କନକ ବ୍ୟୁରୋ : ନିର୍ବାଚନୀ ପ୍ରଚାରରେ ଛୋଟ ପିଲା । କଟକ ବଡ଼ମ୍ବା ଇଛାପୁର ପଂଚାୟତରେ ଛୋଟ ଛୋଟ ପିଲାମାନେ ସାଇକେଲରେ ନିର୍ବାଚନ ପ୍ରଚାର କରୁଥିବାର ଭିଡ଼ିଓ ସାମ୍ନାକୁ ଆସିଛି । ସରପଞ୍ଚ ପ୍ରାର୍ଥୀଙ୍କ ପାଇଁ ମାଛ ଚିହ୍ନରେ ଭୋଟ୍ ଦେବାକୁ ପ୍ରଚାର କରୁଛନ୍ତି ପିଲା । ଏଭଳି ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଚର୍ଚ୍ଚା ଜୋର ଧରିଛି । କରୋନା କାରଣରୁ ପ୍ରଚାର ପ୍ରସାର ଉପରେ କଟକଣା ଜାରି କରାଯାଇଛି । ଡ଼ିଜିଟାଲ ପ୍ରଚାରକୁ ଗୁରୁତ୍ୱ ଦିଆଯାଇଛି । ଏଭଳି ସମୟରେ ଛୋଟ ଛୋଟ ପିଲାମାନେ ନିର୍ବାଚନ ପ୍ରଚାର କରିବାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।
ବଡମ୍ବାରେ ସରପଞ୍ଚ ପ୍ରାର୍ଥୀଙ୍କ ପାଇଁ ପିଲା କରୁଛନ୍ତି ପ୍ରଚାର । ବଡ ପ୍ରଶ୍ନ କରୋନା କାଳରେ ଛୋଟ ପିଲାଙ୍କୁ ପ୍ରଚାରରେ ଲଗାଇଲା କିଏ ?
/kanak/media/post_attachments/wp-content/uploads/2022/01/17-36.jpg)