କନକ ବ୍ୟୁରୋ : ସନ୍ଦେହ ଘେରରେ ବାଲିଅନ୍ତାରେ ବ୍ୟବସାୟୀଙ୍କୁ ହତ୍ୟା ଘଟଣା । ବ୍ୟବସାୟୀ ବିଶ୍ୱଜିତ୍ ନାୟକଙ୍କ ପାଖରେ ଜଣେ ମହିଳା ରହୁଥିଲେ । ହେଲେ ବିଶ୍ୱଜିତଙ୍କୁ ହତ୍ୟା ପରଠୁ ଆଉ ତାଙ୍କର ଦେଖାନାହିଁ । ସେ କେଉଁଆଡେ ଫେରାର ହୋଇଯାଇଛନ୍ତି । ମହିଳା ଜଣଙ୍କ ତାଙ୍କ ପତ୍ନୀ କି କେୟାର ଟେକର ତାହା ସ୍ପଷ୍ଟ ହୋଇନାହିଁ । ବିଶ୍ୱଜିତଙ୍କ ମୃତ୍ୟୁ ପରେ ଏବେ ସଂଦୀଗ୍ଧ ମହିଳାଙ୍କୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ବିଶ୍ୱଜିତଙ୍କ ତଂଟିକୁ କୌଣସି ଧାରୁଆ ଅସ୍ତ୍ରରେ କାଟି ଦିଆଯିବା ପରେ ମୃତ ଦେହକୁ କମ୍ବଳରେ ଘୋଡାଇ ରଖାଯାଇଛି । ହତ୍ୟାକାରୀ କିଏ ଓ କାହିଁକି ହତ୍ୟା କରିଛି ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ମୃତଦେହକୁ ଜଗି ରହିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ସାଗୁଆ ଗାଁରେ ଚାଂଚଲ୍ୟ ଖେଳିଯାଇଛି । ବିଶ୍ୱଜିତ୍ ଅଧିକାଂଶ ସମୟରେ ଭୁବନେଶ୍ୱରରେ ରହୁଥିଲେ । ଦୁଇ ଦିନ ତଳେ ସେ ଗାଁକୁ ଆସିଥିଲେ । ଗାଁରେ ସେ ଏକ ଅଲଗା ଘର କରି ରହୁଥିଲେ ।