କନକ ବ୍ୟୁରୋ : ସଂସଦରେ ଅନୈତିକ ବ୍ୟବହାର ତଥା ମର୍ୟ୍ୟାଦା ଉଲଂଘନ କରିବା କାରଣରୁ ସାଂସଦ ମାନଙ୍କୁ ନିଲମ୍ବିତ କରିବାର ଇତିହାସ ସଂସଦରେ କିଛି ନୂଆ ଘଟଣା ନୁହେଁ । ହେଲେ ଚଳିତ ବର୍ଷ ଏହି ସାଂସଦ ମାନଙ୍କ ନିଲମ୍ବନକୁ ନେଇ ଅନେକ ଖବର ଦେଖିବାକୁ ମିଳୁଛି । ରାଜ୍ୟ ସଭା ଓ ଲୋକ ସଭାକୁ ମିଶାଇ ଉଭୟ ଗୃହରୁ ବର୍ତମାନ ଯାଏ ୧୪୬ ସାଂସଦ ନିଲମ୍ବିତ ହୋଇ ସାରିଲେଣି ଓ ସେମାନେ ସମସ୍ତେ ବିରୋଧୀ ଦଳ ଇଣ୍ଡିଆ ମେଣ୍ଟର ସଦସ୍ୟ।

Advertisment

ଗୃହରେ ଅଶାନ୍ତି ସୃଷ୍ଟି ତଥା ଗାରିମା କ୍ଷୂର୍ଣ୍ଣ କରିବା ଅଭିଯୋଗରେ ସେମାନଙ୍କୁ ନିଲମ୍ବିତ କରାଯାଇଛି । ଏପରିକି ରାଜ୍ୟସଭାର ୧୧ ଜଣ ବିରୋଧୀଦଳ ସାଂସଦଙ୍କ ବିରୋଧରେ ମାମଲା ପ୍ରିଭିଲେଜ କମିଟିକୁ ମଧ୍ୟ ପଠା ଯାଇଛି।

ଏ ଘଟଣା କିଛି ନୂଆ ନୁହେଁ। ଆଗରୁ ଏମିତି ଅନେକ ଥର ହୋଇ ସାରିଛି । ପ୍ରଥମ ଥର ୧୯୬୨ ରେ ନେହେରୁଙ୍କ ପ୍ରଧାନ ମନ୍ତ୍ରିତ୍ୱ ସମୟରେ ରାଜ୍ୟ ସଭାରୁ ଗୋଦେ ମୁରହରୀଙ୍କୁ ଏପରି ନିଲମ୍ବିତ କରା ଯାଇଥିଲା।

ଗୃହରୁ ସାଂସଦଙ୍କ ନିଲମ୍ବନ ପ୍ରକ୍ରିୟା

ଲୋକ ସଭାରେ ବାଚସ୍ପତି ନିଲମ୍ବନ କରୁଥିବା ବେଳେ ରାଜ୍ୟ ସଭାରେ ଗୃହ ସଭାପତି ନିଲମ୍ବନ କରିଥାନ୍ତି । ଉଭୟ ଏକା ପ୍ରସ୍ତାବ ଜରିଆରେ କରିଥାନ୍ତି। ଏହି ପ୍ରସ୍ତାବ ଯେ କୌଣସି କାର୍ଯ୍ୟକାରୀ ମନ୍ତ୍ରୀ ଆଣି ପାରିବେ । ଧାରା ୩୭୩, ଧାରା ୩୭୪ ଏବଂ ଧାରା ୩୭୪- (କ) ଆଧାରରେ ସାଂସଦ ମାନଙ୍କ ନିଲମ୍ବନ କରାଯାଏ । କୃଷି ବିଲ୍ ଆଗତ ହେବା ସମୟରେ ଏଭଳି ଘଟଣା ମଧ୍ୟ ଦେଖିବାକୁ ମିଳିଥିଲା ।

ରାଜ ନାରାୟଣ
ରାଜ ନାରାୟଣ ସତୁରି ଦଶକରେ ୪ ଥର ନିଲମ୍ବିତ ହୋଇ ସଵୁଠାରୁ ଅଧିକ ଥର ନିଲମ୍ବିତ ସାଂସଦ ପାଲଟିଥିଲେ। ପ୍ରଥମେ ୧୯୬୬ରେ ପୁଣି ୧୯୭୧, ୧୯୬୭,୧୯୭୧ ଓ ୧୯୭୪ ରେ ନିଲମ୍ବିତ ହୋଇଥିଲେ । ସେତେବେଳେ ସେ ସୋସିଆଲିଷ୍ଟ ପାର୍ଟିର ବଡ ନେତା ଥିଲେ।

ଦୋଲା ସେନ 

ତୃଣମୂଳ କଂଗ୍ରେସ ସାଂସଦ ଡୋଲା ସେନ୍ ମଧ୍ୟ ସବୁଠୁ ଅଧିକ ଥର ନିଲମ୍ବିତ ହେଇଛନ୍ତି। ୨୦୨୦ ରେ ସେ ପଶ୍ଚିମବଙ୍ଗରୁ ସାଂସଦ ଥିବା ବେଳେ ଏପର୍ଯ୍ୟନ୍ତ ୪ ଥର ନିଲମ୍ବିତ ହୋଇଛନ୍ତି ।

ମଣିକମ ଟାଗୋର
ସେ ମଧ୍ୟ ୨୦୨୦ ଠାରୁ ଅନେକ ଥର ସସ୍ପେଣ୍ଡ ହୋଇଛନ୍ତି। ବଜେଟ ଆଲୋଚନା ସମୟରେ ଏପରି ହୋଇଥିଲା। ଏଇଥର ପ୍ରାଥମିକ ଭାବେ ନିଲମ୍ବିତ କରାଯାଇଥିବା ସାଂସଦ ମାନଙ୍କ ତାଲିକା ରେ ମାଣିକମଙ୍କ ନାମ ପ୍ରଥମେ ରହିଥିଲା।

 ଡେରେକ ଓ’ବ୍ରାୟନ
ଏ ତୃଣମୂଳ ସଂସଦୀୟ ଦଳ ନେତା ମଧ୍ୟ ଅଦ୍ୟାବଧି ୪ ଥର ନିଲମ୍ବିତ ହୋଇ ସାରିଲେଣି। ୨୦୨୦ରେ ଓ’ବ୍ରାୟନ କାଗଜ ଚିରି ସଭାପତିଙ୍କ ଉପରେ ଫୋପାଡି ଥିବାରୁ ତାଙ୍କୁ ନିଲମ୍ବନ କରାଯାଇଥିଲା । ଏହା ବ୍ୟତୀତ ସେ ୨୦୨୧,୨୦୨୨ ଓ ୨୦୨୩ ରେ ମଧ୍ୟ ବିଶୃଙ୍ଖଳିତ ଆଚରଣ ଯୋଗୁଁ ନିଲମ୍ବନ ହୋଇଛନ୍ତି ।

 ସଞ୍ଜୟ ସିଂହ
ଆମ୍ ଆଦମୀ ପାର୍ଟିର ନେତା ସଞ୍ଜୟ ସିଂ ମଧ୍ୟ ଏହି ନିଲମ୍ବନ ତାଲିକାରେ ସାମିଲ ଅଛନ୍ତି। ସେ ଏବେ ଜେଲରେ ଥିବା ବେଳେ ଆଗରୁ ସେ ୩ ଥର ସସ୍ପେଣ୍ଡ ହୋଇଥିଲେ। ସେ ମଧ୍ୟ କୃଷି ବିଲ ଆଲୋଚନା ସମୟରେ କାଗଜ ଚିରି ଫିଙ୍ଗିବା ଓ ମାଇକ ଭାଙ୍ଗିବା ଆରୋପରେ ନିଲମ୍ବିତ ହୋଇଥିଲେ। ଚଳିତ ବର୍ଷ ସେ ଗୁଜୁରାଟ ଡ୍ରଗ୍ସ ଓ ମଦ ଦୁର୍ନୀତିକୁ ନେଇ ଅନେକ ହଟ୍ଟଗୋଳ କରିବାର ଦେଖିବାକୁ ମିଳିଥିଲା ।

ଇନ୍ଦିରା ଙ୍କ ସମୟରେ ନିଲମ୍ବନ ସଂଖ୍ୟା ୭ ଥିଲା ରାଜୀବ ଗାନ୍ଧୀଙ୍କ ସମୟରେ ୬୩, ମନମୋହନଙ୍କ କାର୍ୟ୍ୟକାଳରେ ୧୦ ବର୍ଷରେ ୫୯ ଜଣ ଥିବା ବେଳେ ମୋଦିଙ୍କ ୯ବର୍ଷ ଶାସନ ସମୟରେ ଏହି ନିଲମ୍ବନ ସଂଖ୍ୟା ଆସି ୨୫୫ରେ ପହଁଚିଛି।

ସବୁଠାରୁ ବଡ କଥା ହେଉଛି ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଓ ନରେନ୍ଦ୍ର ମୋଦୀଙ୍କ ଶାସନ କାଳରେ କେବଳ ବିରୋଧୀ ସାଂସଦମାନେ ଗୃହରୁ ନିଲମ୍ବିତ ହେଉଥିବା ବେଳେ କେବଳ ମନମୋହନ ସିଂଙ୍କ ସରକାର ସମୟରେ ଉଭୟ ବିରୋଧୀ ଓ ଶାସକ ଦଳର କିଛି ସାଂସଦ ନିଲମ୍ବିତ ହୋଇଥିଲେ ।