କନକ ବ୍ୟୁରୋ: ଗଣ୍ଡଗୋଳ ପରେ ଭୁବନେଶ୍ବର ଉପକଣ୍ଠ ମଧୁପୁର ଗାଁ ପୁରୁଷଶୂନ୍ୟ ହୋଇଯାଇଛି। ଖାଁ ଖାଁ ପୁରା ଗାଁ। ଜମି ପାଇଁ ଗଣ୍ଡଗୋଳ ଓ ରାସ୍ତାରୋକ କରିଥିନା ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇ ୩୩ଜଣଙ୍କୁ ଗିରଫ କରିଛି। ଗତକାଲି ବିଳମ୍ୱିତ ରାତିରେ ଗାଁରେ ପହଁଚି ୨୭ ଜଣ ପୁରୁଷ ୬ ମହିଳାଙ୍କୁ ଗିରଫ କରିଛି । ପୂର୍ବତନ ବିଧାୟକ ଅରବିନ୍ଦ ଢାଲିଙ୍କ ରାସ୍ତା କବଜାକୁ ନେଇ ଗ୍ରାମବାସୀ ଧାରଣା ଦେଇଥିଲେ । ସେପଟେ ଢାଲି କହିଛନ୍ତି ଗାଁ ହୋକେ ବ୍ଲାକମେଲିଂ କରୁଛନ୍ତି ।
ରାଜଧାନୀ ଉପକଣ୍ଠ ମଧୁପୁର ଗାଁ। କାଁ ଭାଁ ଲୋକଙ୍କୁ ଛାଡିଲେ, ଗାଁ ଏବେ ପୁରୁଷ ଶୂନ୍ୟ। ବୃଦ୍ଧ, ମହିଳା ଓ ଛୋଟ ଛୁଆଙ୍କୁ ଛାଡି ଦେଲେ କାହରିକୁ ଦେଖିବାକୁ ମିଳୁନି। ଗାଁ ଲୋକଙ୍କ ଅଭିଯୋଗ ବିଲଡର ସଂସ୍ଥା ଜୋର ଜବରଦସ୍ତ ଗାଁ ରାସ୍ତାକୁ କବଜ୍ଜା କରିନେଇଛି। ଲୋକଙ୍କ ଅଭିଯୋଗ ଗାଁକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାକୁ ପୂର୍ବତ୍ତନ ବିଧାୟକ ଅରବିନ୍ଦ ଢାଲି ନିଜ ଫାଇଦା ପାଇଁ ଜବରଦଖଲ କରିଛନ୍ତି। ଏପରିକି ଗାଁର ଯାତ୍ରା ପଡିଆ ଚାରିପଟରେ ବାଡ ବୁଲିଛି। ଏହି ଜାଗାକୁ ଫେରାଇ ଆଣିବାକୁ ଯାଇ, କିଛିଦିନ ତଳେ ଗାଁ ଲୋକେ ରାସ୍ତା ଅବରୋଧ କରିଥିଲେ। ଯାହାକୁ ନେଇ ପୁଲିସ ଶୁକ୍ରବାର ରାତିରେ ଘର ଘର ବୁଲି ୪୦ରୁ ଅଧିକ ମହିଳା ଓ ପୁରୁଷଙ୍କୁ ଥାନାକୁ ଉଠାଇ ନେଇଛି।
ଏପଟେ ଅରବିନ୍ଦ ଢାଲି ସଫେଇ ରଖି କହିଛନ୍ତି । ଗାଁରେ ଏକ ରାକେଟ ଚାଲିଛି। ଦାଦାବଟି ନଦେବାରୁ ଏଭଳି ଷଡଯନ୍ତ୍ର କରାଯାଇଛି। ପୁଲିସ ମଧ୍ୟ ସ୍ପଷ୍ଟ କରିଛି ଗ୍ରାମବାସୀ ଦାବି କରୁଥିବା ଜମି ଟି ସରକାରୀ କିମ୍ୱା ଗାଁର ସମ୍ପତ୍ତି ନୁହେଁ ବରଂ ଏହା ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କର ସ୍ଥିତିବାନ ଜମି। ପୁଲିସକୁ ମାଡ ମାରି ଲହୁ ଲୁହାଣ କରିଥିବା ଅଭିଯୋଗରେ ୩୩ ଜଣଙ୍କୁ ଗିରଫ କରିଯାଇଛି।
ପ୍ରଶ୍ନ ଉଠୁଛି-
- ମଧୁପୁର ଗାଁକୁ ସଂଯୋଗ କରୁଥିବା ରାସ୍ତାର ମାଲିକାନା କାହାର ?
- କିଏ କହୁଛି କେତେ ସତ ଓ କୁଆଡେ ଗଲା ଗାଁର ରାସ୍ତା?