କନକ ବ୍ୟୁରୋ: କୁକୁଡା, ବର୍ତମାନ ସମୟରେ ଅନେକ ଲୋକଙ୍କ ମନପସନ୍ଦର ଖାଦ୍ୟ ଚିକେନ୍ କହିଲେ କିଛି ଭୁଲ ହେବନି । ହେଲେ ଏହି କୁକୁଡାର ପାଳନ ମଣିଷ କେବେଠୁ କରିବା ଆରମ୍ଭ କଲା, କେବେଠୁ ସେ ଏହି ଚିକେନକୁ ଖାଇବା ଆରମ୍ଭ କଲା ..ତା ଆପଣ ଜାଣିଛନ୍ତି କି?

Advertisment

ୟୁରୋପର ରିସର୍ଚ୍ଚର, କୁକୁଡାଙ୍କୁ ନେଇ ଏକ ରୋଚକ କଥା ସାମ୍ନାକୁ ଆଣିଛନ୍ତି । ଦୀର୍ଘ ଦିନର ରିସର୍ଚ୍ଚ ପରେ, କୁକୁଡାର ପାଳନ ଆଉ ତାକୁ କେମିତି ମଣିଷ ଏହି କୁକୁଡାକୁ ଖାଇବା ଆରମ୍ଭ କଲା ତାର ଖୁଲାସା କରିଛନ୍ତି । ଯାହାକି ଆଜି ବି ଅନେକଙ୍କୁ ଅଜଣା ଥିବ ।

ପୂର୍ବ ରିସର୍ଚ୍ଚରୁ ଜଣାପଡିଥିଲା ଯେ, କୁକୁଡାର ପାଳନ ୧୦ ହଜାର ବର୍ଷ ତଳେ ଏସିଆରୁ ଆରମ୍ଭ ହେଇଥିଲା । ବିଶେଷକରି ଦକ୍ଷିଣ-ପୂର୍ବ ଏସିଆରୁ ଏହାର ଆରମ୍ଭ ହୋଇଥିଲା । ପରେ ପରେ କୁହାଯାଇଥିଲା, ପ୍ରାୟ ୭ ହଜାର ବର୍ଷ ତଳେ ଚିକେନ୍ ଖାଇବା ଆରମ୍ଭ କରିଥିଲା ମଣିଷ । ହେଲେ ଏବେର ରିସର୍ଚ୍ଚ ଅନୁସାରେ, ୧୦ ହଜାର ବର୍ଷ ତଳେ ନୁହେଁ ବରଂ ସାଢେ ୩ ହଜାର ବର୍ଷ ତଳେ ଚିକେନ ସହ ମଣିଷର ସମ୍ପର୍କ ଆରମ୍ଭ ହେଇଥିଲା ।

ଖ୍ରୀଷ୍ଟପୂର୍ବ ୧୫ ଶହରେ ମଣିଷ ପ୍ରଥମେ କୁକୁଡାର ପାଳନ କରିବା ଆରମ୍ଭ କରିଥିଲା । ଯାହାକି ଆଜିକୁ ଠିକ୍ ୩ ହଜାର ୫୨୨ ବର୍ଷ ତଳେ । ସବୁଠୁ ପ୍ରଥମେ ଲାଓସ, କମ୍ବୋଡିଆ, ଭିଏତନାମ, ମିଆଁମାର ଆଉ ଥାଇଲାଣ୍ଡରେ ଏହାକୁ ପାଳନ କରାଯାଉଥିଲା । ଆଉ ପରେ ପରେ ଏହା ବିଶ୍ୱର ଅନ୍ୟ କୋଣକୁ ପଠାଯାଉଥିଲା ବୋଲି ରିସର୍ଚ୍ଚରେ କୁହାଯାଇଛି ।

କୁକୁଡାଙ୍କ ଏହି ରିସର୍ଚ୍ଚ ପାଇଁ ବୈଜ୍ଞାନିକମାନେ ୮୯ ଦେଶର ୬୦୦ଟି ସ୍ଥାନକୁ ସର୍ଭେ କରିଥିଲେ । ଆଉ ସେଠାରୁ ମିଳିଥିବା ଅବଶେଷକୁ ନେଇ ସେମାନେ ପରୀକ୍ଷାନୀରିକ୍ଷା କରିବା ସହିତ ଅନେକ ରୋଚକ କଥା ସାମ୍ନାକୁ ଆଣିଛନ୍ତି । ତାଙ୍କ କହିବା ଅନୁସାରେ, ୧୨୫୦ରୁ ୧୬୫୦ ଖ୍ରୀଷ୍ଟପୂର୍ବ ଭିତରେ ମଣିଷ ଓ କୁକୁଡା ଭିତରେ ସମ୍ପର୍କ ଆରମ୍ଭ ହେବା ସହିତ ମଣିଷ କୁକୁଡାଙ୍କୁ ଘରେ ପାଳିବା ଆରମ୍ଭ କରିଥିଲା । ଆଉ ସେତେବେଳେ ଏହାକୁ ଏକ ପବିତ୍ର କାମ ବୋଲି ବି କୁହାଯାଉଥିଲା । ହେଲେ ସମୟ ବଢିବା ସହିତ ମଣିଷ ସେହି ଚିକେନକୁ ଖାଇବା ଆରମ୍ଭ କରିଥିଲା ।

ସବୁଠୁ ପ୍ରଥମେ ଥାଇଲାଣ୍ଡରେ କୁକୁଡା ପାଳନ ଆରମ୍ଭ ହୋଇଥିବା ରିସର୍ଚ୍ଚରୁ ଜଣାପଡିଛି । ଏହାପରେ ପରେ ଆୟର୍ଲାଣ୍ଡ, ସ୍କଟଲ୍ୟାଣ୍ଡ ଆଉ ଆଇସଲ୍ୟାଣ୍ଡରେ ଏହା ପହଚିଂଥିଲା । ଆଇରନ୍ ଏଜରେ କୁକୁଡା କୌଣସି ଖାଇବା ବ୍ୟଞ୍ଜନ ନଥିଲା । ଏହାକୁ ପାଳନ ପବିତ୍ର ବୋଲି ଗ୍ରହଣ କରାଯାଉଥିଲା । ତେବେ ବ୍ରିଟେନରେ ପ୍ରଥମେ ଚିକେନକୁ ଖାଇବା ଆରମ୍ଭ ହୋଇଥିଲା । ଆଉ ଏହାକୁ ମାରି ସୁୁସ୍ୱାଦୁ ବ୍ୟଜ୍ଞନ ପ୍ରସ୍ତୁତ କରାଗଲା । ଯାହାକି ଏବେ ସମସ୍ତଙ୍କର ଲୋକପ୍ରିୟ ହେଇସାରିଛି ।