କିଏ ନେଇଗଲା ଅର୍ଚ୍ଚନାଙ୍କ ଘରର ଫୁଟେଜ? ଗାଏବ ହୋଇଗଲା କି ସିସିଟିଭି ଉଠିଲା ପ୍ରଶ୍ନ।

180

କନକ ବ୍ୟୁରୋ: ବ୍ଲାକମେଲ କୁଇନ ଅର୍ଚ୍ଚନା ନାଗଙ୍କ ଘରର ସିସିଟିଭିର ଡିଭିଆରକୁ ଖୋଜୁଛି ପ୍ରବର୍ତନ ନିର୍ଦ୍ଦେଶାଳୟ । କୁହାଯାଉଛି, ଅର୍ଚ୍ଚନାଙ୍କ ଗିରଫଦାରୀର ମାସକ ପୂର୍ବର ସମସ୍ତ ଫୁଟେଜ ଏହି ସିସିଟିଭିରେ କଏଦ ହୋଇଥିଲା । ପ୍ରଭାବଶାଳୀଙ୍କ ଚେହେରା ପଦାକୁ ଆସିବା ଭୟରେ ସିସିଟିଭି ଫୁଟେଜକୁ ଗାଏବ କରିଦିଆଯାଇଥିବା ଚର୍ଚ୍ଚା ଜୋର ଧରିଛି ।

କୁଆଡେ ଗଲା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଘରର ସିସିଟିଭି ଫୁଟେଜ । ଅର୍ଚ୍ଚନାଙ୍କ ବିଳାସପୂର୍ଣ୍ଣ ଘରେ ସୁରକ୍ଷା ଦୃଷ୍ଟିକୋଣରୁ ଲଗାଯାଇଥିବା ମାଳମାଳ ସିସିଟିଭିର ଫୁଟେଜକୁ ଖୋଜୁଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଇଡି ତଦନ୍ତରୁ ଜାଣିବା ପାଇଁ ପାଇଛି ଅର୍ଚ୍ଚନାଙ୍କୁ ଗିରଫ କରାଯିବା ପର୍ଯ୍ୟନ୍ତ ପ୍ରାୟ ମାସକର ଫୁଟେଜ କ୍ୟାମେରାରେ କଏଦ ହୋଇ ରହିଥିଲା । ମାସକ ଭିତରେ ମାଳମାଳ ରାଜନେତା, ବ୍ୟବସାୟୀ ଓ ପ୍ରଭାବଶାଳୀଙ୍କ ବେଶ ଭିଡ ଜମିଥିଲା । ତେବେ ସିସିଟିଭିରେ ପ୍ରଭାବଶାଳୀଙ୍କ ଚିତ୍ର କଏଦ ଥିବାରୁ ଡିଭିଆରକୁ ଗାଏବ କରାଯାଇଥିବା ସନ୍ଦେହ କରୁଛି ଇଡି ।

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଲିଙ୍କରେ ବହୁ ପ୍ରଭାବଶାଳୀ ରହିଥିଲେ । ହନିଟ୍ରାପ ଓ ବ୍ଲାକମେଲିଂ ଜରିଆରେ କୋଟି କୋଟି ଟଙ୍କାର ଆର୍ଥିକ କାରବାର କରୁଥିଲ ଅର୍ଚ୍ଚନା । କୁହାଯାଉଛି, ଜଣେ ପ୍ରଭାବଶାଳୀ ରାଜନେତାଙ୍କ ପାଖରେ ପଂହଚିବାକୁ ଇଡି ପ୍ରସ୍ତୁତ ରହିଛି । ଏହାର ତଦନ୍ତ ପ୍ରବର୍ତନ ନିର୍ଦ୍ଦେଶାଳୟ କରୁଥିବାବେଳେ ଧୀରେ ଧୀରେ ପ୍ରମାଣ ନଷ୍ଟ କରି ମାମଲାକୁ ହାଲୁକା କରିବାକୁ ଉଦ୍ୟମ ହେଉଥିବା ଚର୍ଚ୍ଚା ହେଉଛି । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଗୋଟିଏପଟେ ଅର୍ଚ୍ଚନାଙ୍କ ଘରର ସିସିଟିଭି ଫୁଟେଜ ଗାଏବ ଓ ଅନ୍ୟପଟେ ଏସଏଫଏସଏଲରେ ପଡିରହିିଥିବା ଅର୍ଚ୍ଚନାଙ୍କ ମୋବାଇଲ, ଲ୍ୟାପଟପ ,ପେନଡ୍ରାଇଭ ଓ ଟ୍ୟାବଲେଡର ଫରେନସିକ ରିପୋର୍ଟ ନ ମିଳିବା ।
ଏଠାରେ ପ୍ରଶ୍ନ ଉଠୁଛି

-କେଉଁଠି ଅଛି ଅର୍ଚ୍ଚନାଙ୍କ ଘରର ସିସିଟିଭି?
-କିଏ ଓ କାହିଁକି ଲୁଚାଇରଖିଛି ଏହି ଫୁଟେଜକୁ ?
-ଫୁଟେଜରେ ଲୁଚି ରହିଛି କି ଅର୍ଚ୍ଚନା ସାମ୍ରାଜ୍ୟର ସତ?
-ଫୁଟେଜରେ ଥିଲା କେଉଁମାନଙ୍କ ଚେହେରା?
-ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ମିଳିବ ତ ଅର୍ଚ୍ଚନାଙ୍କ ବିବାଦୀୟ ଡିଭିଆର?