କରୋନା ଭୂତାଣୁର ଉତ୍ପତି ନେଇ ଅନୁଧ୍ୟାନ କରିବାକୁ ଚୀନରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରତିନିଧି ଦଳ । ଉହାନରେ ପହଞ୍ଚିବା ପରେ ୨ ସପ୍ତାହ ପାଇଁ ହେଲେ କ୍ୱାରେଣ୍ଟାଇନ 

82

କନକ ବ୍ୟୁରୋ : କରୋନା ଭୂତାଣୁର ଉତ୍ପତି ସ୍ଥଳ ନେଇ ଅନେକ ବାଦ ବିବାଦ ପରେ ଅନ୍ତର୍ଜାତୀୟ ଚାପ ଆଗରେ ମୁଣ୍ଡ ନୁଆଁଇଛି ଚୀନ । ବିଶ୍ୱ ମହାମାରୀର ମୂଳ ଖୋଜିବେକୁ ଚୀନରେ ପହଂଚିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରତିନିଧି ଦଳ । ଉହାନରେ ପହଚିଂବା ପରେ ୨ ସପ୍ତାହ ପାଇଁ ଏହି ଟଇମ କ୍ୱାରେନଟିନ୍ରେ ରହିବେ । ଏହାପରେ କରୋନା ଭୂତାଣୁର ମୂଳ ଖୋଜିବେ ୧୦ ବୈଜ୍ଞାନିକ ।

ଅନେକ ବାଦ ବିବାଦ ପରେ ଅନ୍ତର୍ଜାତୀୟ ଚାପ ଆଗରେ ମୁଣ୍ଡ ନୁଆଁଇଛି ଚୀନ ।  ଶେଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରତିନିଧି ଦଳଙ୍କୁ ଚୀନ ଆସିବା ପାଇଁ ଅନୁମତି ଦେଇଛନ୍ତି  ବେଜିଂ ସରକାର । କରୋନା ଭୂତାଣୁର ଉତ୍ପତି ନେଇ ଅନୁଧ୍ୟାନ କରିବାକୁ ଚୀନରେ ପହଚିଂଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରତିନିଧି ଦଳ । ଉହାନ ପ୍ରାନ୍ତରୁ ଆରମ୍ଭ ହୋଇଥିବା ଏହି ସଂକ୍ରମଣ ଭୂତାଣୁ କେଉଁଠୁ ବ୍ୟାପିଲା ଏବଂ ଏହା ପଶୁ ଦେହରୁ ମଣିଷ ଦେହକୁ କିପରି ସଂକ୍ରମଣ ହେଲା ଏହା ଜାଣିବା ଅତ୍ୟନ୍ତ ଜରୁରୀ । କାରଣ ଭୂତାଣୁର ସୋର୍ସ ବା ଉତ୍ପତିସ୍ଥଳ ବିଷୟରେ ନଜାଣିଲେ ଏହା ଭବିଶ୍ୟତରେ ବିପଦ ବଢାଇବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏହି ଟିମ ଉହାନରେ ପହଚିଂବା ପରେ ଏମାନଙ୍କୁ ୨ ସପ୍ତାହ ପାଇଁ କ୍ୱାରେନଟିନ୍ରେ ରଖାଯାଇଛି । ଡବ୍ଲ୍ୟୁଏଚଓର ୧୦ ଜଣ ବୈଜ୍ଞାନିକ ଏହି ୨ ସପ୍ତାହର କ୍ୱାରେନଟିନ ଶେଷ କରିବା ପରେ ବିଶ୍ୱ ମହାମାରୀର ମୂଳ ଖୋଜିବେ ।

ଚୀନର ଉହାନ ସହରରୁ ୨୦୧୯ ଶେଷ ବେଳକୁ ଏହି ମାରାତ୍ମକ ଭୂତାଣୁ ସାରା ବିଶ୍ୱକୁ ବ୍ୟାପିଥିବା ଆଶଙ୍କା କରାଯାଉଛି । ଯେଉଁଥିରେ ବିଶ୍ୱବ୍ୟାପୀ ୨୦ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହେବା ସହ ବିଶ୍ୱର ଅନେକ ରାଷ୍ଟ୍ରର ଅର୍ଥନୀତି ଭୁଶୁଡି ପଡିଛି । ବିକଶିତ ଓ ବିକାଶଶୀଳ ରାଷ୍ଟ୍ର ଆଜି ଯାଏଁ କରୋନା ଜନିତ ଲକଡାଉନ ଓ ସଟଡାଉନ କାରଣରୁ ହୋଇଥିବା ଅର୍ଥନୈତିକ ମାଡରୁ ବାହାରିପାରିନାହାନ୍ତି ।

ପୂର୍ବରୁ ମଧ୍ୟ ଚୀନ୍ର ଉହାନ ପ୍ରାନ୍ତରୁ ଆରମ୍ଭ ହୋଇଥିବା କରୋନା ସଂକ୍ରମଣର କାରଣ ଖୋଜିବାକୁ ଚାହୁଁଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କିନ୍ତୁ ସାରା ବିଶ୍ୱ ଆଗରେ ନିନ୍ଦିତ ହେବା ଭୟରେ ଡବ୍ଲୁଏଚଓକୁ ବାଟବଣା କରିଥିଲା ବେଜିଂ । ଏବେ ଶେଷରେ ଯାଂଚ ପାଇଁ ରାଜି ହୋଇଛି ଚୀନ୍ ।

ଉହାନରେ ପ୍ରଥମ ସଂକ୍ରମଣ ପରେ ଏବେ ଗୋଟିଏ ବର୍ଷ ବିତିଲାଣି । ଏହାରି ଭିତରେ ସାରା ବିଶ୍ୱରେ କାୟା ବିସ୍ତାର କରିସାରିଛି କରୋନା ଭୂତାଣୁ । ଏପରିକି ୨୦ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । କିନ୍ତୁ କୋଭିଡ ଭୂତାଣୁ କିପରି ବ୍ୟାପିଲା ସେ ନେଇ କୌଣସି ତଦନ୍ତ ହୋଇନାହିଁ । ଏବେ ସାରା ବିଶ୍ୱରୁ ଚାପ ପଡିବା ପରେ ଯାଂଚ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଅନୁମତି ଦେଇଛି ଚୀନ୍ ।