଗଙ୍କ ନିଯୁକ୍ତିର ୧୨ ମାସ ମଧ୍ୟରେ ତାଙ୍କୁ ବାହାର କରାଯାଉଛି ତେବେ କମ୍ପାନୀ ତାଙ୍କୁ ୪.୩ କୋଟି ଡଲାର ଅର୍ଥ ପ୍ରଦାନ କରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe