ରିଲିଜ୍ ପୂର୍ବରୁ ବିବାଦରେ‘ଗଙ୍ଗୁବାଈ କାଠିୱାଡା’ : ସୁପ୍ରିମକୋର୍ଟରେ ପହଞ୍ଚିଲା ମାମଲା; ଆଲିଆ କହିଲେ, ରିଲିଜ୍ ପୂର୍ବରୁ ବିବାଦ ବଡ କଥା ନୁହେଁ

126

କନକ ବ୍ୟୁରୋ : ଗଙ୍ଗୁବାଇ ରିଲିଜ ପୂର୍ବରୁ ହିଁ ବିବାଦ ଘେରରେ ରହିଛି । ଫିଲ୍ମକୁ ନେଇ ବମ୍ବେ ହାଇକୋର୍ଟରେ ଏକ ମାମଲା ଦାୟର ହୋଇଛି । କଂଗ୍ରେସ ନେତା ଅମିନ ପଟେଲ ସିନେମାର ଟାଇଟେଲ୍ ପରିବର୍ତନ କରିବା ପାଇଁ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସିନେମାଟି ମୁମ୍ବାଇର ଜଣେ ପ୍ରଭାବଶାଳୀ ମହିଳା ଗଙ୍ଗୁବାଈଙ୍କ ଜୀବନୀକୁ ନେଇ ଗତିଶୀଳ ହୋଇଛି । ଆଉ ତାଙ୍କୁ ଯେଉଁଭଳି ସିନେମାରେ ଚିତ୍ରିତ କରାଯାଇଛି ତାହା ସମ୍ପୂର୍ଣ୍ଣ ଭୂଲ ବୋଲି ଗଙ୍ଗୁବାଇଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ସେପଟେ ସିନେମାକୁ ନେଇ ବେଶ ଆଶାବାଦୀ ଥିବା ଅଭିନେତ୍ରୀ ଆଲିଆ କହିଛନ୍ତି । ଯିଏ କି ଗଙ୍ଗୁବାଈଙ୍କ ଚରିତ୍ରକୁ ପରଦାରେ ତୁଲାଇଛନ୍ତି ।

ସପଟେ ଫିଲ୍ମରେ ଗଙ୍ଗୁବାଈଙ୍କୁ ଭୁଲ ଭାବେ ପରିବେଷଣ କରାଯାଇଥିବା ଅଭିଯୋଗ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ତାଙ୍କ ପରିବାର ଲୋକେ । ଗଙ୍ଗୁବାଇଙ୍କ ପରିବାର ମଧ୍ୟ ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲିଙ୍କ ଉପରକେ ଆଭିଯୋଗ କରିଛନ୍ତି । ସେମାନେ କହିଛନ୍ତି ଫିଲ୍ମରେ ପ୍ରକୃତ ତଥ୍ୟକୁ ବଦଳାଯାଇଛି । ଗଙ୍ଗୁବାଇ ଜଣେ ସାମାଜିକ କର୍ମୀ ଥିଲେ । କିନ୍ତୁ ଫିଲ୍ମରେ ତାଙ୍କୁ ଜଣେ ଦେହଜୀବି ରୁପେ ଦର୍ଶାଯାଇଛି ବୋଲି ଅଭିଯୋଗ ହୋଇଛି । ସେପଟେ ଏହାକୁ ନେଇ ଆଲିଆ କହିଛନ୍ତି ଫିଲ୍ମ ରିଲିଜ ପୂର୍ବରୁ ବିବାଦରେ ରହିବା କିଛି ନୂଆ କଥା ନୁହେଁ । ଏବେ ଦେଖିବାକୁ ବାକି ରହିଲା ବିବାଦ ଭିତରେ ଗଙ୍ଗୁବାଈ ସଫଳ ହେଉଛି କି ନାହିଁ । ୨୫ ଫେବୃଆରୀରେ ପରଦାକୁ ଆସୁଛି ଫିଲ୍ମ ।