କନକ ବ୍ୟୁରୋ: କ୍ରିକେଟର ବିରାଟ କୋହଲି ଓ ପତ୍ନୀ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସମ୍ପର୍କ ବେଶ ଚର୍ଚ୍ଚାରେ ରହିଆସୁଛି । ହେଲେ ଖୁବ କମ ପ୍ରଶଂସକ ଜାଣନ୍ତି, ଦିନ ଥିଲା ବିରାଟ ଜଣେ ବ୍ରଜିଲ ସୁନ୍ଦରୀଙ୍କ ପ୍ରେମରେ ପଡିଥିଲେ । ବିରାଟ ଓ ଇଜାବେଲ ଲିଟେ ଚର୍ଚ୍ଚାରେ ଥିଲେ । ଆଜି ବି ଏହି ସୁନ୍ଦରୀ ଅନ୍ୟ ଅଭିନେତ୍ରୀଙ୍କ ଠାରୁ କିଛି କମ୍ ନୁହଁନ୍ତି ।
ଇଜାବେଲ ଲିଟେ ବ୍ରାଜିଲର ଜଣେ ଜଣାଶୁଣା ମଡେଲ । ଅନେକ ହିନ୍ଦି ଚଳଚ୍ଚିତ୍ରରେ କାମ କରିସାରିଛନ୍ତି ଇଜାବେଲ । ଇଜାବେଲ ୨୦୧୨ରେ ଅମୀର ଖାନ ଚଳଚ୍ଚିତ୍ର 'ତାଲାଶ ଚଳଚ୍ଚିତ୍ର ମାଧ୍ୟମରେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ। ଇସାବେଲେ ଓ ବିରାଟ କୋହଲି ୨୦୧୨ ରୁ ୨୦୧୪ ବର୍ଷ ପର୍ୟ୍ୟନ୍ତ ଡେଟିଂ କରିଥିଲେ। ବିରାଟ ଏବଂ ଇସାବେଲଙ୍କ ବଢ଼ୁଥିବା ଘନିଷ୍ଠତା ଗଣମାଧ୍ୟମର ଆଖିରୁ ଲୁଚି ରହିପାରି ନଥିଲା। ଯଦିଓ ଉଭୟଙ୍କ ଡେଟିଂର ଖୁଲାସା ୨୦୧୩ରେ ପ୍ରକାଶ ପାଇଥିଲା।
ବିରାଟଙ୍କ ସହିତ ବ୍ରେକଅପ୍ ପରେ ଇସାବେଲେ ଏକ ସାକ୍ଷାତକାରରେ ତାଙ୍କ ସମ୍ପର୍କ ବିଷୟରେ ଖୋଲାଖୋଲି ଭାବରେ କହିଥିଲେ। ସେ କହିଥିଲେ, 'ହଁ, ଆମେ ଦୁଇ ବର୍ଷ ଧରି ସମ୍ପର୍କ ସ୍ଥାପନ କରିଥିଲୁ। ପାରସ୍ପରିକ ସମ୍ମତି ଦ୍ୱାରା ଏହି ସମ୍ପର୍କ ସମାପ୍ତ ହେଲା। ଇସାବେଲେ ବିରାଟଙ୍କ ଜୀବନରୁ ଯିବା ପରେ ଅନୁଷ୍କା ଶର୍ମା ଆସିଥିଲେ। ବିରାଟ ଏବଂ ଅନୁଷ୍କା ୨୦୧୭ରେ ବିବାହ କରିଥିଲେ ।