ୟୁରୋପ ଓ ମଧ୍ୟ ଏସିଆରେ ସଂକ୍ରମଣକୁ ନେଇ ସତର୍କ କଲା ହୁ । ପଦକ୍ଷେପ ନନେଲେ ସାଂଘାତିକ ହେବ ସ୍ଥିତି । ଏପଟେ ଓଡ଼ିଶାରେ ୧୭୦କୁ ଖସିଲା ଦୈନିକ ସଂକ୍ରମଣ

107

କନକ ବ୍ୟୁରୋ: ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ମାତ୍ର ୧୭୦ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଉ ନଭେମ୍ବର ମାସର ପ୍ରଥମ ୫ ଦିନର ଦୈନିକ ସଂକ୍ରମଣ ଉପରେ ନଜର ପକାଇଲେ ଜଣାପଡିବ ଯେ – ପ୍ରଥମ ୪ ଦିନ ୩୦୦ ଉପରେ ସଂକ୍ରମଣ ଚିହ୍ନଟ ହେଉଥିବା ବେଳେ ୫ ତାରିଖ ଦିନ ମାତ୍ର ୧୭୦ ମାମଲା ଆସିଛି । ଗତ ମାର୍ଚ୍ଚ ୨୩ ତାରିଖ ଦିନ ରାଜ୍ୟରେ ସେହି ୧୭୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ, ଏହାପରେ ସାଢ଼େ ୭ ମାସ ପରେ ସମାନ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଓଡ଼ିଶା କରୋନା ମିଟର

  •   ତାରିଖ          ସଂକ୍ରମଣ
  • ନଭେମ୍ବର ୧      ୩୧୬
  • ନଭେମ୍ବର ୨      ୩୨୭
  • ନଭେମ୍ବର ୩      ୩୨୨
  • ନଭେମ୍ବର ୪      ୩୫୧
  • ନଭେମ୍ବର ୫     ୧୭୦

କେବଳ ସଂକ୍ରମଣ ନୁହେଁ ଟେଷ୍ଟ ପଜିଟିଭିଟି ହାର ମଧ୍ୟ ରାଜ୍ୟରେ ଯଥେଷ୍ଟ କମ ରହିଛି । ରାଜ୍ୟର ସମସ୍ତ ଜିଲ୍ଲାରେ ଟେଷ୍ଟ ପଜିଟିଭିଟି ହାର ୧ ପ୍ରତିଶତ ତଳେ ରହିଛି । ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ହାର ୦.୮ ପ୍ରତିଶତ ଏବଂ କେନ୍ଦ୍ରାପଡ଼ା ଓ ବାଲେଶ୍ୱରରେ ଟେଷ୍ଟ ପଜିଟିଭିଟି ହାର ରହିଛି ୦.୫ ପ୍ରତିଶତ । ଏହାସତ୍ତ୍ୱ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ଡାକ୍ତର ।

  • କେନ୍ଦ୍ର ଏସିଆ ଓ ୟୁରୋପରେ ପୁଣି ବଢ଼ିଲା ‘ଡେଲ୍ଟା’ ଭୟ
  • ସତର୍କ କରାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ
  • ୩ ମାସରେ ଯାଇପାରେ ୫ ଲକ୍ଷ ଜୀବନ

ରୁଷିଆ ସମେତ କେନ୍ଦ୍ର ଏସିଆ ଏବଂ ୟୁରୋପୀୟ ଦେଶରେ ଗତ ସପ୍ତାହରେ ହୁ ହୁ ବଢ଼ିଚାଲିଛି କରୋନା ସଂକମଣ । ଡେଲ୍ଟା ଭୂତାଣୁ ଯୋଗୁଁ ଅଣାୟତ୍ତ ହେବାରେ ଲାଗିଛି ପରିସ୍ଥିତି । ୭ ଦିନ ମଧ୍ୟରେ କେନ୍ଦ୍ର ଏସିଆ ଓ ୟୁରୋପରେ ୧୮ ଲକ୍ଷ ନୂଆ ମାମଲା ଆସିଛି । ଗୋଟିଏ ସପ୍ତାହରେ କରୋନା ନେଇଛି ୨୪ ହଜାର ଜୀବନ । ୟୁରୋପରେ ୬ ପ୍ରତିଶତ ଓ କେନ୍ଦ୍ର ଏସିଆରେ ୧୨ ପ୍ରତିଶତ ସଂକ୍ରମଣ ବୃଦ୍ଧି ପାଇଛି । ଫଳରେ ଡେଲଟା ଭୂତାଣୁ ଆତଙ୍କ ଖେଳାଇ ଦେଇଛି । ତେବେ ଭାରତରେ ଡେଲଟା ଭୂତାଣୁ ଯୋଗୁଁ ପୁଣିଥରେ ସଂକ୍ରମଣ ବଢ଼ିବା ଆଶଙ୍କା କମ ରହିଥିବା କହିଛନ୍ତି ବିଶେଷଜ୍ଞ ଡାକ୍ତର ।