ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବୈଜ୍ଞାନିକଙ୍କ ସୂଚନା । ଅଗଷ୍ଟ ମାସ ସୁଦ୍ଧା ଆପତକାଳୀନ ବ୍ୟବହାର ସୂଚିରେ ସାମିଲ ହୋଇପାରେ କୋଭାକ୍ସିନ

160

କନକ ବ୍ୟୁରୋ : ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭିଡ ନିରୋଧୀ ଟିକା କୋଭାକ୍ସିନକୁ ଆପତକାଳୀନ ବ୍ୟବହାର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୪ ରୁ ୬ ସପ୍ତାହ ମଧ୍ୟରେ ମଞ୍ଜୁରୀ ପ୍ରଦାନ କରିପାରେ । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରମୁଖ ବୈଜ୍ଞାନିକ ସୋମ୍ୟା ବିଶ୍ୱନାଥନ୍ ସୂଚନା ଦେଇଛନ୍ତି । ଶୁୂକ୍ରବାର ଦିନ ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନଭରମେଣ୍ଟ (ସିଏସଇ) ଦ୍ୱାରା ଆୟୋଜିତ ୱେବିନାରକୁ ସମ୍ବୋଦ୍ଧିତ କରିବା ବେଳେ ବିଶ୍ୱନାଥନ୍ କହିଛନ୍ତି ଟିକା ନିର୍ମାତା କମ୍ପାନୀ କୋଭାକ୍ସିନ ତାର ସମସ୍ତ ପରୀକ୍ଷଣ ରିପୋର୍ଟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୱେବସାଇଟରେ ଅପଲୋଡ କରୁଛି ଓ ଡବ୍ଲ୍ୟଏଚଓ ଏହାର ସମୀକ୍ଷା କରୁଛି ।

ସେ ଆହୁରି କହିଛନ୍ତି କି କୋଭାକ୍ସିନ ତରଫରୁ ପୁରା ପରୀକ୍ଷଣ ରିପୋର୍ଟ ଦାଖଲ ହେବା ଆବଶ୍ୟକ । ଯାହା ମଧ୍ୟରେ ସୁରକ୍ଷା, ପ୍ରଭାବ, ଉତ୍ପାଦନ ଗୁଣବତ୍ତା, ମାନକ ସାମିଲ ଥିବା ଆବଶ୍ୟକ । ହେଲେ ଭାରତ ବାୟୋଟେକ ପକ୍ଷରୁ ପ୍ରଥମ ରିପୋର୍ଟ ଦାଖଲ ହୋଇ ସାରିଛି । ଏଣୁ ଆଶା କରାଯାଉଛି  ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ୪ ରୁ ୬ ସପ୍ତାହ ମଧ୍ୟରେ ଏହା ଉପରେ ଅନ୍ତିମ ନିର୍ଣ୍ଣୟ ନିଆଯିବ ।

କହିରଖୁ କି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏପର୍ଯ୍ୟନ୍ତ ଫାଇଜର, ଏଷ୍ଟ୍ରାଜେନିକା, ଜନସନ, ମଡର୍ଣ୍ଣା,ଓ ସିନୋଫାର୍ମର ଟିକାକୁ ଅପାତକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।
ସ୍ୱାମୀନାଥନ କହିଛନ୍ତି କି ଏପର୍ଯ୍ୟନ୍ତ ୬ ଟି ଟିକାକୁ ଆପାତକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ମିଳିଛି  ଓ କୋଭାକ୍ସିନକୁ ଖୁବଶୀଘ୍ର ମଞ୍ଜୁରୀ ମିଳିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।