ସୁଧାଂଶୁ ରାଉତଙ୍କ ଦ୍ୱାରା ଠକେଇର ଶିକାର ହୋଇଥିଲେ କୁହ, ପୋଲିସ ନେବ ଆକ୍ସନ

210

କନକ ବ୍ୟୁରୋ: ଆଜି କୋର୍ଟ ଚାଲାଣ ହେବେ ୱେବ ପୋର୍ଟାଲ ଏଡିଟର ସୁଧାଂଶୁ ରାଉତ । ଗିରଫ ହେବା ପରେ ସୁଧାଂଶୁ ରାଉତଙ୍କ ନାଁରେ ଅଭିଯୋଗର ପେଡି ଖୋଲିବାରେ ଲାଗିଛି । ଏହି ମାମଲାରେ ଏକ ୪ ଜଣିଆ ସ୍ୱତନ୍ତ୍ର ଟିମ ଅନୁସନ୍ଧାନ ଚଳାଇଛନ୍ତି । ସେପଟେ ଏହି ବ୍ୟକ୍ତିଙ୍କ ଦ୍ୱାରା ଅପରାଧର ଶିକାର ହୋଇଥିଲେ ଅଭିଯୋଗ କରିବାକୁ ଡିସିପି କହିଛନ୍ତି ।

ଦୂତୀ ଚାନ୍ଦଙ୍କ ବିରୋଧରେ ଅଶାଳୀନ ଭାଷାରେ ରିପୋର୍ଟ କରିବା ପରେ ୱେବ୍ ପୋର୍ଟାଲର ଏଡ଼ିଟରଙ୍କୁ ଗିରଫ କରିଛି ପୋଲିସ । ଏହାସହ ତାଙ୍କ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି । ସୁଧାଂଶୁଙ୍କ ବିରୋଧରେ ଆଇପିସିର ଧାରା ୩୫୪-ଏ ଅର୍ଥାତ୍ ଯୌନ ନିର୍ୟାତନା, ଆଇପିସିର ଧାରା ୫୦୬ ଅର୍ଥାତ ଅପରାଧିକ ଧମକ, ଆଇପିସିର ଧାରା ୧୨୦-ବି ଅର୍ଥାତ ଅପରାଧିକ ଷଡଯନ୍ତ୍ର, ଧାରା ୩୮୫ ଅର୍ଥାତ୍ ଭୟଭୀତ କରି ବଟି ଆଦାୟ କରିବା, ଧାରା ୫୦୯ ଅର୍ଥାତ୍ ଜଣେ ମହିଳାଙ୍କ ଇଜ୍ଜତ୍ ଉପରେ ଆଂଚ ଆଣିବା ପରି କାର୍ୟ୍ୟ କରିବା ଭଳି ଧାରାରେ ପୋଲିସ ମାମଲା ରୁଜୁ ହୋଇଛି ।