ୱାଗନର ସେନାର ମୁଖ୍ୟ କିଏ? କାହିଁକି ବିଦ୍ରୋହ କଲେ?

328

କନକ ବ୍ୟୁରୋ: ଋଷରେ ଗୃହଯୁଦ୍ଧ । ସ୍ଥିତି ଅଣାୟତ । ୨୫ ହଜାରରୁ ଅଧିକ ଯୁଦ୍ଧବିମାନ ନେଇ ମସ୍କୋ ମୁହାଁ ୱାଗନର ସେନା । ତେଣୁ ମସ୍କୋ ସମେତ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ୱାଗନର ଗ୍ରୁପର ବିଦ୍ରୋହକୁ ଆଭ୍ୟନ୍ତରୀଣ ମାମଲା ବୋଲି କହିଛନ୍ତି ପୁଟିନ । ଋଷ ନାଗରିକଙ୍କ ସୁରକ୍ଷା ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଋଷର ରୋସ୍ତଭରେ ସ୍ଥିତି ଜଟିଳ ରହିଛି ବୋଲି ପୁଟିନ କହିଛନ୍ତି । ଲୋକଙ୍କୁ ଏବେ ଘରୁ ନବାହାରିବାକୁ ସ୍ଥାନୀୟ ପ୍ରଶାସନ କହିଛି ।

ବିଦ୍ରୋହ ପରେ ଆର ପାର ମୁଡରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ସେ କହିଛନ୍ତି, ଅସୁବିଧା ସମୟରେ ରୁଷ୍ ସହ ବିଶ୍ୱାସଘାତକତା କରିଛି ୱାଗନର ସେନା । ରୁଷର ଲୋକଙ୍କୁ ଧୋକା ଦେଇଛି । ପଛ ପଟୁ ଛୁରୀ ମାରିଛି । ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିସହ ଆତଙ୍କବାଦୀ ବିରୋଧୀ ଅଭିଯାନ ପାଇଁ ପୁଟିନ ନିର୍ଦ୍ଦେଶ ଦେଇଛନ୍ତି ।

ୱେବଗେନି ପ୍ରିଗୋଝିନ୍ । ଏ ହେଉଛନ୍ତି ୱାଗନର ସେନାର ମୁଖ୍ୟ । ପୁଟିନଙ୍କ ବିରୋଧରେ ବିଦ୍ରୋହ କରିବା ପରେ ସାମ୍ନାକୁ ଆସି କହିଛନ୍ତି, ଏକଛତ୍ରବାଦ ଶାସନର ଅନ୍ତ ହେବ । ଭିଡିଓ ଜାରି କରି ପ୍ରିଗୋଝିନ୍ କହିଛନ୍ତି, ରୁଷ ସେନା ତାଙ୍କ ଗ୍ରୁପ୍ର ୨ ହଜାର ଯୋଦ୍ଧାଙ୍କୁ ହତ୍ୟା କରିଛି । ଆଉ ସେ ଏହାର ପ୍ରତିଶୋଧ ନେବେ । ରୁଷ ସେନା ତାଙ୍କ ଶିବିର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିବାରୁ ତାଙ୍କର ଅନେକ ଯୋଦ୍ଧା ଓ ସହଯୋଗୀଙ୍କର ମୃତ୍ୟୁ ହୋଇଛି ।

ୱାଗନର ସେନା ମୁଖ୍ୟ ଜଣେ ଅପରାଧୀ

ପୁଟିନଙ୍କ ସହ ଦୋସ୍ତି ହୋଇଥିଲା ରେଷ୍ଟୁରାଂଟରେ

ଭଲ ରୋଷେୟା ଥିଲେ ୱେବଗେନି ପ୍ରିଗୋଝିନ

ଅପରାଧୀ ଏବଂ ଅବସରପ୍ରାପ୍ତ ସେନାକୁ ଏକାଠି କରିଥିଲେ

ୱାଗନର ସେନାରେ ସାମିଲ କରାଇ ଭଡାରେ ଲଗାଉଥିଲେ

ଦେଢ ବର୍ଷ ପୂର୍ବରୁ ୟୁକ୍ରେନ ପାଇଁ ବଡ ବିପଦ ସାଜିଥିବା ଋଷ ଏବେ ନିଜ ଦେଶରେ ବଡ ବିଦ୍ରୋହର ସାମ୍ନା କରୁଛି । ଆଉ ବିଦ୍ରୋହୀ ହେଉଛି ୱାଗନର ସେନା । ଯିଏକି ୟୁକ୍ରେନ ବିରୋଧରେ ଋଷ ପାଇଁ ଭଡାରେ ଲଢେଇ କରୁଥିଲେ । ଏବେ କିନ୍ତୁ ପକ୍ଷ ପରିବର୍ତନ ପରେ ୟୁକ୍ରେନକୁ ଆଶ୍ୱସ୍ତି ମିଳିଛି ।

ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ପରାମର୍ଶଦାତା ଏହାରି ଭିତରେ ଦାବି କରିଛନ୍ତି ଯେ ଆଗାମୀ ୪୮ ଘଂଟା ଗୁରୁତ୍ୱପୂ ର୍ଣ୍ଣ । ଋଷରେ କ୍ଷମତା ପରିବର୍ତନ ହେବ ବୋଲି ମଧ୍ୟ ସେ ଭବିଷ୍ୟବାଣୀ କରିଛନ୍ତି ।