କନକ ବ୍ୟୁରୋ: ବାଲେଶ୍ୱର ଲୋକସଭା ଆସନରେ ବିଜେପି କାହାକୁ ପ୍ରାର୍ଥୀ କରିବ ସେ ନେଇ ଚର୍ଚ୍ଚା ଜୋର ଧରିଛି । ଆଉ ଏହି ଆସନରେ ଲଢିବା ପାଇଁ ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ ଇଚ୍ଛା ପ୍ରକାଶ କରି ଚର୍ଚ୍ଚାକୁ ହାୱାଦେଇଛନ୍ତି । ଜବାବରେ ବର୍ତମାନର ସାଂସଦ ପ୍ରତାପ ଷଡଙ୍ଗୀ କହିଛନ୍ତି, ଦଳ ଯାହାକୁ ଟିକେଟ ଦେବ ତାକୁ ସେ ସମର୍ଥନ ଦେବେ । ଖାରବେଳ ସ୍ୱାଇଁ ବାଲେଶ୍ୱର ଲୋକସଭା ଆସନରୁ ୩-୩ ଥର ଲୋକସଭା ସଦସ୍ୟ ଥିଲେ ।

Advertisment

ବାଲେଶ୍ୱର ଲୋକସଭା ଆସନରେ ବିଜେପି କାହାକୁ ପ୍ରାର୍ଥୀ କରିବ ସେ ନେଇ କଳ୍ପନାଜଳ୍ପନା ଚାଲିଥିବାବେଳେ ନିଆଁରେ ଘିଅ ଢାଳିଛନ୍ତି ବାଲେଶ୍ୱରର ୩-୩ ଥର ସାଂସଦ ଥିବା ଖାରବେଳ ସ୍ୱାଇଁ । ଖୋଲାଖୋଲି ଭାବେ ସେ ବାଲେଶ୍ୱର ଲୋକସଭା ଆସନ ପାଇଁ ଲଢିବାକୁ ଆଗ୍ରହୀ ବୋଲି କହିଛନ୍ତି । ଖାରବେଳଙ୍କ କହିବା କଥା ହେଲା, ଶେଷ ମୂହୂର୍ତରେ ତାଙ୍କୁ କନ୍ଧମାଳ ଟିକେଟ ଦିଆଯାଇଥିଲା । ଯଦି ୮ଦିନ ପୂର୍ବରୁ ଟିକେଟ୍ ମିଳିଥାନ୍ତା, ତାହେଲେ ଭିନ୍ନ କଥା ହୋଇଥାନ୍ତା । ଏଥର ସୁଯୋଗ ମିଳିଲେ ବାଲେଶ୍ୱରରୁ ନିର୍ବାଚନ ଲଢ଼ିବେ ।

ପ୍ରତାପ ଷଡଙ୍ଗୀ ଏବେ ବାଲେଶ୍ୱରର ସାଂସଦ ଅଛନ୍ତି । ୨୦୧୯ରେ ବିଜେପିର ରବୀନ୍ଦ୍ର ଜେନାଙ୍କୁ ହରାଇଥିଲେ ପ୍ରତାପ । ଶେଷ ଯାଏଁ କଡା-ଟକ୍କର ହୋଇଥିଲା ।
-ପ୍ରତାପ ଷଡଙ୍ଗୀ ୪ ଲକ୍ଷ ୮୩ ହଜାର ୮୫୮ ଭୋଟ ପାଇଥିଲେ
-ରବୀନ୍ଦ୍ର ଜେନା ୪ ଲକ୍ଷ ୭୦ହଜାର ୯୦୨ ଭୋଟ ପାଇଥିଲେ
ଖାରବେଳ ସ୍ୱାଇଁ ୨୦୧୯ରେ ବାଲେଶ୍ୱର ଲୋକସଭା ଆସନରୁ ଆଶାୟୀ ଥିଲେ ବି ତାଙ୍କୁ କନ୍ଧମାଳ ଟିକେଟ ଦିଆଯାଇନଥିଲା ।
-ଖାରବେଳ ୧୯୯୮, ୧୯୯୯ ଓ ୨୦୦୪ରେ ବାଲେଶ୍ୱରରୁ ଲୋକସଭା ସଦସ୍ୟ ଥିଲେ

ବାଲେଶ୍ୱରରୁ ଲଢିବା ପାଇଁ ଖାରବେଳ ଆଗ୍ରହ ପ୍ରକାଶ କରିବା ନେଇ ପ୍ରତାପ ଷଡଙ୍ଗୀ ପ୍ରତିକ୍ରିୟା ରଖିଛନ୍ତି । ପ୍ରତାପ ଷଡଙ୍ଗୀ କହିଛନ୍ତି, ଦଳର ସେ ଶୃଙ୍ଖଳିତ ସଦସ୍ୟ । ସେ କେବେ ଟିକେଟ କାହାକୁ ମାଗିନାହାନ୍ତି । ଦଳ ଯାହାକୁ ବି ଟିକେଟ ଦେବ ତାଙ୍କୁ ସେ ସମର୍ଥନ କରିବେ ।

ବିଜେପିର ଫୋକସ ଲୋକସଭା ଆସନରେ ବାଲେଶ୍ୱର ରହିଛି । ଆଉ ଏବେ ଖାରବେଳ ସ୍ୱାଇଁଙ୍କ ପ୍ରାର୍ଥୀପାଇଁ ଇଛାପ୍ରକାଶ ସ୍ଥାନୀୟ ବିଜେପି ରାଜନୀତିକୁ ଉଷ୍ମ କରିଛି ।