କନକ ବ୍ୟୁରୋ : କିଏ ହେବ ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳ । ଏଥିପାଇଁ ଆଜି ବିଜେପିର ରାଜ୍ୟ ସଭାପତି ପଦ ପାଇଁ ଦାଖଲ ହେବ ନାମାଙ୍କନ ପତ୍ର । ଅପରାହ୍ନ ୩ଟାରୁ ୪ଟା ମଧ୍ୟରେ ହେବ ନୋମିନେସନ । ୪ଟା ୩୦ରୁ ୫ଟା୩୦ ମଧ୍ୟରେ ନାମାଙ୍କନ ଯାଂଚ ହେବ । ୫ଟା ୩୦ରୁ ୭ ଟା ମଧ୍ୟରେ ନାମାଙ୍କନ ପ୍ରତ୍ୟାହାର ପାଇଁ ରହିଛି ସମୟ ସୀମା । ଯଦି ଗୋଟିଏରୁ ଅଧିକ ନାମାଙ୍କନ ହୁଏ ତେବେ ଏଥିପାଇଁ ଆସନ୍ତାକାଲି ଅର୍ଥାତ ୧୭ ତାରିଖ ସକାଳ ୧୦ଟାରେ ହେବ ଭୋଟଗ୍ରହଣ ।
ଏବଂ ଦିନ ୧ଟା ୩୦ରେ କାଉଟିଂ ହେବ । କିନ୍ତୁ ଯଦି ଜଣେ ପ୍ରାର୍ଥୀ ନାମାଙ୍କନ ଭରନ୍ତି ତେବେ ଦିନ ୧୧ଟାରେ ସଭାପତିଙ୍କ ନାମ ଘୋଷଣା କରିବେ କେନ୍ଦ୍ରରୁ ଆସିଥିବା ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂହ ତୋମାର ଓ ରାଜୀବ ପ୍ରତାପ ରୁଢ଼ି । ରାଜ୍ୟ ସଭାପତି ରେସରେ ଆଗରେ ରହିଛନ୍ତି ପୃଥୀରାଜ ହରିଚନ୍ଦନ ଏବଂ ସମୀର ମହାନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/19-4.jpg)