କିଏ ଏହି ହମାସ? କାହିଁକି ଇସ୍ରାଏଲ ଉପରେ କରୁଛି ଏଭଳି ଆକ୍ରମଣ? ଏହି ବିବାଦ ପଛର ଇତିହାସ କ’ଣ?

Advertisment
କିଏ ଏହି ହମାସ? କାହିଁକି ଇସ୍ରାଏଲ ଉପରେ କରୁଛି ଏଭଳି ଆକ୍ରମଣ? ଏହି ବିବାଦ ପଛର ଇତିହାସ କ’ଣ?

କନକ ବ୍ୟୁରୋ: ଋୁଷ-ୟୁକ୍ରେନ ଯୁଦ୍ଧ ଭିତରେ ପୁଣି ମୁଣ୍ଡ ଟେକିଛି ଆଉ ଏକ ଯୁଦ୍ଧ ।ମଧ୍ୟପ୍ରାଚ୍ୟରେ ଆରମ୍ଭ ହୋଇଛି ମହାଯୁଦ୍ଧ । ଆତଙ୍କୀ ସଂଗଠନ ହମାସର ଆକ୍ରମଣ ପରେ ରକ୍ତମୁଖା ଇସ୍ରାଏଲ କରିଛି ଯୁଦ୍ଧ ଘୋଷଣା । ଶତ୍ରୁଙ୍କୁ ନିପାତ କରିବାକୁ ଇସ୍ରାଏଲ ଆରମ୍ଭ କରିଛି ଅପରେସନ ଆଇରନ ସୋର୍ଡ । ଶନିବାର ସକାଳୁ ଇସ୍ରାଏଲରେ ଘନ-ଘନ ଆକ୍ରମଣ କରୁଛି ହମାସ, ଇସ୍ରାଏଲର ସାଧାରଣ ନାଗରିକ ଓ ସେନାକୁ କରିଛି ବନ୍ଧକ । ଶତାଧିକ ଆହତ ହେବା ସହ ପ୍ରତି ମୁହୁର୍ତରେ ବଢୁଛି ମୃତ୍ୟୁ ସଂଖ୍ୟା ।

ଆକାଶରୁ ମାଡ଼ ହେଉଛି ମିସାଇଲ, ସମୁଦ୍ରପଥରୁ ଘନଘନ ଆକ୍ରମଣ, ରାସ୍ତାରେ ଆଖି ବୁଜା ଗୁଳିମାଡ, ବୋମା ବିସ୍ଫୋରଣ । ଯେଉଁଠି ଆଖି ପଡୁଛି ସେଠି କେବଳ ଆକ୍ରମଣ ଭୟଙ୍କର ଚିତ୍ର ଦେଖିବାକୁ ମିଳୁଛି । ଘନଘନ ରକେଟ ମାଡରେ ଇସ୍ରାଏଲ ଆକାଶ ଧୁଅାଁମୟ । ଶନିବାର ସକାଳୁ ଏଭଳି କିଛି ଭୟଙ୍କର ଘଟଣାରେ ଥର ହର ହୋଇପଡିଛି ଇସ୍ରାଏଲ । ଇସ୍ରାଏଲରେ ପ୍ରବେଶ କରିବା ପାଇଁ ଆତଙ୍କୀମାନେ କେବଳ ସୁଡଙ୍ଗ ନୁହେଁ ଜଳପଥ ଓ ଆକାଶପଥରୁ ମଧ୍ୟ ଆକ୍ରମଣ କରିଛନ୍ତି । ହଜାର ହଜାର ସଂଖ୍ୟକ ହମାସ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ଏବେ ସୁଦ୍ଧାର ୫ହଜାରରୁ ଅଧିକ ରକେଟ୍ ମାଡ କରାଯାଇଛି । ବର୍ତମାନ ଇସ୍ରାଏଲରେ ଯୁଦ୍ଧ ପରିସ୍ଥିତି ଦେଖାଯିବା ପରେ ପାଲଟା ଜବାବ ଦେବାକୁ ରଣନୀତି ଚଳାଇଛି ଇସ୍ରାଏଲ ସେନା ।

