କନକ ବ୍ୟୁରୋ: ଦେଶର କେଉଁ ମୁଖ୍ୟମନ୍ତ୍ରୀ କେତେ ଟଙ୍କାର ମାଲିକ । କାହା ପାଖରେ ଅଛି କେତେ ସମ୍ପତି । ଏ.ଡି.ଆର୍ ରିପୋର୍ଟରେ ବିଭିନ୍ନ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସମ୍ପତି ତାଲିକା ପ୍ରକାଶ ପାଇଛି । ଏଡିଆର ରିପୋର୍ଟ ଆଧାରରେ ଧନୀ ମୁଖ୍ୟମନ୍ତ୍ରୀଙ୍କ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ତାଲିକାର ଶୀର୍ଷରେ ଅଛନ୍ତି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ । ଜଗନମୋହନଙ୍କ ପାଖରେ ୫୧୦ କୋଟିରୁ ଅଧିକ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତି ଥିବା ବେଳେ ନବୀନ ପଟ୍ଟନାୟକଙ୍କ ପାଖରେ ଅଛି ୬୩ କୋଟିରୁ ଅଧିକ ଟଙ୍କାର ସମ୍ପତି ।

Advertisment

ସାମାଜିକ ସଂଗଠନ ଆସୋସିଏଟ ଅଫ ଡେମୋକ୍ରାଟିକ୍ ରିଫର୍ମ- ଏଡିଆର ରିପୋର୍ଟରେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସଂପତିର ହିସାବ ରହିଛି । ନିର୍ବାଚନ ସମୟରେ ଭାରତୀୟ ନିର୍ବାଚନ କମିଶନଙ୍କ ପାଖରେ ଦିଆଯାଇଥିବା ସତ୍ୟପାଠକୁ ସମୀକ୍ଷା କରି ଏହି ରିପୋର୍ଟ ପ୍ରସ୍ତୁତ କରିଛି ଏଡିଆର ସଂସ୍ଥା । ତେଣୁ ଏହି ରିପୋର୍ଟର ବିଶ୍ୱାସନିୟତା ନେଇ ସନ୍ଦେହ କରାଯାଇ ନପାରେ । ସଂସ୍ଥାର ସୂଚନା ଅନୁସାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଦେଶରେ ସବୁଠାରୁ ଧନୀ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସଂପତି ସବୁଠାରୁ କମ୍ । ଧନୀ ତାଲିକାର ତୃତୀୟରେ ରହିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଜଗନ ମୋହନ ରେଡ୍ଡି
ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ
ମୋଟ୍ ସମ୍ପତ୍ତି- ୫୧୦ କୋଟିରୁ ଅଧିକ
ସ୍ଥାବର ସମ୍ପତ୍ତି- ୬୬ କୋଟିରୁ ଅଧିକ
ଅସ୍ଥାବର ସମ୍ପତ୍ତି- ୪୪୩ କୋଟିରୁ ଅଧିକ

ପେମା ଖଣ୍ଡୁ
ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ
ମୋଟ୍ ସମ୍ପତ୍ତି- ୧୬୩ କୋଟିରୁ ଅଧିକ
ସ୍ଥାବର ସମ୍ପତ୍ତି- ୧୯ କୋଟିରୁ ଅଧିକ
ଅସ୍ଥାବର ସମ୍ପତ୍ତି- ୧୪୩ କୋଟିରୁ ଅଧିକ

ନବୀନ ପଟ୍ଟନାୟକ
ଓଡ଼ିଶା ମୁଖ୍ୟମନ୍ତ୍ରୀ
ମୋଟ୍ ସମ୍ପତ୍ତି-୬୩ କୋଟିରୁ ଅଧିକ
ସ୍ଥାବର ସମ୍ପତ୍ତି- ୬୩ କୋଟିରୁ ଅଧିକ
ଅସ୍ଥାବର ସମ୍ପତ୍ତି- ୨୩ ଲକ୍ଷରୁ ଅଧିକ

ଗ୍ରାଜୁଏଟ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଦଶମ ପାସ କରି ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ

ବଡକଥା ହେଉଛି ଏହି ରିପୋର୍ଟରେ ମୁଖ୍ୟମନ୍ତ୍ରୀମାନଙ୍କ ଶିକ୍ଷାଗତ ଯୋଗ୍ୟତା ବାବଦରେ ମଧ୍ୟ ତଥ୍ୟ ଦିଆଯାଇଛି । ଏକନାଥ ସିନ୍ଦେ... ଦେଶରେ କେବଳ ଜଣେ ମୁଖ୍ୟମନ୍ତ୍ରୀ ଦଶମ ପାସ କରି ରାଜ୍ୟ ଚଳାଉଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିକ୍ଷାଗତ ଯୋଗ୍ୟତା ଦଶମ ପାସ ହୋଇଥିବାବେଳେ, ନବୀନ ପଟ୍ଟନାୟକ... ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶିକ୍ଷାଗତ ଯୋଗ୍ୟତା ଗ୍ରାଜୁଏସନ୍ । ଦେଶରେ ୧୧ ଜଣ ଗ୍ରାଜୁଏଟ ମୁଖ୍ୟମନ୍ତ୍ରୀ ଅଛନ୍ତିନ । ହିମନ୍ତ ବିଶ୍ୱଶର୍ମା... କେବଳ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଡକ୍ଟରେଟ ଡିଗ୍ରୀ ହାସଲ କରିଛନ୍ତି । ଅବଶ୍ୟ ରାଜ୍ୟ ଚଳାଇବା ପାଇଁ ଶିକ୍ଷାଗତ ଯୋଗ୍ୟତା ଅପେକ୍ଷା ରାଜନୈତିକ ପରିପକ୍ୱତା ଓ ଲୋକପ୍ରିୟତାର ଭୂମିକା ଭାରତୀୟ ଗଣତନ୍ତ୍ରରେ ଅଧିକ ରହିଛି ।

ଅପରାଧ ତାଲିକାର ଶୀର୍ଷରେ କେସିଆର
ନବନୀଙ୍କ ନାଁରେ ନାହିଁ କୌଣସି ଅପରାଧ ମାମଲା

ଏଡିଆର ରିପୋର୍ଟର ଏହି ବାରଚାଟ୍ ଉପରେ ନଜର ପକାନ୍ତୁ । ହତ୍ୟା, ହତ୍ୟା ଉଦ୍ୟମ, ଅପହରଣ ଓ ଅପରାଧିକ ଉଦ୍ଦେଶ୍ୟ ରଖି ଅପରାଧ ଘଟଇବା ଭଳି ମାମଲା ରହିଛି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ । ଏହି ତାଲିକାର ଶୀର୍ଷରେ ରହିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ । ତାଙ୍କ ନାଁରେ ୬୪ଟି ମାମଲା ଥିବାବେଳେ ୩୭ଟି ସଂଗୀନ ଅପରାଧ ରହିଛି । ଦ୍ୱିତୀୟରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ, ତୃତୀୟରେ ଆନ୍ଧ୍ରପ୍ରଦେଶ, ଚତୁର୍ଥରେ ମହାରାଷ୍ଟ୍ର ଓ ପଂଚମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାଁ ରହିଛି । ତେବେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ କୌଣସି ଅପରାଧିକ ମାମଲା ନଥିବା ଏଡିଆର ରିପୋର୍ଟରୁ ଜଣାପଡିଛି ।