କିଏ ସେହି ନୟାଗଡର ରାଜନେତା? ଯାହାଙ୍କ ସମ୍ପର୍କରେ ଥିଲା ବ୍ଲାକମେଲ୍ କୁଇନ୍ ଅର୍ଚ୍ଚନା ନାଗ ।

359

କନକ ବ୍ୟୁରୋ: ଅର୍ଚ୍ଚନାଙ୍କ ନାଗଫାଶରେ ପଡିଥିଲେ ନୟାଗଡ଼ର କେଉଁ ବ୍ୟବସାୟୀ ତଥା ରାଜନେତା? ଯାହାଙ୍କ ସଂପର୍କରେ ଚାର୍ଜସିଟରେ ଉଲ୍ଲେଖ କରିଛି ଇଡି । ଅର୍ଚ୍ଚନା ନାଗ ମାମଲାରେ ହାଇକୋର୍ଟରେ ଇଡି ଯେଉଁ ଚାର୍ଜସିଟ୍ ଦାଖଲ କରିଛି, ସେଥିରେ ସ୍ପଷ୍ଟ ଭାବେ ନୟାଗଡ଼ର ଜଣେ ବ୍ୟବସାୟୀ ତଥା ରାଜନେତାଙ୍କ ସଂପର୍କରେ ଉଲ୍ଲେଖ ରହିଛି । ଚାର୍ଜସିଟରେ ଲେଖାଯାଇଛି, ଅଭିଯୁକ୍ତ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ, ଶ୍ରଦ୍ଧାଞ୍ଜଳିଙ୍କୁ ବ୍ୟବହାର କରି ଅକ୍ଷୟ ପରିଜା ଓ ନୟାଗଡ଼ର ଜଣେ ବ୍ୟବସାୟୀ ତଥା ରାଜନେତାଙ୍କ ଠାରୁ ବେଆଇନ ଭାବେ ଟଙ୍କା ଆଦାୟ କରିଛନ୍ତି । କିନ୍ତୁ ନୟାଗଡ଼ର କାହା ସଂପର୍କରେ କୁହାଯାଇଛି, ତାଙ୍କ ନାଁ ଚାର୍ଜସିଟରେ ଉଲ୍ଲେଖ କରିନାହିଁ ଇଡି । ଏହି ସମସ୍ତ ବେଆଇନ ଟଙ୍କା ଆଦାୟରେ ସହଯୋଗ କରିଥିଲେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ବନ୍ଧୁ ଖଗେଶ୍ୱର ପାତ୍ର । ବିଭିନ୍ନ ସମୟରେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଆକାଉଂଟରେ ବିପୁଳ ପରିମାଣର ଟଙ୍କା ଜମା ହୋଇଛି । ଅନ୍ୟପଟେ ବିଭିନ୍ନ ପର୍ଯ୍ୟାୟରେ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ଆକାଉଣ୍ଟକୁ ୧୪ ଲକ୍ଷ ୮୫ ହଜାର ଟଙ୍କା ଆସିଥିବାର ପ୍ରମାଣ ପାଇଛି ଇଡି । ଅର୍ଚ୍ଚନା ନାଗ, କ୍ୟାସ୍ ମାଧ୍ୟମରେ ଓ ୟୁପିଆଇ ମାଧ୍ୟମରେ ଟଙ୍କା ଟ୍ରାନ୍ସଫର କରିଛନ୍ତି ।