କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ନକଲି ସାର୍ଟିଫିକେଟ୍ ମାମଲାରେ ତଦନ୍ତ ଜାରି ରଖିଛି ବଲାଙ୍ଗିର ପୋଲିସ । ନକଲି ସାର୍ଟିଫିକେଟ୍ ମାମଲାରେ ଜଣେ କାର୍ପଟଦାର ଥିବା ଜଣାପଡ଼ିଛି । ତାଙ୍କ ନାଁ ଭିନିତ୍ ବୋଲି କୁହାଯାଉଛି । ତେବେ ଏ ଭିନିତ୍ କିଏ ? ସେ ଏବେ କେଉଁଠି ଓ ତାଙ୍କ ଠିକଣା କ’ଣ ? ଏବେ ସେ ଦିଗରେ ତଦନ୍ତ ଚଳାଉଛି ପୋଲିସ ।

Advertisment

କୁହାଯାଉଛି ଭିନିତ୍ ଏବେ କଳାହାଣ୍ଡି ଜେଲ୍ରେ ଏକ ମାମଲାରେ ବିଚାରାଧୀନ ଅନ୍ତେବାସୀ ଭାବେ ରହିଛନ୍ତି । ମନୋଜ ମିଶ୍ରଙ୍କ କୋଚିଂ ସେଂଟରରୁ ଜବତ ହୋଇଥିବା ଆର୍ଥିକ କାରବାର ସମ୍ପର୍କିତ ଡାଏରୀ ଓ କିଛି ଚେକ୍ ଜବତ ହୋଇଛି । ଏଥିରେ ମୁଖ୍ୟ କାର୍ପଟଦାର ଭିନିତ୍ ବୋଲି ଜଣାପଡୁଛି । ତେଣୁ ଆଗାମୀ ଦିନରେ ମନୋଜ ମିଶ୍ରଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି ପୋଲିସ । ଫଳରେ ମନୋଜଙ୍କ ନକଲି ସାର୍ଟିଫିକେଟର ଗୁମର ଆହୁରି ଫିଟିପାରିବ ।

- ନକଲି ସାର୍ଟିଫିକେଟର ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର ଚାକିରି କରାଇଦେବା ନାଁ ଠକିଛନ୍ତି
- ଦଲାଲଙ୍କ ଜରିଆରେ ଲକ୍ଷ ଲକ୍ଷ ଟଙ୍କା ନେଇ ନକଲି ସାର୍ଟିଫିକେଟ୍ ବିକିଛନ୍ତି
- ଏମସିଏଲରେ ଚାକିରି କରାଇଦେବା ନାଁରେ ପ୍ରାୟ କୋଟିଏ ଟଙ୍କା ଆଦାୟ କରିଛନ୍ତି
- ଟଙ୍କା ମନୋଜ ସଂଗ୍ରହ କରି ନିଜ ଭାଗ ରଖି ବାକି ଟଙ୍କା ଭିନିତଙ୍କୁ ଦେଇଥିଲେ
- ଏମସିଏଲ୍ ନୁହେଁ, ଅନ୍ୟ ସରକାରୀ ଚାକିରିରେ ବି ଭିନିତ୍ ଓ ମନୋଜଙ୍କ ଲିଙ୍କ ରହିଛି
- ବ୍ୟାଙ୍କ ଆକାଉଂଟରେ ବି ବହୁ ଟଙ୍କା କାରବାର ହୋଇଛି
- ଫୋନ୍ ପେ ଓ ଗୁଗୁଲ୍ ପେ’ରେ ମଧ୍ୟ ଟଙ୍କା କାରବାର କରାଯାଇଛି
- ନଗଦ ଆକାରରେ ଭିନିତ୍ ନେଇଥିବା ଟଙ୍କା ମଧ୍ୟ ଡାଏରୀରେ ଉଲ୍ଲେଖ ରହିଛି