ଭାରତ କଥାରେ ହଁ ମାରିଲା ‘ହୁ’ । କରୋନା ଚିକିତ୍ସା ପାଇଁ ବ୍ୟବହାର ହୋଇପାରିବ ହାଇଡ୍ରୋକ୍ସି କ୍ଲୋରୋକୁଇନ । ଭାରତରୁ ଦୃଢ଼ ଯୁକ୍ତି ପରେ ଶେଷରେ ମିଳିଲା ଅନୁମତି ।

650

କନକ ବ୍ୟୁରା: କରୋନା ଚିକିତ୍ସାରେ ପୁଣି ହାଇଡ୍ରୋକ୍ସିକ୍ଲୋରୋକୁଇନର ବ୍ୟବହାର ହେବ । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭାରତର ପ୍ରସ୍ତାବକୁ ଗ୍ରହଣ କରିଛି । ପୂର୍ବରୁ ହାଇଡ୍ରୋକ୍ସିକ୍ଲୋରୋକୁଇନର ବ୍ୟବହାର ବିପଦଜନକ କହିଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ହେଲେ କରୋନା ସଂକ୍ରମଣ କମାଇବାକୁ ହାଇଡ୍ରୋକ୍ସି କ୍ଲୋରୋକୁଇନର ସପକ୍ଷରେ ଭାରତ ଦୃଢ ଯୁକ୍ତି ଉପସ୍ଥାପନ ପରେ ଡବ୍ଲୁଏଚଓ ପୂର୍ବ ଆଭିମୁଖ୍ୟ ବଦଳାଇଛି ।

ଆବଶ୍ୟକ ପରୀକ୍ଷଣ ପ୍ରଟୋକଲ ଆଧାରରେ ଭାରତ ପ୍ରସ୍ତାବ ଦେଇଥିଲା । ଆଉ ଏହାର ଯଥେଷ୍ଟ ପ୍ରାମାଣିକ ତଥ୍ୟ ଥିବାରୁ ଡବ୍ଲୁଏଚଓ କ୍ଲୋରୋକୁଇନ ବ୍ୟବହାର ପାଇଁ ଅନୁମତି ଦେଇଛି । କରୋନା ରୋଗୀଙ୍କ କ୍ଷେତ୍ରରେ ଏହି ଔଷଧର ସୁଫଳ କିଭଳି ମିଳିପାରିବ ସେଥିପାଇଁ ଅଧିକ ପରୀକ୍ଷା କରାଯିବ । ଏବଂ ଖୁବଶୀଘ୍ର ଏବାବଦରେ ପରିଣାମ ଆସିବ ବୋଲି ଜଣାପଡିଛି । ଭାରତର ସ୍ୱାସ୍ଥ୍ୟକର୍ମୀମାନେ କରୋନା ମୁକାବିଲାରେ କ୍ଲୋରୋକୁଇନ ବ୍ୟବହାର କରି ଯେଉଁ ସଫଳତା ପାଇଁଛନ୍ତି ସେନେଇ ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭଲଭାବେ ଅବଗତ ଅଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.