କନକ ବ୍ୟୁରୋ : ଉତ୍ତର କୋରିଆରେ କରୋନାର ତାଣ୍ଡବ ଦେଖିବାକୁ ମିଳିଛି । ଗୋଟିଏ ସପ୍ତାହ ତଳେ ଦେଶରେ ପ୍ରଥମ କରୋନାର ମାମଲା ସାମ୍ନାକୁ ଆସିଥିଲା । ତେବେ ଏହା ପରେ ଲଗାତର ଦେଶରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲଗିଛି । ସ୍ଥିତି ସମ୍ଭାଳିବା ପାଇଁ ସେନାକୁ ପ୍ରସ୍ତୁତ କରାଯାଇଛି । ତେବେ କୋରିଆରେ ସଂକ୍ରମଣ ବଢିବା ସାରା ବିଶ୍ୱ ପାଇଁ ଚିନ୍ତା ବଢାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ହୁ କହିଛି ଉତ୍ତର କୋରିଆରୁ କରୋନାର ନୂଆ ଭାରିଆଣ୍ଟସୃଷ୍ଟି ହୋଇପାରେ । କୋରିଆରେ ଟିକା ନେଇ ନଥିବା ଲୋକଙ୍କ ମଧ୍ୟରେ ଏହା ବ୍ୟାପିବାରେ ଲାଗିଛି । ଏହା ଆଗାମୀ ଦିନରେ ବିପଦର ସଙ୍କେତ ଦେଇଛି ।

Advertisment

ଉତ୍ତର କୋରିଆ ମଧ୍ୟ ହୁୃର ସଦସ୍ୟ । ଦେଶରେ ପ୍ରଥମ ଥର କୋଭିଡ୍-୧୯ ସଂକ୍ରମଣ ଦେଖାଦେଇଥିବା ବେଳେ ଏଥିରୁ ଦେଶ ବର୍ତ୍ତି ପାରିନାହିଁ । ତେବେ ଭ୍ୟାକସିନର ଅଭାବ, ଚିକିତ୍ସାସୁବିଧାର ଅଭାବ କରୋନା ସଂକ୍ରମଣ ବଢୁଥିବାର ପ୍ରମୁଖ କାରଣ ପାଲଟିଛି । ଏହା ଦ୍ୱାରା ବିପଦ ବଢିବାର ଆଶଙ୍କା ସୃ୍ଷ୍ଟି ହୋଇଛି । ହୁର ନିର୍ଦ୍ଦେଶକ ମାଇକ ରାୟନ କହିଛନ୍ତି ଯଦି କୌଣସି ଦେଶ ଉପଲବ୍ଧ ଥିବା ବ୍ୟବସ୍ଥାର ସଠିକ ବ୍ୟବହାର କରିବ ନାହିଁ ତେବେ ନିଶ୍ଚିତ ଭାବେ ଏହା ଚିନ୍ତା ବଢାଇବ ।

ସେ କହିଛନ୍ତି ହୁର ବାରମ୍ବାର ଚେତାବନୀ ଦେଇଛି ଯେଉଁଠି ସଂକ୍ରମଣ ନେଇ ବାରମ୍ବାର ସୂଚନା ପରେ ଯାଞ୍ଚ ହେଉନାହିଁ ସେଠି ନୂଆ ଭାରିଆଣ୍ଟର ଡର ଅଧିକ ରହିଛି । ହୁର ମୁଖ୍ୟ ଟେଡ୍ରୋସ ଏଡହାନୋସ ଘୋବ୍ରିୟ।।ସିସ ମଧ୍ୟ କହିଛନ୍ତି, ଟିକା ନେଉନଥିବା ଲୋକଙ୍କ ମଧ୍ୟରେ ସଂକ୍ରମଣ ଚିନ୍ତାର ବିଷୟ ।

ସଂଯୁକ୍ତ ରାଷ୍ଟ୍ରର ସ୍ୱାସ୍ଥ୍ୟ ଏଜେନ୍ସି ପ୍ରଥମେ କହିଥିଲେ କି ପିୟୋଂୟଙ୍ଗ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାର ସୂଚନା ଅନ୍ତରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସଂଗଠନକୁ ଦେଇନାହିଁ । ଏହା ଆଇନର ଉଲ୍ଲଂଘନ । ରିଆନଙ୍କର କହିବା କଥା ଆମ ସଂସ୍ଥା ପୂରା ପ୍ରସ୍ତୁତ ରହିଛି । ତେବେ କୌଣସି ରାଷ୍ଟ୍ରରେ ହସ୍ତକ୍ଷେପ କରିବାର ଅଧିକାର ଆମ ପାଖରେ ନାହିଁ ।

ଗତ ୨ବର୍ଷରେ କରୋନା ଯେତେବେଳେ ପୂରା ବିଶ୍ୱରେ ତାର ପ୍ରକୋପ ଦେଖାଇଥିଲା କିନ୍ତୁ, ଉତ୍ତର କୋରିଆରେ ଏହାର ପ୍ରଭାବ ନଥିଲା । କଡା କଟକଣା ଯୋଗୁ ଏଠି ସଂକ୍ରମଣ ପସିନଥିଲା । ମେ ୮ ତାରିଖରେ କୋରନାର ପ୍ରଥମ ମାମଲା ଦେଶରେ ସାମ୍ନାକୁ ଆସିଥିଲା । ଏକ ସପ୍ତାହ ମଧ୍ୟରେ ଦେଶରେ ୧୬୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଣଙ୍କର ମୃତ୍ୟୁ ହୋଇସାରିଛି । ବର୍ତ୍ତମାନ ସୁଦ୍ଧା ଦେଢ ଲକ୍ଷ ଜଣ ଜ୍ୱରରେ ପିଡିତ ଅଛନ୍ତି ।