ମହୀଶୁର ବିଜେପି ସାଂସଦ ପ୍ରତାପ ସିହ୍ନା ପାସ୍ ନେଇ ଭିତରକୁ ଯାଇଥିଲେ ଦୁଇ ଯୁବକ । ରଙ୍ଗ ବୋମା ସହ ପାସ୍ ଜବତ

219

କନକ ବ୍ୟୁରୋ : ଯେଉଁ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ସେମାନେ ହେଲେ ସାଗର ମନୋରଂଜନ, ନୀଲମ ଓ ଅନମୋଲ । ସଂସଦ ଭିତରେ ପ୍ରବେଶ କରି କଲର ସ୍ମୋକ ବମ ଫିଙ୍ଗିଥିଲେ ସାଗର ଶର୍ମା ଓ ମନୋରଂଜନ । ସଂସଦ ବାହାରେ ନିଲମ ଓ ଅନମୋଲ କଲର ସ୍ମୋକ ବୋମା ଫିଙ୍ଗୁଥିବାବେଳେ ସେମାନଙ୍କ ଧରିଥିଲେ ସୁରକ୍ଷାକର୍ମୀ । ପୁଲିସର ସୂଚନା ଅନୁସାରେ ସାଗର ଓ ମନୋରଂଜନର ବନ୍ଧୁତା ଫେସବୁକରେ ହୋଇଥିଲା । ପରେ ହରିଆଣାର ନୀଲମ ଓ ମହାରାଷ୍ଟ୍ରର ଅନମୋଲ ସହ ସର୍ମ୍ପକରେ ଆସିଥିଲେ ।

ଗିରଫ ଅଭିଯୁକ୍ତ ମଧ୍ୟରେ ରହିଛି ମହୀଶୁରର ମନୋରଂଜନ । ଘଟଣା ପରେ ଅଭିଯୁକ୍ତଙ୍କ ଘରେ ପହଁଚିଥିଲା ପୁଲିସ । ମନୋରଂଜନଙ୍କ ବାପା ଦେବରାଜ ଗୌଢା କହିଛନ୍ତି ଯଦି ତାଙ୍କ ପୁଅ ଦୋଷୀ ସାବ୍ୟସ୍ତ ହେଉଛି ତେବେ ତାକୁ ଫାଶୀଦଣ୍ଡ ମିଳୁ । ଅଭିଯୁକ୍ତ ମନୋରଂଜନ ଜଣେ ଇଂଜିନିୟର ଛାତ୍ର ଓ ତାର କୌଣସି ରାଜନୈତିକ ଦଳ ସହ ସମ୍ପର୍କ ବିଷୟରେ ପରିବାର ଲୋକ ଜାଣନ୍ତି ନାହିଁ । ସେପଟେ ଲକ୍ଷେ୍ନøର ସାଗର ହେଉଛନ୍ତି ଅନ୍ୟତମ ଅଭିଯୁକ୍ତ । ଦିଲ୍ଲୀରେ କାମ ଥିବା କହି ଦୁଇ ଦିନ ପାଇଁ ଘରୁ ବାହାରିଥବା ସାଗରଙ୍କ ମା କହିଛନ୍ତି । ପୁଅ ତାଙ୍କର ଜଣେ ଇ-ରିକ୍ସା ଚାଳକ ଓ କୌଣସି ଅପରାଧିକ ଗତିବିଧି ନଥିବା ପରିବାର କହିିଛି । ସେହିପର ନୀଲମ ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଜଣାପଡିଛି ।