କନକ ବ୍ୟୁରୋ : ଉଜବେକିସ୍ତାନ୍ ପିଲାମାନଙ୍କୁ ଭାରତର ଦୁଇଟି କଫ ସିରଫ ନଦେବାକୁ ପରାମର୍ଶ । ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ ବୁଧବାର ଦିନ ପରାମର୍ଶ ଦେଇଛି । ନୋଏଡ଼ାସ୍ଥିତ ଔଷଧ କମ୍ପାନି ‘ମାରିଅନ୍ ବାୟୋଟେକ୍’ଦ୍ୱାରା ନିର୍ମିତ ୨ଟି କାଶ ସିରପକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପରାମର୍ଶ ଦେଇଛି । ଏ ଦୁଇଟି ଔଷଧ ହେଉଛି ‘ଆମ୍ବ୍ରୋନଲ୍’ ଓ ‘ଡିଓକେ-୧’ ସିରପ୍ । ବୁଧବାର ଦିନ ଜାରି କରିଥିବା ‘ମେଡିକାଲ୍ ପ୍ରଡକ୍ଟ୍’ ସତର୍କ ସୂଚନାରେ ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ କହିଛି ‘ମାରିଅନ୍ ବାୟୋଟେକ୍’ଦ୍ୱାରା ପ୍ରସ୍ତୁତ ଉକ୍ତ ଔଷଧଗୁଡ଼ିକ ନିମ୍ନ ଧରଣର ଉତ୍ପାଦ ।

Advertisment

ଗାଇଡ୍ଲାଇନକୁ ଆଧାର କରି ପ୍ରସ୍ତୁତ କରାଯାଇ ନ ଥିବାରୁ ଏହି ଔଷଧକୁ ଗାଇଡ୍ଲାଇନ୍ ବାହାରର ଉତ୍ପାଦ ଭାବେ ବିବେଚନା କରାଯାଉଛି । ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ ତା’ର ୱେବସାଇଟରେ ଏହି ସତର୍କ ସୂଚନା ଜାରି କରିଛି । ହୁ’ର ମେଡିକାଲ ରିପୋର୍ଟ ଅନୁସାରେ ଉଭୟ ଔଷଧରେ ‘ଡାଇଥିଲିନ୍ ଗ୍ଲାଇକୋ’ ବା ‘ଏଥିଲିନ୍ ଗ୍ଲାଇକୋ’ ନାମକ ରାସାୟକିନ ପଦାର୍ଥ ରହିଛି । ଯାହାର ମାତ୍ରା ଗ୍ରହଣୀୟ ନୁହଁ ବୋଲି କୁହାଯାଇଛି । ଉଜବେକିସ୍ତାନରେ ଏହି ଦୁଇଟି କାଶ ସିରଫ ଖାଇବା ପରେ ୧୮ଜଣ ପିଲାଙ୍କର ମୃତ୍ୟୁ ଘଟିଥିଲା ।