ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳ ପାଇଁ ଆଜି ନାମାଙ୍କନ । ଏକାଧିକ ପ୍ରାର୍ଥୀ ହେଲେ ,୧୭ ତାରିଖରେ ଭୋଟ୍, ଆଗରେ ପୃଥ୍ୱୀରାଜ ହରିଚନ୍ଦନ : ଉପ-ସଭାପତି ସମୀର ମହାନ୍ତିଙ୍କ ନାଁକୁ ନେଇ ବି ଚର୍ଚ୍ଚା

କିଏ ହେବ ବିଜେପି ମୁଖିଆ ? ପଦ୍ମ ଦଳର ମଙ୍ଗ ଧରିପାରନ୍ତି ପୃଥ୍ୱୀରାଜ ହରିଚନ୍ଦନ । ରେସରେ ଉପ-ସଭାପତି ସମୀର ମହାନ୍ତି ନାଁ । ଶୁକ୍ରବାର ‘ସଭାପତି’ ପରୀକ୍ଷା

କନକ ବ୍ୟୁରୋ : କିଏ ହେବ ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳ । ଏଥିପାଇଁ ଆଜି ବିଜେପିର ରାଜ୍ୟ ସଭାପତି ପଦ ପାଇଁ ଦାଖଲ ହେବ ନାମାଙ୍କନ ପତ୍ର । ଅପରାହ୍ନ ୩ଟାରୁ ୪ଟା ମଧ୍ୟରେ ହେବ ନୋମିନେସନ । ୪ଟା ୩୦ରୁ ୫ଟା୩୦ ମଧ୍ୟରେ ନାମାଙ୍କନ ଯାଂଚ ହେବ । ୫ଟା ୩୦ରୁ ୭ ଟା ମଧ୍ୟରେ ନାମାଙ୍କନ ପ୍ରତ୍ୟାହାର ପାଇଁ ରହିଛି ସମୟ ସୀମା । ଯଦି ଗୋଟିଏରୁ ଅଧିକ ନାମାଙ୍କନ ହୁଏ ତେବେ ଏଥିପାଇଁ ଆସନ୍ତାକାଲି ଅର୍ଥାତ ୧୭ ତାରିଖ ସକାଳ ୧୦ଟାରେ ହେବ ଭୋଟଗ୍ରହଣ ।

ଏବଂ ଦିନ ୧ଟା ୩୦ରେ କାଉଟିଂ ହେବ । କିନ୍ତୁ ଯଦି ଜଣେ ପ୍ରାର୍ଥୀ ନାମାଙ୍କନ ଭରନ୍ତି ତେବେ ଦିନ ୧୧ଟାରେ ସଭାପତିଙ୍କ ନାମ ଘୋଷଣା କରିବେ କେନ୍ଦ୍ରରୁ ଆସିଥିବା ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂହ ତୋମାର ଓ ରାଜୀବ ପ୍ରତାପ ରୁଢ଼ି । ରାଜ୍ୟ ସଭାପତି ରେସରେ ଆଗରେ ରହିଛନ୍ତି ପୃଥୀରାଜ ହରିଚନ୍ଦନ ଏବଂ ସମୀର ମହାନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe