ଗୁଜରାଟରେ ରାଜନୈତିକ ସଗରମ । କିଏ ହେବ ପରବର୍ତ୍ତି ମୁଖ୍ୟମନ୍ତ୍ରୀ ଆଜି ହୋଇପାରେ ନିଷ୍ପତ୍ତି

95

କନକ ବ୍ୟୁରୋ : ଗୁଜରାଟରେ ନେତା ବାଛିବାକୁ ଆଜି ବସୁଛି ବିଜେପି ବିଧାୟକ ଦଳ ବୈଠକ । ଘୋଷଣା ହୋଇପାରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ, ଗତକାଲି ଗୁଜରାଟ ମୁଖ୍ୟମନ୍ତ୍ରୀ ପଦରୁ ଅଚାନକ ଇସ୍ତଫା ଦେଇଥିଲେ ବିଜୟ ରୂପାଣି ।
ବିଜୟ ରୂପାଣୀଙ୍କ ଇସ୍ତଫା ପରେ ଗୁଜରାଟରେ ରାଜନୈତିକ ସଗରମ ବଢିଯାଇଛି । ଅଚାନକ ସେ କାହିଁକି ଇସ୍ତଫା ଦେଲେ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବିଧାନସଭା ନିର୍ବାଚନର ଠିକ ପୂର୍ବରୁ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ କରିବେ ସେ ଉପରେ ଏବେ ସମସ୍ତଙ୍କ ନଜର ରହିଛି । ଆଜି ବିଜେପି ବିଧାୟକ ଦଳ ବୈଠକରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହୋଇପାରେ ବୋଲି ଆକଳନ କରାଯାଉଛି । ବିଜେପି ବିଧାୟକ ଦଳ ବୈଠକ ଆଜି ଦିନ ୨ଟାରେ ବସିବ ।
ସେପଟେ ବିଜେପି ବିଧାୟକମାନେ ଗାନ୍ଧିନଗରରେ ପହଞ୍ଚିବା ଆରମ୍ଭ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଗୁଜରାଟରେ ପହଞ୍ଚି ଦଳୀୟ ଅଫିସକୁ ଯାଇଛନ୍ତି । ଏହାପରେ ମୁଖ୍ୟମନ୍ତ୍ରୀ ରେସରେ ତାଙ୍କ ନାଁ ଆଗରେ ଥିବା ଚର୍ଚ୍ଚା ହେଉଛି । ଗୁଜରାଟରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବ । ଏହାପୂର୍ବରୁ ବିଜୟ ରୂପାଣୀଙ୍କ ଅଚନାକ ଇସ୍ତଫା ଅନେକ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି ।