୯ ମାସ ହେଲା ଚାଉଳ ନେଉଛି କିଏ? ଖାତା ଅଛି, ରାସନ ଆଉ କିଏ ଖାଉଛି

123

କନକ ବ୍ୟୁରୋ: ଭୂତଙ୍କୁ ମିଳୁଛି ସରକାରୀ ଅନ୍ତୋଦୟ ଚାଉଳ । ମାଧ୍ୟ୍ୟମ ସାଜିଛି ଡିଲର । ଜିଲ୍ଲା ଯୋଗାଣ ଅଧିକାରୀଙ୍କ ନିକଟରେ ଅଭିଯୋଗ ଆଣିଲେ ପରିବାର । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଦାସ ବିଦ୍ୟଧରପୁର ପଂଚାୟତ ପକ୍ଷୀମୁଣ୍ଡ ଗାଁର ଘଟଣା! ସ୍ୱାମୀ ସ୍ତ୍ରୀ ଉଭୟ ମୁର୍ତ୍ୟୁ ପରିବାର ଜାଣିନାହାନ୍ତି ହେଲେ ସେମାନଙ୍କର ନାମରେ ଆସୁଥିବା ସରକାରୀ ଚାଉଳ ୯ ମାସ ହେଲାଣି ନେଉଛି କିଏ? ଅଭିଯୋଗ ପରେ ବ୍ଲକ ଯୋଗାଣ ଅଧିକାରିଣୀ ଜୟନ୍ତୀ ହରିଚନ୍ଦନଙ୍କ ତଦନ୍ତ ଆରମ୍ଭ । ଏପଟେ ସ୍ୱାମୀ ସ୍ତ୍ରୀଙ୍କ ମୁତ୍ୟୁ ପରେ ଦୀର୍ଘ ୯ ମାସ ଧରି ସେମାନଙ୍କର ନାମରେ ଚାଉଳ ନେଉଥିଲା କିଏ ବୋଲି ପ୍ରଶ୍ନ ଉଠୁଛି ଏପଟେ ଡିଲର ଦେଉନାହାନ୍ତି ଧରା ଛୁଆଁ । ବୁଦ୍ଧିଜୀବୀ ଆଣିଲେ ଅଭିଯୋଗ ଏଇ ଭଳି କେତେ ଜଣକର ଚାଉଳ ହରିଲୁଟ ହେଉଥିବ ପୂରା ସତ୍ୟବାଦୀ ବ୍ଲକରେ ବୋଲି ।

ପୁରୀ ସତ୍ୟବାଦୀ ବ୍ଲକ ଦାସ ବିଦ୍ୟାଧର ପଂଚାୟଚ ପକ୍ଷୀମୁଣ୍ଡ ଗାଁରେ ସରକାରୀ ରାସନ ଚାଉଳ ହଡପ ହୋଇଛି । ମୃତ ହିତାଧିକାରୀଙ୍କ ନାମରେ ଆସୁଥିବା ଚାଉଳକୁ ଅନ୍ୟକାହାକୁ ଦିଆଯାଇଛି । ମାସେ ଦୁଇ ମାସେ ନୁହେଁ ଦାର୍ଘ ୯ ମାସ ଧରି ମୃତ ବ୍ୟକ୍ତିଙ୍କ ନାଁରେ ଆସୁଥିବା ଅନ୍ତୋଦୟ ଚାଉଳ ଭୁତକୁ ଦିଆଯାଉଛି । ଆଉ ଏହି ଦୁର୍ନିତର ମାଧ୍ୟମ ସାଜିଛନ୍ତି ଡିଲର । ଏକଥା ଜଣାପଡିବା ପରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଛନ୍ତି ମୃତ ହିତାଧିକାରୀଙ୍କ ପରିବାର ସଦସ୍ୟ ।

୨୦୨୧ ମାର୍ଚ୍ଚ ୧୧ରେ ପକ୍ଷୀମୁଣ୍ଡ ଗାଁର ଉଶିଳା ବେହାରେଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୨୩ ଫେବୃଆରୀ ୨୪ରେ ତାଙ୍କ ସ୍ୱାମୀ ମଣି ବେହେରା ମୃତ୍ୟୁବରଣ କରିିଥିଲେ । ସ୍ୱାମୀ-ସ୍ତ୍ରୀ ଦୁଇ ଜଣ ଅନ୍ତୋଦୟ ଚାଉଳ ପାଉଥିଲେ, ମୃତ୍ୟୁ ପରେ ତାଙ୍କ ଚାଉଳ ବନ୍ଦ କରାଯାଇଛି । କିନ୍ତୁ ମୃତ ବ୍ୟକ୍ତିଙ୍କ ନାଁର ଆସୁଥିବା ଚାଉଳକୁ ସଂପୃକ୍ତ ଅଂଚଳ ଡିଲରଅନ୍ୟମାନଙ୍କୁ ବିକ୍ରି କରିଦେଉଥିବା ଅଭିଯୋଗ ହୋଇଛି । ଯୋଗାଣ ବିଭାଗ ପାଖରେ ଅଭିଯୋଗ ହେବା ପରେ ସଂପୃକ୍ତ ଡିଲର ଶ୍ରୀଧର ସାହୁୁ ହିତାଧିକାରୀଙ୍କ ଘରକୁ ଯାଇ ଲାଂଚ ଯାଚିବା ସହ ଧମକ ଚମକ ଦେଉଥିବ ଅଭିଯୋଗ କରିଛନ୍ତି ମୃତକଙ୍କ ବୋହୂ ।

ଭୋକିଲାଙ୍କ ପେଟକୁ ଦାନା ଦେବା ପାଇଁ ସରକାର ମାଗଣାରେ ଚାଉଳ ଦେଉଛନ୍ତି । କିନ୍ତୁ ପ୍ରକୃତରେ ତୃଣମୂଳ ସ୍ତରରେ କେମିତି ଚାଲିଛି ପିଡିଏସ ସାମଗ୍ରୀ ବଂଟନ ତାର ଜ୍ୱଳନ୍ତ ଉଦାହରଣ, ସତ୍ୟବାଦୀରୁ ଆସିଛି ।