କନକ ବ୍ୟୁରୋ : କ୍ରିକେଟର ରାଜଶ୍ରୀ ସ୍ୱାଇଁ ତାଙ୍କ ସେଷ ଚିଠିରେ କୋଚ ମାଣ୍ଡେଲା ସାରଙ୍କ ବିଷୟରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ତେବେ କିଏ ଏହି ମାଣ୍ଡେଲା ସାର ଓସିଏ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଓଡିଶା କ୍ରିକେଟ ଆସୋସିଏସନର ସଦସ୍ୟ ଅଛନ୍ତି ମାଣ୍ଡେଲା ସାର । କୁହାଯାଉଛି ଚୟନ କମିଟିରେ ନଥାଇ ସୁଦ୍ଧା ଓଡିଶା କ୍ରିକେଟ ଦଳ ପାଇଁ ଖେଳାଳି ଚୟନ ବେଳେ ତାଙ୍କର ପ୍ରଭାବ ରହିଥାଏ । ଏପରି କି ସେ କୌଣସି ପଦପଦବୀରେ ନାହାନ୍ତି, ତଥାପି ତାଙ୍କ ଅନୁମିତି ବିନା ଟିମରେ ସ୍ଥାନ ମିଳେ ନାହିଁ ତେବେ କିଏ ଏହି ମାଣ୍ଡେଲ ସାର । ସେ କେମିତି ଏତେ ପ୍ରଭାବଶାଳୀ ହେଲେ? ସେ କାହା ବଳରେ ଏତେ ବଳୀୟାନ?
ଯାହାଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି ରାଜଶ୍ରୀ । ଓଡିଶା ସିନିୟର ମହିଳା ଦଳ ପାଇଁ ଚୟନ ନହେବା ଏବଂ ଗଛରେ ଝୁଲି ଜୀବନ ହାରି ଦେବା ପଛରେ ଏହି ବ୍ୟକ୍ତିଙ୍କର କଣ ଭୂମିକା ରହିଛି । ହାତ ଲେଖା ଚିଠିକୁ ଆଧାର କରି ଓସିଏର ଏହି ପ୍ରଭାବଶାଳୀ ବ୍ୟକ୍ତିଙ୍କ ବିରୋଧରେ ପୁଲିସ ତଦନ୍ତ କରିବ କି ?
କିଏ ଏହି ମାଣ୍ଡେଲା ସାର୍?
ଓଡିଶା କ୍ରିକେଟ ଆସୋସିଏସନର ସଦସ୍ୟ ଅଛନ୍ତି ମାଣ୍ଡେଲା ସାର
ଚୟନ କମିଟିରେ ନାହାନ୍ତି ମାଣ୍ଡେଲା ସାର ଓରଫ ସନ୍ତୋଷ ଦାସ
ଚୟନ କମିଟିରେ ନଥିଲେ ମଧ୍ୟ ଖେଳାଳି ଚୟନ ବେଳେ ତାଙ୍କ ଭୂମିକା ରହିଛି
ଓଡିଶା କ୍ରିକେଟ ଦଳ ପାଇଁ ଖେଳାଳି ଚୟନ ବେଳେ ତାଙ୍କର ପ୍ରଭାବ ରହିଥାଏ
ସେ କୌଣସି ପଦପଦବୀରେ ନାହାନ୍ତି, ତଥାପି ତାଙ୍କ ଅନୁମିତି ବିନା ଟିମରେ ସ୍ଥାନ ମିଳେନି
ରାଜଶ୍ରୀଙ୍କ ଚିଠିରେ ମାଣ୍ଡେଲା ସାରଙ୍କ ଉଲ୍ଲେଖ ପରେ ବଢିଲା ଚର୍ଚ୍ଚା
Follow Us