କନକ ବ୍ୟୁରୋ: ୟୁପି ହାଥରସରେ ବଡ଼ ଅଘଟଣ ଘଟିଯାଇଛି । ସିକନ୍ଦରାବାଦ ନିକଟ ଫୁଲେର ଗାଁରେ ସତସଙ୍ଗ ଚାଲିଥିଲା ବେଳେ ଦଳାଚକଟାରେ ୧୦୭ ଜଣଙ୍କ ମୃତ୍ୟୁ ହୋଇଛି । ଜାତୀୟ ଗଣମାଧ୍ୟମ ଅନୁସାରେ ସକର ବିଶ୍ୱହରି ବାବା ଓରଫ ଭୋଲେ ବାବାଙ୍କ ସତସଙ୍ଗ କାର୍ୟ୍ୟକ୍ରମରେ ଏଭଳି ଘଟଣା ଘଟିଛି । ଆଉ ମୃତକମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ରହିଥିବା ଜଣାପଡିଛି । କିଏ ଏହି ଭୋଲ ବାବା, ଯାହାଙ୍କ ସତସଙ୍ଗର ଘଟିଲା ଏତେ ବଡ ଘଟଣା ।
- ବିଶ୍ୱହରି ଭୋଲେ ବାବାଙ୍କୁ ତାଙ୍କ ଅନୁଗାମୀ ଭୋଲେ ବାବା ବୋଲି ଡାକନ୍ତି
- ଭୋଲେ ବାବାଙ୍କ ଅସଲି ନାଁ ସୁରଜ ପାଲ
- ୟୁପିର ବାହାଦୂର ନଗର ରହୁଛନ୍ତି ଭୋଲେ ବାବା
- ୧୭ ବର୍ଷ ତଳେ ପୁଲିସ ଚାକିରି ଛାଡି ସତସଙ୍ଗ ଆରମ୍ଭ କରିଥିଲେ
- ୟୁପି ଛଡା ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ବି ଭୋଲେ ବାବାଙ୍କ ଅନୁଗାମୀ ଅଛନ୍ତି
- ଭୋଲେ ବାବା ଓ ତାଙ୍କ ଅନୁଗାମୀ ସବୁବେଳେ ଗଣମାଧ୍ୟମରୁ ଦୂରେଇ ରହିଥାନ୍ତି
- ଭିଆରଏସ ନେବା ପରେ ଅଚାନକ ଭଗବାନଙ୍କୁ ଭେଟିଥିବା ଦାବି
- ଏହାପରେ ଆଧ୍ୟାତ୍ମିକ ଆଡକୁ ମୁହାଁଇଥିଲେ ଭୋଲେ ବାବା
- ପ୍ରତ୍ୟେକ ମଙ୍ଗଳବାର ସତସଙ୍ଗ କରିଥାନ୍ତି ବାବା
- କରୋନା ସମୟରେ ବିବାଦରେ ଥିଲେ ଏହି ବାବା
- ୫୦ ଲୋକଙ୍କ ପାଇଁ ଅନୁମତି ମାଗିଥିଲେ, ଆସିଥିଲେ ୫୦ ହଜାର
- ଆଜି ଗୋଟିଏ ଦିନ ପାଇଁ ପ୍ରବଚନ ଥିଲା
- ମହିଳାଙ୍କ ସହ ଅନେକ ଶିଶୁ ପ୍ରବଚନ ଶୁଣିବାକୁ ଆସିଥିଲେ
- ପ୍ରବଚନ ପରେ ଭକ୍ତଙ୍କୁ ଅଟକାଯାଇଥିଲା
- ଭୋଲେ ବାବା ବାହାରକୁ ବାହାରିବା ଯାଏଁ ଭକ୍ତ ଅପେକ୍ଷା କରିଥିଲେ
- ଗରମ ଓ ଭିଡ ପାଇଁ ଅସମ୍ଭାଳ ସ୍ଥିତି ସୃଷ୍ଟି ହୋଇଥିଲା
- ବାହାରିବା ପାଇଁ ଅନୁମତି ମିଳିବା ପରେ ଦଳାଚକଟା ହୋଇଥିଲା
- ବାବାଙ୍କ ପାଖରେ ଦାମୀ ଓ ସୌଖୀନ କାର ରହିଛି
- ଘଟଣାର ୫ ଘଣ୍ଟା ପରେ ବି ବାବାଙ୍କ କୌଣସି ପତ୍ତା ମିଳୁନାହିଁ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/07/38.jpg)