କନକ ବ୍ୟୁରୋ : ୨୦୧୯ରେ ସମସ୍ତଙ୍କୁ ଚମକାଇ ପ୍ରମିଳା ବିଶୋୟୀଙ୍କୁ ଏହି ଆସନରୁ ସାଂସଦ ପ୍ରାର୍ଥୀ କରିଥିଲା ବିଜୁ ଜନତା ଦଳ । ଆଉ ପ୍ରମିଳା ବିଶୋୟୀ ବିଜୟୀ ବି ହୋଇଥିଲେ । ହେଲେ, ୨୦୨୪ରେ ପ୍ରମିଳାଙ୍କୁ ପୁଣି ବିଜେଡି ଟିକେଟ ଦେବ ନା ନୂଆ ଚେହେରା ମଇଦାନକୁ ଓହ୍ଲାଇବ ତାକୁ ନେଇ ଜୋର ଧରିଲାଣି ଚର୍ଚ୍ଚା । ତେବେ ପ୍ରମିଳା ବିଷୋୟୀ ପୁଣି ଥରେ ଲଢ଼ିବା ପାଇଁ ଆଶା ରଖିଛନ୍ତି । ନବୀନ ଚାହିଁଲେ ସେ ପୁଣି ଥରେ ଲୋକଙ୍କ ସେବା କରିବେ ବୋଲି କହିଛନ୍ତି ।

Advertisment

ବିଜେଡି କାହାକୁ ଟିକେଟ ଦେବ ସ୍ପଷ୍ଟ ହୋଇନବାରୁ, ଏହି ସଂସଦୀୟ କ୍ଷେତ୍ରରୁ ସାଂସଦ ପ୍ରାର୍ଥୀ ହେବାକୁ ଆଶାୟୀଙ୍କ ସଂଖ୍ୟା ବଢ଼ି ଚାଲିଛି । (ତିନି ଫଟୋ) ପୂର୍ବତନ ଜିଲ୍ଳାପରିଷଦ ଅଧ୍ୟକ୍ଷା ସୋନମ ପଲାଇ, ସାଂସଦଙ୍କ ପ୍ରତିନିଧି ରତ୍ନାକର ସାହୁ, ଖଳ୍ଲିକୋଟ ବିଜେଡି ମହିଳା ସଭାନେତ୍ରୀ ମିତାଞ୍ଜଳି ମିଶ୍ର ଟିକେଟ ଦୌଡରେ ଥିବା ଚର୍ଚ୍ଚା ହେଉଛି । ଏପରିକି କିଛି ନେତା ଟିକେଟ ପାଇବା ପାଇଁ ଲବି ଆରମ୍ଭ କରି ଦେଇଥିବା ସୂଚନା ମିଳିଛି । ତେବେ ଟିକେଟ କାହାକୁ ମିଳିବ ତାହା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ ନିର୍ଭର କରୁଛି ।

୧୯୯୮ରୁ ଏହି ସଂସଦୀୟ କ୍ଷେତ୍ରରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇ ଆସୁଛନ୍ତି । ତେଣୁ ସେହି ବିଜୟ ଧାରାକୁ ବଜାୟ ରଖିବା ପାଇଁ ବିଜେଡି କି ରଣନୀତି ଆପଣାଉଛି, କାହାକୁ ଟିକେଟ ଦେଉଛି ତା ଉପରେ ରହିଛି ସମସ୍ତଙ୍କ ନଜର ।