ବିଶ୍ୱବାସୀଙ୍କୁ ସର୍ତକ କରାଇଲା ହୁ’: କହିଲା, ଆସିପାରେ ଆଉ ଏକ ଭାରିଆଣ୍ଟ

212

କନକ ବ୍ୟୁରୋ: ଦେଶରେ କମୁଛି କରୋନା ସଂକ୍ରମଣ । ସ୍ୱାଭାବିକ ହେଉଛି ଜୀବନ । ଏହା ଭିତରେ ପୁଣି ଥେରେ ବିଶ୍ୱବାସୀଙ୍କୁ ସର୍ତକ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ତୃତୀୟ ଲହର ସଂକ୍ରମଣ କମ୍ ହେଉଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନାକୁ ନେଇ ସତର୍କ କରାଇଛି । ସଂଗଠନ କହିଛି ଓମିକ୍ରନ ଶେଷ ଭ୍ୟାରିଆଂଟ ହେବ ନାହିଁ । ଏହାପରେ ଯେଉଁ ଭ୍ୟାରିଆଂଟ ଆସିବ ତାହା ଅଧିକ ସଂକ୍ରାମକ ହେବାର ଆଶଙ୍କା ରହିଛି । ଏହାର କାରଣ ହେଉଛି, ବର୍ତମାନ ରହିଥିବା ଭୂତାଣୁର ଶକ୍ତିକୁ ଅତିକ୍ରମ କରି ନୂଆ ଭ୍ୟାରିଆଂଟ ଆସିବ । । ବର୍ତମାନର ଭ୍ୟାକସିନ ଏହାକୁ ରୋକିବାରେ ବିଫଳ ହୋଇପାରେ ବୋଲି କୁହାଯାଇଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଗଂଠନର ସଂକ୍ରାମକ ବିଶେଷଜ୍ଞ ଓ କୋଭିଡ ବୈଷୟିକ ଟିମ ମୁଖ୍ୟ ଡାକ୍ତର ମାରିଆ ଭାନ କେରକୋଭେ କହିଛନ୍ତି କି ମହାମାରୀର ଅନ୍ତ ପାଇଁ ସମୟ ବାକି ଅଛି । ମହାମାରୀ କେବେ ଶେଷ ହେବ ଏହାର ଉତର ଅସ୍ପଷ୍ଟ ରହିଛି । ଭବିଷ୍ୟତରେ କୋଭିଡ ୧୯ର ନୂଆ ଭାରିଆଂଟ ଆସିପାରେ । ଏହି ନୂଆ ଭାରିଆଂଟ ବର୍ତମାନର ଭାରିଆଂଟଠୁ ଅଧିକ ଘାତକ ହୋଇପାରେ । ଓମିକ୍ରନ ତୁଳନାରେ ଏହି ନୂଆ ଭାରିଆଂଟରେ ଲୋକମାନେ ଅଧିକ ସଂକ୍ରମିତ ହେବେ । କିନ୍ତୁ କେତେ ଘାତକ ହେବ ନୂଆ ଭାରିଆଂଟ ତା ଉପରେ ଗବେଷଣା ଚାଲିଛି । ତେଣୁ ଆମକୁ ସର୍ତକ ଓ ସଚେତନ ରହିବାକୁ ପଡିବ । ଏଥିସହ ହୁ ବିଶେଷଜ୍ଞ କହିଛନ୍ତି କି ହୁଏତ ନୂଆ ଭାରିଆଂଟ ବିଶେଷ କ୍ଷତି ନ କରିପାରେ । ତେବେ ଟିକା ନନେଇ ନଥିବା ଲୋକଙ୍କ ପାଇଁ ଏହା ବଡ ବିପଦ ଆଣିପାରେ ।

ଗତ କିଛି ଦିନ ହେବ ଦେଶରେ ଦୈନିକ ସଂକ୍ରମଣ ତଳମୁହାଁ ରହିଛି । ଡିସେମ୍ବର ୩ୟ ସପ୍ତାହରୁ କରୋନାର ନୂଆ ଭ୍ୟାରିଆଂଟ ଓମିକ୍ରନ ପ୍ରଭାବରେ ଦୈନିକ ସଂକ୍ରମଣ ୩ଲକ୍ଷରୁ ଅଧିକ ରହୁଥିବାବେଳେ ଜାନୁଆରୀ ଶେଷ ସପ୍ତାହ ପରଠୁ ଏଥିରେ ହ୍ରାସ ପରିଲିକ୍ଷିତ ହୋଇଛି । ଲଗାତର ୩ୟ ଦିନ ପାଇଁ ଦେଶରେ ଦୈନିକ ସଂକ୍ରମଣ ଏକ ଲକ୍ଷ ତଳେ ରହୁଛି । ଗୋଟେ ପଟେ ସଂକ୍ରମଣ କମୁଛି,ପଜିଟିଭିଟି ରେଟ ବି ହ୍ରାସ ପାଉଛି କିନ୍ତୁ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍ । ଦେଶରେ ମୃତ୍ୟୁ ହାର ୧.୧୯% ପ୍ରତିଶତ ରହିଥିବାବେଳେ ସୁସ୍ଥ ହାର ୯୬.୪୬ % ରହିଛି । ଏହି ସବୁ ଭିତରେ ଆଶସ୍ତିକର ଖବର କି ଦୈନିକ ପଜିଟିଭିଟି ରେଟ୍ ବା ଟିପିଆର ବର୍ତମାନ ୭.୫ %ରୁ ଖସି ୫.୦୨% ରେ ପହଁଚି ଯାଇଛି ।