କନକ ବ୍ୟୁରୋ : ଡିସେମ୍ବରରେ ୩୧ରେ ସରୁଛି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ । ୧୦ ମାସ ଧରି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରୁଛନ୍ତି ୧୯୮୯ ବ୍ୟାଚ୍ର ଏହି ପ୍ରଶାସନିକ ଅଧୀକାରୀ । ଏବେ ଏହି ଟପ୍ ପୋଷ୍ଟରେ କିଏ ବସିବେ ତାକୁ ନେଇ ପାୱାର କରିଡରରେ ଜୋରଦାର ଚର୍ଚ୍ଚା । ସିଏସ ରେସରେ ସବୁଠୁ ଆଗରେ ଅଛନ୍ତି ବର୍ତମାନର ଉନ୍ନୟନ କମିଶନର ତଥା ୧୯୯୧ ବ୍ୟାଚର ଆଇଏଏସ ଅନୁ ଗର୍ଗ । ଯଦି ଅନୁ ଗର୍ଗ ଏହି ପୋଷ୍ଟରେ ବସିନ୍ତି ତାହା ହେଲେ ଓଡିଶା ପ୍ରଶାସନିକ ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହେବ । କାରଣ ପ୍ରଥମଥର ଜଣେ ମହିଳା ଆଇଏଏସ ଓଡିଶା ପ୍ରଶାସନିକ ମୁଖିଆ ହେବେ ।

Advertisment

ବରିଷ୍ଠ ଓ ଅଭିଜ୍ଞତା ଦୃଷ୍ଟିରୁ ଅନେକ ଅଧିକାରୀ ମଧ୍ୟ ମୁଖ୍ୟ ଶାସନ ସଚିବ ରେସରେ ଅଛନ୍ତି
ସତ୍ୟବ୍ରତ ସାହୁ
୧୯୯୧ ବ୍ୟାଚର ଆଇଏଏସ ଅଧୀକାରୀ
ବର୍ତ୍ତମାନ ଏସଆରସି ଓ ରାଜସ୍ୱ ବିଭାଗ ଦାୟିତ୍ୱରେ ଅଛନ୍ତି
ଅନୁ ଗର୍ଗଙ୍କ ପରେ ଚର୍ଚ୍ଚାରେ ଅଛନ୍ତି ସତ୍ୟବ୍ରତ ସାହୁ ।

ତୁହିନିକାନ୍ତ ପାଣ୍ଡେ
୧୯୮୯ ବ୍ୟାଚର ଆଇଏଏସ ଅଧୀକାରୀ
ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟରେ କାର୍ଯ୍ୟ କରୁଛନ୍ତି
ବରିଷ୍ଠତା ଦୃଷ୍ଟିରୁ ସୁବୁଠୁ ଆଗରେ, ହେଲେ ଓଡି଼ଶା ଆସିବା ସମ୍ଭାବନ କ୍ଷୀଣ

ଆଗକୁ ନିର୍ବାଚନ ଥିବା ସବୁ ଦିଗକୁ ବିଚାର କରି ନିଷ୍ପତି ନେବେ ସରକାର । ଅନ୍ୟପଟେ ପାୱାର କରିଡରରେ ଚର୍ଚ୍ଚା ମଧ୍ୟ ହେଉଛି ସୁରେଶ ମହାପାତ୍ରଙ୍କ ଭଳି ପ୍ରଦୀପ ଯେନାଙ୍କ କାର୍ଯ୍ୟକାଳ ବଢାଇପାରନ୍ତି ସରକାର । କିନ୍ତୁ ବଡ କଥା ହେଉଛି ସିଏସ ଓ ଡିଜିପି ରେସରେ ଦୁଇ ମହିଳା ଅଛନ୍ତି । ଡିଜିପି ପାଇଁ ବି. ରାଧିକା ସବୁଠୁ ଆଗରେ ଥିବା ଚର୍ଚ୍ଚା ହେଉଛି ।