ନିର୍ବାଚନ ପୂର୍ବରୁ ଜୋର ଧରିଲା ପୋଷ୍ଟର ଚିରା ରାଜନୀତି । ବାଲେଶ୍ୱର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳିରୁ ଆସିଲା ଚିତ୍ର

90

କନକ ବ୍ୟୁରୋ : ୨୦୨୪ ସାଧାରଣ ନିର୍ବାଚନକୁ ଆହୁରି ୩ ମାସରୁ ଅଧିକ ବାକି ଥିବା ବେଳେ ଏବେଠାରୁ ଆରମ୍ଭ ହେଲାଣି ରାଜନୈତିକ ଗଣ୍ଡଗୋଳ । ଆଶାୟୀ ପ୍ରାର୍ଥୀମାନେ ଲଗାଇଥିବା ଶୁଭେଚ୍ଛା ବାର୍ତାର ବ୍ୟାନରକୁ ଚିରାଯାଉଥିବା ଦୃଶ୍ୟ ସାମ୍ନାକୁ ଆସୁଛି । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳିର ଇଡଦା ପଂଚାୟତରେ ।

ରାଜ୍ୟ ମହିଳା କାର୍ଯ୍ୟକାରୀଣି ସଭାପତି ତଥା ବସ୍ତା ବିଜେଡିର ଆଶାୟୀ ପ୍ରାର୍ଥୀ ସୁବାସିନି ଜେନା ଏବଂ କଂଗ୍ରେସ ଦଳର ଆଶାୟୀ ପ୍ରାର୍ଥୀ ବିଜନ ନାୟକଙ୍କ ବ୍ୟାନରକୁ ଉଭୟ ଦଳର ସମର୍ଥକ ଚିରି ଦେଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଉଭୟ ଗୋଷ୍ଠୀର କର୍ମୀ ମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ୩ ଜଣ ଆହତ ହୋଇଥିଲେ । ଯାହାକୁ ନେଇ ଉଭୟ ଦଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ମାମଲାରେ ଏତିକିରେ ଥଣ୍ଡା ପଡ଼ିଥିଲେ । ପରେ କଂଗ୍ରେସ କର୍ମୀ ଚନ୍ଦନ ଦାସଙ୍କ ଘରେ ଭଙ୍ଗାରୁଜା ସହ ଦୁଇଟି ବାଇକ ଓ ଅଟୋ ଭାଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି । ବିଜେଡି କର୍ମୀ ଏହି ଭଙ୍ଗାରୁଜା କରିଥିବା ଅଭିଯୋଗ କରିଛନ୍ତି ଚନ୍ଦନଙ୍କ ପରିବାର ଲୋକେ । ତେବେ ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜେଡି ଦଳର ପୂର୍ବତନ ସରପଞ୍ଚ ଦେବୀପ୍ରସାଦ ଭଞ୍ଜ ।