କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୨ତମ ଭାରତ- ଋଷ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ଋଷ ମାଟିରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରି ପାଛୋଟି ନେଇଥିଲେ ଋଷ ରାଷ୍ଟ୍ରପତି ଭ୍ଲାଡିମିର୍ ପୁଟିନ୍ । ଏହି ସମୟରେ ତାଙ୍କ ନିକଟରେ ଜଣେ ମହିଳାଙ୍କୁ ଦେଖିବାକୁ ମିଳିଥିଲା । ଦୁଇ ରାଷ୍ଟ୍ରମୁଖ୍ୟଙ୍କ ସାକ୍ଷାତକାର ସମୟରେ ଛାଇ ଭଳି ପାଖରେ ରହୁଥିଲେ ଏହି ମହିଳା ଜଣକ । ପ୍ରଶ୍ନ ଉଠୁଛି କିଏ ଏହି ମହିଳା?
କଥା ହେଉଛି ଯେବେବି ଏହି ଦୁଇ ରାଷ୍ଟ୍ରମୁଖ୍ୟଙ୍କ ସାକ୍ଷାତ ହୁଏ ଦୁହେଁ ନିଜ ନିଜ ମାତୃଭାଷାରେ ହିଁ କଥା ହେବାକୁ ପସନ୍ଦ କରନ୍ତି । ତେବେ ପୁଟିନ୍ ଯେଉଁଠି ବି ଭାଷଣ ଦିଅନ୍ତି ଅଧିକାଂଶ ସମୟରେ ନିଜ ଋଷୀୟ ଭାଷାରେ ହିଁ କହିବାକୁ ପସନ୍ଦ କରନ୍ତି । ତେଣୁ ଯେଉଁ ରାଷ୍ଟ୍ରମୁଖ୍ୟମଙ୍କ ସହ ତାଙ୍କର କୌଣସି ଆଲୋଚନା କରିବାର ଥାଏ ସେହି ଭାଷା ଜାଣିଥିବା ଜଣେ ଅନୁବାଦକ ତାଙ୍କ ସହ ନିଯୁକ୍ତ କରିଥାନ୍ତି ।
ଭ୍ଲାଦିମିର ପୁଟିନ୍ ଋଷ ଭାଷାରେ ପ୍ରଧାନମନ୍ତ୍ରୀଙ୍କୁ ଅଭିବାଦନ କରି ଆଲୋଚନା ଆରମ୍ଭ କରିଥିବାବେଳେ ଏସବୁକୁ ହିନ୍ଦି ଭାଷାରେ ଅନୁବାଦ କରି କହିଥିଲେ ମହିଳା । ତେବେ ଏହି ଆଲୋଚନା ତଥା ଶିଖର ସମ୍ମିଳନୀରେ ଏହି ମହିଳାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ।