ପିଲାବେଳେ ସକାଳ ସ୍କୁଲ ଯିବା ସମୟରେ ମା’ ଟିଫିନରେ କିଛି ବିସ୍କୁଟ ଏବଂ ଅନ୍ୟ କିଛି ଖାଦ୍ୟ ସାମଗ୍ରୀ ପ୍ୟାକ୍ କରିଦେଉଥିଲେ । ମନେ ତ ଥିବ । ସେତେବେଳେ କେଉଁ ବିସ୍କୁଟ ଅଧିକ ପସନ୍ଦ କହିଲେ ପାଟିରୁ ଆପେ ବାହାରି ପଡୁଥିଲା ପାର୍ଲେ-ଜି । ତେବେ ଏ ପର୍ଯ୍ୟନ୍ତ ପାର୍ଲେ-ଜି ବିସ୍କୁଟର ଚାହିଦା ପୂର୍ବପରି ବଳବତ୍ତର ରହିଛି । ୨୦୧୧ ମସିହାରେ ଏକ ସର୍ଭେ ମୁତାବକ ଦୁନିଆର ସବୁଠାରୁ ଅଧିକ ବିକ୍ରି ହେଉଥିବା ବିସ୍କୁଟ ମଧ୍ୟରେ ପାର୍ଲେ-ଜି ହେଉଛି ସର୍ବାଗ୍ରେ ।
ଏହି ବିସ୍କୁଟଠାରୁ ଅଧିକ ନିଜର ଲାଗୁଥିଲା ବିସ୍କୁଟର କଭର ପ୍ୟାକରେ ଥିବା ସେହି ଛୋଟ ଝିଅଟି ଏବଂ ତା’ଠାରୁ ଅଧିକ ପ୍ରଶ୍ନ ଉଙ୍କି ମାରୁଥିଲା ଏହି ଝିଅଟି କିଏ ଏବଂ ଏବେ କେଉଁଠି ରହୁଛି । ତେବେ ଆଜି ଆମେ ଆପଣଙ୍କ ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଉଛୁ ।
ମୁମ୍ବାଇର ବିଲେ ପାର୍ଲେରେ ରହୁଥିବା ଚୌହାନ ପରିବାର ୧୯୨୯ ମସିହାରେ ପାର୍ଲେ ନାମକ ଏକ କମ୍ପାନୀ ପ୍ରସ୍ତୁତ କରିଥିଲେ । ପ୍ରଥମେ ଏହି ବିସ୍କୁଟର କଭରରେ ଥିବା ଛୋଟ ଝିଅଟିକୁ ନେଇ ବିଭିନ୍ନ କଣ୍ଟ୍ରୋଭର୍ସି ଦେଖାଦେଇଥିଲା । କିନ୍ତୁ ପରମୁହୂର୍ତ୍ତରେ ନୀରୁ ଦେଶପାଣ୍ଡେ ନାମକ ମହିଳାଙ୍କୁ ପାର୍ଲେ ଗାର୍ଲ ନାମରେ ନାମିତ କରାଗଲା । ନୀରୁ ଏ ନେଇ ପଚରାଯିବାରୁ ସେ କହିଥିଲେ ଯେ ସେ ଯେତେବେଳେ ସାଢେ ୪ ବର୍ଷର ଥିଲେ ତାଙ୍କ ବାପା ଏହି ଫଟୋ ଉଠାଇଥିଲେ । ସେତେବେଳେ ଯେ କେହିବି ଏହି ଫଟୋକୁ ଦେଖୁଥିଲେ ପ୍ରଶଂସା କରୁଥିଲେ । ଧିରେ ଧିରେ ଫଟୋଟି ଏତେ ପପୁଲାର ହୋଇଗଲା ଯେ ପାର୍ଲେ କମ୍ପାନୀର ଫିଚର ଫଟୋରେ ଫଟୋଟିକୁ ସ୍ଥାନ ଦିଆଯାଇଥିଲା । ବର୍ତ୍ତମାନ ସେହି ଛୋଟ ଝିଅଟି ଏବେ ୬୨ ବର୍ଷୀୟା ଜଣେ ମହିଳା ହୋଇଯାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/06/Parle.jpg)
/kanak/media/post_attachments/wp-content/uploads/2018/06/Untitled-3-300x200.jpg)
/kanak/media/post_attachments/wp-content/uploads/2018/06/944-300x174.jpeg)