‘ଶଙ୍ଖ’କୁ ମମତାଙ୍କ ଶକ୍ତ ଝଟକା ପରେ ଘର ସଜାଡିବାକୁ ବିଜେଡିର କସରତ । ବୈଠକରେ ସାମିଲ ହେଲେନି କିଛି ନେତା ।

‘ଶଙ୍ଖ’କୁ ମମତାଙ୍କ ଶକ୍ତ ଝଟକା ପରେ ଘର ସଜାଡିବାକୁ ବିଜେଡିର କସରତ । ବୈଠକରେ ସାମିଲ ହେଲେନି କିଛି ନେତା ।

କନକ ବ୍ୟୁରୋ: ମମତା ମହନ୍ତ ରାଜ୍ୟସଭା ସାଂସଦ ପଦ ଓ ବିଜେଡି ଛାଡିବ ପରେ ସଂଗଠନକୁ ସଜାଡିବାକୁ ଉଦ୍ୟମ ଆରମ୍ଭ କରିଛି ଦଳ। ଜିଲ୍ଳାୱାରୀ ନେତାମାନଙ୍କୁ ଡାକି ଘର ସଜାଡିବାକୁ କସରତ ଆରମ୍ଭ କରିଛି। କିନ୍ତୁ ଆଶ୍ଚର୍ୟ୍ୟର ବିଷୟ ବିଜେଡି ନେତାମାନଙ୍କୁ ଡାକି ଥିଲେ ବି ସେହି ବୈଠକରେ ବରିଷ୍ଠ ନେତା ସାମିଲ ନହେବା ଚର୍ଚ୍ଚାର ବିଷୟ ହୋଇଛି।

ମମତା ମହନ୍ତ ବିଜେଡି ଛାଡି ବିଜେପିରେ ସାମିଲ ହେବା ପରେ ମୟୂରଭଞ୍ଜ ଜିଲ୍ଲା ବିଜେଡିକୁ ଏକାଠି ରଖିବା ପାଇଁ ଦଳ ପକ୍ଷରୁ ଉଦ୍ୟମ ଜାରି ରହିଛି । ମୟୂରଭଞ୍ଜ ଜିଲ୍ଲା ବିଜେଡିର ବହୁ ନେତାଙ୍କ ଏକାଠି ହୋଇଥିବା ବେଳେ ଆଶ୍ଚର୍ୟ୍ୟର ବିଷୟ ଖୋଦ ଜିଲ୍ଲା ବିଜେଡି ସଭାପତି ସୁଦାମ ମାର୍ଣ୍ଡିଙ୍କୁ ଦେଖିବାକୁ ମିଳିନି ।

ମୟୂରଭଞ୍ଜ ଭଳି ଗଞ୍ଜାମ ଜିଲ୍ଳାର ବିଜେଡି ନେତାଙ୍କୁ ମଧ୍ୟ ଶଂଖ ଭବନ ଡାକି ଆଲୋଚନା କରିଥିଲେ ବରିଷ୍ଠ ନେତା। ଦଳୀୟ ସଂଗଠନକୁ ମଜବୁତ ରଖିବାକୁ ପରାମର୍ଶ ଦେଇଥିଲେ। ହେଲେ, ସେଦିନର ବି ଗଞ୍ଜାମ ଜିଲ୍ଳା ବିଜେଡି ପ୍ରଭାରୀ ନଥିଲେ ।

ନିର୍ବାଚନ ପରେ ଦଳକୁ ଯେତେବେଳେ ସବୁଠାରୁ ବଡ ଝଟକା ଲାଗିଛି, ଆଉ ଘର ଜଗିବାକୁ କସରତ ଆରମ୍ଭ ହୋଇଛି, ସେତିକିବେଳେ ଦାୟିତ୍ବରେ ଥିବା ବରିଷ୍ଠ ନେତାମାନେ ଆଲୋଚନରେ ସାମିଲ ନହେବା ଭିନ୍ନ ଆଲୋଚନାକୁ ଖୋରାକ ଯୋଗାଇଛି।

ଅନ୍ୟପଟେ ଏହି ପ୍ରସଙ୍ଗରେ ବିଜେଡି ବିଜେପି ନେତାଙ୍କ ମଧ୍ୟରେ ଆରମ୍ଭ ହୋଇଛି ବୟାନବାଜି। ବିଜେପି ବିଜେଡିକୁ ଭାଂଗିବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ଦଳର ବିଧାୟକ। ଜବାବ ରଖି ନିଆଁରେ ଘିଅ ଢ଼ାଳିଛନ୍ତି ବିଜେପି ନେତା।

ବିଜେଡି ବିଜେପି ନେତାଙ୍କ ଏଭଳି ବୟାନବାଜି ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏବଂ ବିଜେଡି ଘର କିଏ ଭାଂଗୁଛି କିଏ? ତାହା ଆଲୋଚନାର ପ୍ରସଙ୍ଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe