ବିଶ୍ୱର ସବୁଠାରୁ ଧନୀ ଦେଶମାନଙ୍କର ତାଲିକା ! ଭାରତର ସ୍ଥାନ କେଉଁଠି, ଦେଖନ୍ତୁ ପୁରା ଲିଷ୍ଟ ।

77

ଦୁନିଆର ସବୁଠାରୁ ଧନୀ ଦେଶ ମାନଙ୍କର ତାଲିକା ପ୍ରକାଶିତ ହୋଇଛି । ଯେଉଁଥିରେ ଭାରତକୁ ଅଷ୍ଟମ ସ୍ଥାନ ମିଳିଛି । ଆଫ୍ରେସିଆ ବ୍ୟାଙ୍କ ଗ୍ଲୋବାଲ ୱେଲଥ ମାଇଗ୍ରେସନ ରିଭ୍ୟୁ ପକ୍ଷରୁ ଜାରି କରାଯାଇଥିବା ତାଲିକା ଅନୁଯାୟୀ, ଏଥିରେ ଏସିଆର ଦେଶଗୁଡିକ ସହ ୟୁରୋପୀୟ ଦେଶ ମଧ୍ୟ ସାମିଲ ଅଛି । ଆସନ୍ତୁ ଜାଣିବା ଏହି ତାଲିକାରେ ପ୍ରଥମ ସ୍ଥାନରେ କିଏ ରହିଛି ଏବଂ ଭାରତର ସ୍ଥିତି କିଭଳି ଅଛି ।

ଏହି ତାଲିକାରେ ପ୍ରଥମ ସ୍ଥାନରେ ଆମେରିକା ରହିଛି । ଆମେରିକାର ସମୁଦାୟ ସମ୍ପତ୍ତି ୬୨୫୮୪ ଅରବ ଡଲାର ରହିଛି । ଆମେରିକା ପରେ ୨୪,୮୦୩ ଅରବ ଡଲାର ସମ୍ପତ୍ତି ସହ ଚୀନ ଦ୍ୱିତୀୟ ସ୍ଥାନରେ ରହିଛି । ସେହିଭଳି ୧୯,୫୨୨ ଅରବ ଡଲାର ସମ୍ପତ୍ତି ସହ ଜାପାନ ତୃତୀୟ ସ୍ଥାନରେ ରହିଛି ।

ଏହି ରିପୋର୍ଟ ଅନୁଯାୟୀ, ଭାରତର ସମୁଦାୟ ସମ୍ପତ୍ତି ୮,୨୩୦ ଅରବ ଡଲାର ଅଟେ । ସୂଚନା ଅନୁଯାୟୀ, ଦେଶର ସମୁଦାୟ ସମ୍ପତ୍ତିରେ ବ୍ୟକ୍ତିଗତ ସମ୍ପତ୍ତିକୁ ମଧ୍ୟ ସାମିଲ କରାଯାଇଛି । ଯେଉଁଥିରେ ସେମାନଙ୍କର ସମ୍ପତ୍ତି, ଟଙ୍କା, ସେୟାର ଏବଂ ବିଜନେସ ଇତ୍ୟାଦି ସାମିଲ ରହିଛି । ଶ୍ରେଷ୍ଠ ୧୦ଟି ଦେଶମାନଙ୍କ ମଧ୍ୟରେ ବ୍ରିଟେନ, ଜର୍ମାନୀ, ଅଷ୍ଟ୍ରେଲିଆ, କାନାଡା, ଫ୍ରାନ୍ସ ଏବଂ ଇଟାଲୀ ରହିଛି । ତେବେ କୁହାଯାଉଛି ଯେ, ଆଗାମୀ ୧୦ ବର୍ଷ ମଧ୍ୟରେ ଚୀନର ସମୁଦାୟ ସମ୍ପତ୍ତି ୬୯୪୪୯ ବିଲିୟନ ଡଲାର ହେବ । ସେହିଭଳି ଆମେରିକାର ସମ୍ପତ୍ତି ୭୫୧୦୧ ବିଲିୟନ ଡଲାର ପର୍ଯ୍ୟନ୍ତ ପହଞ୍ଚିବାର ଆଶା ରହିଛି ।

ରିପୋର୍ଟ ଅନୁଯାୟୀ, ୨୦୨୭ ମଧ୍ୟରେ ଭାରତ, ବ୍ରିଟେନ ଏବଂ ଜର୍ମାନୀକୁ ପଛରେ ପକାଇ ବିଶ୍ୱର ଚତୁର୍ଥ ଧନୀ ଦେଶ ହୋଇପାରିବ । ବିଶ୍ୱରେ ଏବେ ଏମିତି ୧.୫୨ କୋଟି ଲୋକ ଅଛନ୍ତି ଯେଉଁମାନଙ୍କର ସମ୍ପତ୍ତି ୧୦ ଲକ୍ଷ ଡଲାରରୁ ଅଧିକ ଅଟେ । ୧ କୋଟିରୁ ଅଧିକ ସମ୍ପତ୍ତି ଥିବା ଲୋକମାନଙ୍କର ସଂଖ୍ୟା ୫.୮୪ ଲକ୍ଷ ରହିଛି । ସେହିଭଳି ୧ ଅରବ ଡଲାରରୁ ଅଧିକ ସମ୍ପତ୍ତି ଥିବା ଲୋକମାନଙ୍କର ସଂଖ୍ୟା ୨,୨୫୨ ଅଟେ ।