ଅଜାଣତରେ କୁକୁଡା ଛୁଆ ଉପରେ ସାଇକେଲ୍ ଚଢାଇ ଡାକ୍ତରଖାନା ନେଇଥିବା ଶିଶୁକୁ ସ୍କୁଲରୁ ଦିଆଗଲା ସମ୍ମାନ ! ଭାଇରାଲ୍ ହେଲା ଫଟୋ ।

ଅଜାଣତରେ କୁକୁଡା ଛୁଆ ଉପରେ ସାଇକେଲ୍ ଚଢାଇ ଡାକ୍ତରଖାନା ନେଇଥିବା ଶିଶୁକୁ ସ୍କୁଲରୁ ଦିଆଗଲା ସମ୍ମାନ ! ଭାଇରାଲ୍ ହେଲା ଫଟୋ ।

Dallas

ମିଜୋରାମରେ ବସବାସ କରୁଥିବା ଜଣେ କଅଁଳ ଶିଶୁ ଏବେ ଚର୍ଚ୍ଚାରେ ରହିଛି । ଏହି କୁନି ପିଲାଟିର ନାମ ଦେରେକ୍ ସି ଲାଲଚ୍ଚାହ୍ନିମା ଓ ବୟସ ୬ବର୍ଷ। ଦେରେକ୍ ନିଜ ନୂଆ କିଣା ଯାଇଥିବା ସାଇକେଲ୍ ଧରି ରାସ୍ତାରେ ଚଲାଉଥାଏ। ସେହି ସମୟରେ ଦୁର୍ଭାଗ୍ୟକୁ ତା’ ସାଇକେଲ୍ ସାମ୍ନାକୁ ପଡ଼ୋଶୀ ଘରର କୁକୁଡ଼ା ଚାଲି ଆସିଲା। ପିଲାଟି ସାଇକେଲ୍ ଉପରେ ନିୟନ୍ତ୍ରଣ ରଖି ନପାରିବାରୁ କୁକୁଡ଼ା ଉପରେ ଚଢ଼ାଇ ଦେଇଥିଲା। ଏଥିରେ କୁକୁଡା ଦେହରେ ଆଘାତ ଲାଗିଲା।

publive-image

ଏହାପରେ କୁନି ଶିଶୁଟି କୁନି ହାତରେ କୁକୁଡାକୁ ନେଇ ତାର ପାଖରେ ଥିବା ସମସ୍ତ ଅର୍ଥକୁ ଧରି ହସପିଟାଲ୍ରେ ଚିକିତ୍ସା ପାଇଁ ପହଞ୍ଚିଥିଲା। ଶିଶୁଟିର ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସେ ଚର୍ଚ୍ଚାର ପରିସରରେ ରହିଛି। ଦେରକର ଏଭଳି ମନୋଭାବ ଦେଖି ସ୍କୁଲ ତାକୁ ପୁରସ୍କୃତ ମଧ୍ୟ କରିଛି। ଏହି ପୁରସ୍କାର ପାଇବା ପରେ କୁନି ଶିଶୁଟି ମୁହଁରେ ଖୁସିର ଲହରି ଖେଳି ଯାଇଥିଲା। ଯାହା ଆପଣ ଫଟୋରେ ଦେଖି ପାରୁ ଥିବେ। ଜଣେ ଫେସବୁକ୍ ବ୍ୟବହାରକାରୀ ଏହି ଫଟୋକୁ ତାଙ୍କ ଆକାଉଣ୍ଟରେ ସେୟାର୍ କରିବା ପରେ ୫୦ ହଜାରରୁ ଉର୍ଧ୍ୱ ସେୟାର୍ ହୋଇ ସାରିଲାଣି। ଅନେକ ଫେସବୁକ୍ ବ୍ୟବହାକାରୀ ପିଲାଟିକୁ ନିଜର ସ୍ନେହ ଦେବା ସହ ତା’ର ଖୁବ୍ ପ୍ରଶଂସା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe