କରୋନା ସଂକ୍ରମଣକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚାଂଚଲ୍ୟକର ତଥ୍ୟ: କହିଲା, ୧୦% ଲୋକଙ୍କୁ ହୋଇସାରିଲାଣି କରୋନା; ଏପଟେ ଘରୋଇ ସଙ୍ଗରୋଧରେ ଥିବା କରୋନା ରୋଗୀଙ୍କୁ ଫାଭିପିରାଭିର୍ ଦେବେ ରାଜ୍ୟ ସରକାର

ଡାକ୍ତରଙ୍କ ପରାମର୍ଶରେ ଖାଇପାରିବେ ଔଷଧ

315

କନକ ବ୍ୟୁରୋ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା ଭୂତାଣୁର ସଂକ୍ରମଣ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛି । ସଂଗଠନ କହିଛି, ବିଶ୍ୱରେ ପ୍ରାୟ ୧୦% ଲୋକ କରୋନାରେ ଆକ୍ରାନ୍ତ ହୋଇ ସାରିଛନ୍ତି । ତେଣୁ ସାରା ବିଶ୍ୱରେ କୋଭିଡ୍ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ହିସାବ ଅନୁସାରେ ପ୍ରାୟ ୭୬ କୋଟି ଲୋକ ଏହି ଭୂତାଣୁରେ ସଂକ୍ରମିତ ହୋଇଥିବା ଡବ୍ଲୁଏଚଓ ପକ୍ଷରୁ କୁହାଯାଇଛି । ୱାର୍ଲଡ କରୋନା ମିଟରର ହିସାବ ଅନୁସାରେ ବର୍ତମାନ ଯାଏ ବିଶ୍ୱରେ ୩ କୋଟି ୫୪ ଲକ୍ଷ ଲୋକ କରୋନା ଆକ୍ରାନ୍ତ ହୋଇସାରିଛନ୍ତି ।

କିନ୍ତୁ ପ୍ରକ୍ୃତରେ ଏହା ୨୦ ଗୁଣରୁ ଅଧିକ ହୋଇପାରେ । ଯଦି ଭାରତ ପାଇଁ ଏହି ତଥ୍ୟ ଠିକ୍ ହୋଇଥାଏ, ତେବେ ଦେଶରେ ପ୍ରାୟ ୧୩ କୋଟି ଲୋକଙ୍କୁ ଏହା ସଂକ୍ରମିତ କରିଥାଇପାରେ । ଏବଂ ଓଡିଶା ପାଇଁ ଯଦି ଏହି ଆଧାରରେ ଆକଳନ କରାଯାଇପାରେ ତେବେ ରାଜ୍ୟରେ ଏଯାଏଁ ୪୫ ଲକ୍ଷ ଲୋକ କରୋନା ଆକ୍ରାନ୍ତ ହୋଇଥାଇପାରନ୍ତି ।

ଏପଟେ ବଦଳିଲା କରୋନା ଚିକିତ୍ସାର ଶୈଳୀ । ସ୍ୱଳ୍ପ ଲକ୍ଷଣ ସହ ଘରେ ସଙ୍ଗରୋଧ ରହୁଥିବା ଆକ୍ରାନ୍ତଙ୍କୁ ଏଣିକି ଆଂଟିଭାଇରାଲ ଔଷଧ ‘ଫାଭିପିରାଭିର’ ଯୋଗାଇବେ ସରକାର । ବିଶେଷ କରି କଟକ, ପୁରୀ ଓ ଭୁବନେଶ୍ୱରରେ ପ୍ରାରମ୍ଭିକ ଭାବେ ମାଗଣାରେ ଏହା ଯୋଗାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି । ଏହି ଔଷଧ ଖାଇବାରେ କେତେକ କଟକଣା ରହିଥିବା ବେଳେ ଆକ୍ରାନ୍ତଙ୍କ ଲିଖିତ ସହମତି ପରେ ଔଷଧ ଦିଆଯିବ ବୋଲି ରାଜ୍ୟ ସରକାର କହିଛନ୍ତି ।