ଚର୍ଚ୍ଚାରେ ସେଲିବ୍ରିଟି ଓକିଲ ସତିଶ ମାନସିଂ ଦେ । ଆରୟନଙ୍କ ପାଇଁ କୋର୍ଟରେ ଲଢୁଛନ୍ତି ମାମଲା ।

142

କନକ ବ୍ୟୁରୋ: ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆରୟନ ଖାନ ଗିରଫ ହେବା ପରେ, ପୁଅକୁ ଜାମିନରେ ବାହାର କରିବା ପାଇଁ ଲାଗି ପଡିଛନ୍ତି ବିଶିଷ୍ଟ ଆଇନଜୀବୀ ସତୀଶ ମାନସିଂଦେ । ଆଉ ଆରୟନଙ୍କ ପାଇଁ କେଶ ଲଢିବା ପରେ ସାରା ଦେଶରେ ଏହି ସେଲିବ୍ରିଟି ଓକିଲଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ୫୬ ବର୍ଷୀୟ ଓକିଲ ସତୀଶ ମାନସିଂଦେ ହାଇ ପ୍ରୋଫାଇଲ କେଶ ଲଢିବା ନୂଆ ନୁହେଁ । ପୂର୍ବରୁ ସେ ଏହାଠୁ ବହୁ ବଡ ବଡ ମାମଲାର ଲଢିବା ସହ ବିଜୟୀ ମଧ୍ୟ ହୋଇଛନ୍ତିି ।

  • ୧୯୯୩ ମସିହା ମୁମ୍ବାଇ ବମ ବ୍ଲାଷ୍ଟ ମାମଲାରେ ଗିରଫ ହୋଇଥିବା ସଞ୍ଜୟ ଦତ୍ତଙ୍କ ପାଇଁ ଲଢିଥିଲେ ସତିଶ ମାନସିଂଦେ
  • ସଞ୍ଜୟଙ୍କ ନାଁରେ ଦେଶଦ୍ରୋହ ଭଳି ସାଙ୍ଘାତିକ ମାମଲା ରହିଥିଲେ ମଧ୍ୟ ତାଙ୍କୁ ଜାମିନରେ ଆଣିଥିଲେ ସତିଶ
  • ୨୦୦୨ ସଲମାନ ଖାନଙ୍କ ହିଟ-ଆଣ୍ଡ-ରନ୍ ମାମଲା ଲଢିଥିଲେ ସତିଶ
  • ସଲମାନ ଖାନ ନିଶା ସେବନ କରି ଫୁଟପାଥ୍ରେ ଶୋଇଥିବା କିଛି ଲୋକଙ୍କ ଉପରେ ଗାଡି ଚଢାଇ ଦେଇଥିଲେ
  • ଏହି ମାମଲାରେ ସଲମାନଙ୍କୁ ଜାମିନରେ ଆଣିଥିଲେ ସତିଶ ମାନସିଂଦେ, ପରେ କୋର୍ଟ ସଲମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ
  • ନିକଟରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଗିରଫ ହୋଇଥିବା ରିୟା ଚକ୍ରବର୍ତି ଏବଂ ତାଙ୍କ ପାଇଁ ଶୌଭିକଙ୍କ ପାଇଁ ସତିଶ ନିଯୁକ୍ତ ହୋଇଥିଲେ
  • ସେମାନଙ୍କ ବିରୋଧରେ ଏନସିବି ଗତ ବର୍ଷ ଡ୍ରଗ୍ସ ମାମଲା ରୁଜୁ କରିଥିଲା
  • ଉଭୟଙ୍କୁ ଜାମିନରେ ଆଣିବାରେ ସଫଳ ହୋଇଥିଲେ ସତୀଶ ମାନସିଂଦେ

ସତୀଶ ମାନସିଂଦେ ଜଣେ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ମଧ୍ୟ । ସେ ତାଙ୍କର ଓକିଲାତି କ୍ୟାରିୟର ୧୯୮୩ ମସିହାରେ ପ୍ରତିଷ୍ଠିତ ଆଇନଜୀବୀ ସ୍ୱର୍ଗତ ରାମ ଜେଠାମାଳିନିଙ୍କ ପାଖରେ ଆରମ୍ଭ କରିଥିଲେ । ରାମ ଜେଠାମାଳିନିଙ୍କ ସହ ସେ ପାଖାପାଖି ୧୦ ବର୍ଷ ଏକାଠି କାର୍ଯ୍ୟ କରିଛନ୍ତିି ।