ଫିଲିସ୍ତୀନୀ ଓ ଇସ୍ରାଏଲ ମଧ୍ୟରେ ବିବାଦ ବହୁ ପୁରୁଣା
୧୯୪୮ରେ ଇସ୍ରାଏଲ ଗଠନ ହେବା ପରେ ଫିଲିସ୍ତାନୀଙ୍କ ବିରୋଧ ଆରମ୍ଭ ହୁଏ
୧୯୮୭ରେ ଫିଲିସ୍ତାନୀ ସମ୍ପ୍ରଦାୟରୁ ଏକ କଟ୍ଟରପନ୍ଥି ସଙ୍ଗଠନ ‘ହମାସ’ର ଗଠନ ହୁଏ
ଫିଲିସ୍ତାନୀ ସମ୍ପ୍ରଦାୟର କଟ୍ଟରପନ୍ଥି ସେନା ହେଉଛି ‘ହମାସ’
ଫିଲିସ୍ତାନୀଙ୍କୁ ଦମନ କରିବା ପାଇଁ ତକ୍ରାଳୀନ ଇସ୍ରାଏଲ ସରକାର ‘ହମାସ’କୁ ସମର୍ଥନ କରିଥିଲା
ଗାଜାପଟ୍ଟିର ଶାସନ କ୍ଷମତା ବି ‘ହମାସ’ ସଙ୍ଗଠନକୁ ଦିଅନ୍ତି ଇସ୍ରାଏଲ ସରକାର
ଧିରେ ଧିରେ ଫିଲିସ୍ତୀନୀ ଆନ୍ଦୋଳନକୁ ଆଗକୁ ନେଲା ‘ହମାସ’
ଇସ୍ରାଏଲ ସରକାରକୁ ବିରୋଧ କରିବା ଆରମ୍ଭ କଲା
ଇଜ୍ରାଏଲ ସରକାରଙ୍କ ‘ହମାସ’ ଗଠନ କରିବା ନିଷ୍ପତି ଭୁଲ ପ୍ରମାଣିତ ହେଲା
ଇସ୍ରାଏଲ ଉପରେ ବାରମ୍ବାର ଆକ୍ରମଣ କରି ଆସୁଛି ‘ହମାସ’
‘ହମାସ’କୁ ତୁର୍କିଏ ଓ କତର ଠାରୁ ପାଣ୍ଠି ମିଳୁଛି

ଇସ୍ରାଏଲ ସରକାର ଫିଲିସ୍ତୀନୀଙ୍କ ଶକ୍ତିକୁ ଦୁର୍ବଳ କରିବା ପାଇଁ ତାଙ୍କରି ଗୋଷ୍ଠୀରୁ ଜଣେ କଟ୍ଟରପନ୍ଥିଙ୍କୁ ନେଇ ଆରମ୍ଭ କଲେ ହମାସ ସଙ୍ଗଠନ । ହେଲେ ପରେ ହମାସ ଇସ୍ରାଏଲ ସରକାର ପାଇଁ ମୁଖ୍ୟ ସମସ୍ୟା ପାଲଟିଲା ।

ଟାଇମ୍ସ ଅଫ୍ ଇସ୍ରାଏଲର ରିପୋର୍ଟ ଅନୁସାରେ ହମାସରେ ପାଖାପାଖି ୨୭ ହଜାର ଲୋକ ଅଛନ୍ତି । ଏହାକୁ ୬ଟି ରିଜିନାଲ ଗୋଷ୍ଠୀରେ ବିଭକ୍ତ କରାଯାଇଛି । ହମାସର ଲକ୍ଷ୍ୟ ଇଜ୍ରାଏଲର ସେହି ସବୁ ସ୍ଥାନକୁ ଦଖଲ କରିବା ଯେଉଁଠାରେ ଫିଲିସ୍ତୀନୀ ସମ୍ପ୍ରଦାୟର ଲୋକଙ୍କ ସଂଖ୍ୟା ଅଧିକ । ଆଉ ଏହାକୁ ନେଇ ବାରମ୍ବାର ଇସ୍ରାଏଲ ଉପରେ ଆକ୍ରମଣ କରି ଆସୁଛି ହମାସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe