ସେହବାଜ ହୋଇପାରନ୍ତି ପାକିସ୍ତାନର ନୂଆ ମୁଖିଆ । ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ନାମ ଘୋଷଣା କଲା ପିଏମଏଲଏନ୍

130

କନକ ବ୍ୟୁରୋ : ପାକିସ୍ତାନ ମୁସଲିମ୍ ଲିଗ୍ ନୱାଜ୍ ପକ୍ଷରୁ ପ୍ରଧାନମନ୍ତ୍ରୀ ଭାବେ ସେହବାଜ ସରିଫଙ୍କ ନାଁ ଘୋଷଣା । ନିଜ ସାନ ଭାଇଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କଲେ ନୱାଜ୍ ସରିଫ୍ । ପାକିସ୍ତାନର ଚଳିତ ସାଧାରଣ ନିର୍ବାଚନରେ କୌଣସି ଦଳକୁ ସରକାର ଗଢ଼ିବା ପାଇଁ ସଂଖ୍ୟା ଗରିଷ୍ଠତା ମିଳି ନଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପିଟିଆଇ ସମର୍ଥିତ ସ୍ୱାଧୀନ ସଦସ୍ୟମାନେ ଅଧିକ ଆସନ ପାଇଥିଲେ ବି ସରକାର ଗଢ଼ିବାରେ ସମର୍ଥ ହୋଇ ନଥିଲେ । ଅନ୍ୟପଟେ ସରକାର ଗଠନ ପାଇଁ ନୱାଜ ସରିଫଙ୍କ ପାକିସ୍ତାନ ମୁସଲିମ୍ ଲିଗ୍ ନୱାଜ୍ ଓ ବିଲାୱଲ ଭୁଟ୍ଟୋଙ୍କ ପାକିସ୍ତାନ ପିପୁଲସ୍ ଦଳ ମଧ୍ୟରେ ହୋଇଛି ମେଂଟ । କିନ୍ତୁ ପ୍ରଧାନମନ୍ତ୍ରୀ ଦୌଡ଼ରୁ ବିଲଓଲ ଓହରି ଯିବା ସହ ସମର୍ଥନ ଜାରି ରହିବାକୁ ପ୍ରତିଶ୍ରୁତି ଦେବା ପରେ ଏବେ ସେହବାଜ ସରିଫ ପ୍ରଧାନମନ୍ତ୍ରୀ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି ।