କନକ ବ୍ୟୁରୋ: ପ୍ରଫୁଲ ଷଡଙ୍ଗୀ, ଅପରାଜିତା ଆଚାର୍ଯ୍ୟ, ନୂତନ ପୁଷପାଳକ । ସ୍ତ୍ରୀ ଅପରାଜିତା ଆଚାର୍ଯ୍ୟଙ୍କ ମୃତ୍ୟୁ ପରେ, ଅସଲି ସ୍ୱାମୀ କିଏ, ଆଉ ନକଲି କିଏ ସେ ନେଇ ସୃ୍ଷ୍ଟି ହୋଇଛି ଦ୍ୱନ୍ଦ୍ୱ । ବାଲିପାଟଣାର ପ୍ରଫୁଲ ଷଡଙ୍ଗୀ ଅପରାଜିତାଙ୍କୁ ବିବାହ କରିଥିବାର ଫଟୋ, ଭିଡିଓ ଓ ବାହାଘର କାର୍ଡ ଦେଖାଇ ସ୍ୱାମୀ ବୋଲି ଦାବି କରୁଥିବାବେଳେ, ପିପିଲି ଦାଣ୍ଡମୁକୁନ୍ଦପୁର ଅଞ୍ଚଳର ନୂତନ ପୁଷପାଳକ ବି ଅପରାଜିତାଙ୍କ ସ୍ୱାମୀ କହି ତାଙ୍କ ମୃତଦେହକୁ ହସ୍ପିଟାଲରୁ ନେଇଯାଇଛନ୍ତି । ନୂତନ ପୁଷପାଳକ ଅପରାଜିତାଙ୍କ ଶବକୁ ହସ୍ପିଟାଲରୁ ନେଇଯିବା ପରେ ନୂଆ ବିବାଦ ମୁଣ୍ଡ ଟେକିଛି । ପ୍ରଫୁଲ ଷଡଙ୍ଗୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଖାରବେଳନଗର ଥାନାରେ ନୂତନ ପୁଷ୍ପପାଳକଙ୍କ ବିରୋଧରେ ଏତଲା ଦେଇଛନ୍ତି ।

Advertisment

ଫ୍ରଫୁଲ ଦେଇଥିବା ପ୍ରମାଣ ଅନୁସାରେ ସେ ହିନ୍ଦୁ ରୀତିନୀତି ଅନୁସାରେ ଖାରବେଳନଗର ଅଞ୍ଚଳର ଅପରାଜିତାଙ୍କୁ ୨୦୧୯ରେ ବିବାହ କରିଥିଲେ । ବାହାଘରର କିଛିମାସ ପରେ ଅପରାଜିତା ଅସୁସ୍ଥ ହୋଇପଡିଥିଲେ । ପ୍ରଫୁଲ୍ଲ ଅପରାଜିତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତି କରିଥିଲେ । କିଛି ଦିନ ପରେ ଅପରାଜିତାଙ୍କ ଅସୁସ୍ଥତା ପାଇଁ ପ୍ରଫୁଲ୍ଲଙ୍କୁ ଦାୟୀ କରି ତାଙ୍କ ମାଆ ପ୍ରଫୁଲ୍ଲଙ୍କୁ ଘର ଛାଡିଦେବା ପାଇଁ କହିଥିଲେ । ଶାଶୁ କହିବା ପରେ, ପ୍ରଫୁଲ୍ଲ ସ୍ତ୍ରୀଙ୍କୁ ତାଙ୍କ ମାଙ୍କ ପାଖରେ ଛାଡି ପୋଖରୀପୁଟ ଅଞ୍ଚଳରେ ରହିଥିଲେ । ଏହାରି ଭିତରେ ଅପରାଜିତା ପୁଣି ଥରେ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତି ହୋଇଥିଲେ । ଆଉ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଅପରାଜିତାଙ୍କ ମୃତ୍ୟୁ ପରେ, ଖବର ପାଇ ହସ୍ପିଟାଲରେ ପହଞ୍ଚିଥିଲେ ପ୍ରଫୁଲ । ଆଉ ସେ ମୃତଦେହ ନେବାକୁ ଦାବି କରିବାରୁ ତାଙ୍କୁ ବିରୋଧ କରିଥିଲେ ନୂତନ ପୁଷପାଳକ ନାମକ ଅନ୍ୟ ଜଣେ ଯୁବକ । ଯାହାକୁ ନେଇ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ନୂତନ ପୁଷପାଳକଙ୍କୁ ଅପରାଜିତାଙ୍କ ମା ଜ୍ୱାଇଁ ବୋଲି ପରଚିିତ କରିବା ପରେ ହସ୍ପିଟାଲ କର୍ତୁପକ୍ଷ ତାଙ୍କୁ ଶବ ଦେଇ ଦେଇଥିଲେ । ତେବେ ପ୍ରଫୁଲ୍ଲ ସ୍ତ୍ରୀଙ୍କ ଶବ ପାଇନଥିଲେ ବି ଫଟୋ ରଖି ସ୍ତ୍ରୀଙ୍କ ଶୁଦ୍ଧିକ୍ରିୟା କରିଛନ୍ତି । ତେବେ ଅପରାଜିତାଙ୍କ ପ୍ରକୃତ ସ୍ୱାମୀ କିଏ ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି?