ବାୟୁସେନା ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ସ୍ୱଦେଶ ଫେରିବା ଖୁସିରେ ସାରା ଦେଶ ଉତ୍ସବମୁଖର ହୋଇପଡିଛି । ପାକିସ୍ତାନ ସେନା ହାତରେ ଧରାପଡିବାର ୬୦ ଘଣ୍ଟା ପରେ ହିଁ ଗତକାଲି ରାତି ୯.୧୦ ସମୟରେ ପାକିସ୍ତାନୀ ଅଧିକାରୀ ଅମୃତସରର ଅଟାରୀ ବୋର୍ଡରରେ ଅଭିନନ୍ଦନଙ୍କୁ ଭାରତକୁ ଛାଡିଥିଲେ । ଏହି ସମୟରେ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ସହ ଜଣେ ମହିଳା ମଧ୍ୟ ଦେଖାଦେଇଥିଲେ । ବର୍ତ୍ତମାନ ଲୋକମାନେ ଜାଣିବାକୁ ଚାହାନ୍ତି ଯେ ଏହି ମହିଳା ଜଣକ କିଏ? ଲୋକଙ୍କ କହିବାନୁସାରେ ଏହି ମହିଳା ଜଣକ କମାଣ୍ଡର ପତ୍ନୀ କିମ୍ବା ସଂପର୍କୀୟ ହୋଇପାରନ୍ତି । କିନ୍ତୁ ଏହି ମହିଳା ନା ତାଙ୍କର ପତ୍ନୀ ନା ସଂପର୍କୀୟ । ସେ ହେଉଛନ୍ତି ପାକ୍ ବିଦେଶ କାର୍ଯ୍ୟାଳୟର ନିର୍ଦ୍ଦେଶକ ଡ.ଫରିହା ବୁଗତୀ ।
ଡ. ବୁଗତୀ ଜଣେ ଏଫଏସପି (ଭାରତର ଆଇଏଫଏସ୍ ଅଧିକାରୀ ଭଳି ) ଅଧିକାରୀ ଏବଂ ନିଜର ବିଦେଶ କାର୍ଯ୍ୟାଳୟରେ ଭାରତର ମାମଲାକୁ ସମ୍ଭାଳିବା କାର୍ଯ୍ୟରେ କରୁଛନ୍ତି । ଆପରଙ୍କୁ କହିରଖୁଛୁ କି ପାକିସ୍ତାନ ଜେଲ୍ ରେ କଏଦ୍ ଥିବା କୁଳଭୂଷଣ ଯାଦବଙ୍କ ମାମଲାକୁ ସମ୍ଭାଳୁଥିବା ମୁଖ୍ୟ ପାକ୍ ଅଧିକାରୀଙ୍କ ମଧ୍ୟରେ ସେ ଜଣେ । ଯାଦବଙ୍କ ଉପରେ ଭାରତର ଗୁଇନ୍ଦା କର୍ମଚାରୀର ଅଭିଯୋଗ ଲାଗିଥିଲା । ଗତବର୍ଷ ଇସଲାମାବାଦ୍ ରେ ଯାଦବଙ୍କ ମା ଏବଂ ପତ୍ନୀଙ୍କ ସହ ହୋଇଥିବା ଭେଟ ସମୟରେ ଡ. ବୁଗତୀ ମଧ୍ୟ ଉପସ୍ଥିତ ଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/03/aa-Cover-bemabt1n02m2qlob8721uj6fq0-20190302022015.Medi_.jpeg)
/kanak/media/post_attachments/wp-content/uploads/2019/03/01abhi-return2-300x218.jpg)