ହାଇପ୍ରୋଫାଇଲ ଆରୟନ ଖାନ ଡ୍ରଗ୍ସ ମାମଲା : ସମୀର ଗଲେ, ତଦନ୍ତ ଭାର ନେଲେ ସଂଜୟ ସିଂହ

ସମୀର ୱାଙ୍ଖଡେ ବିଦା ହେବା ପରେ ଓଡ଼ିଶା କେଡର ଆଇପିଏସଙ୍କୁ ଦାୟିତ୍ୱ; ଆଜି ଦିଲ୍ଲୀରୁ ମୁମ୍ବାଇ ଯିବେ ଏନସିବିର ଆଇଜି ଅପରେସନ

159

କନକ ବ୍ୟୁରୋ : ଓଡିଶା କ୍ୟାଡର ଆଇପିଏସ ସଂଜୟ ସିଂହ କରିବେ ଆରୟନ ମାମଲାର ତଦନ୍ତ । ସମୀର ୱାଙ୍ଖଡେଙ୍କୁ ହଟାଇ ଏନସିବିର ଦିଲ୍ଲୀ ଜୋନକୁ ତଦନ୍ତ ଦାୟିତ୍ୱ ଦିଆଯାଇଛି । ଆରୟନ ଖାନ ମାମଲା ସହ ଅନ୍ୟ ୫ଟି ମାମଲାକୁ ମଧ୍ୟ ଏନସିବିର ଦିଲ୍ଲୀ ଜୋନକୁ ହସ୍ତାନ୍ତର କରାଯାଇଛି । ଏଥିପାଇଁ ଦିଲ୍ଲୀ ଏନସିବି ପକ୍ଷରୁ ଏକ ଏସଆଇଟି ଗଠନ କରାଯାଇଛି । ଯାହାର ନେତୃତ୍ୱ ନେବେ ସଂଜୟ ସିଂହ । ଏଥିପାଇଁ ସେ ଆଜି ଦିଲ୍ଲୀରୁ ମୁମ୍ବାଇ ଯିବେ । ବର୍ତମାନ ସେ ଏନସିବିର ଆଇଜି ଅପରେସନ୍ ଭାବେ କାର୍ଯ୍ୟରତ ଅଛନ୍ତି ।

ସଂଜୟ ସିଂହ ୧୯୯୬ ବ୍ୟାଚ୍ ଓଡିଶା କ୍ୟାଡର ଆଇପିଏସ ଅଫିସର । କ୍ୟାରିୟରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବୀ ସେ ସମ୍ଭାଳିଛନ୍ତି । ଓଡିଶା ପୋଲିସରେ ଅତିରିକ୍ତ କମିଶନର ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ପରେ ଆଇଜି ପଦକୁ ଉନ୍ନିତ ହୋଇଥିଲେ । ସେହିପରି ସିବିଆଇରେ ମଧ୍ୟ ନିଜର ଦାୟିତ୍ୱ ନିର୍ବାହ କରିଛନ୍ତି । ଏହାପରେ ଏନସିବିରେ ଆଇଜି ଅପରେସନ ଭାବେ ଦାୟିତ୍ୱ ତୁଲାଉଛନ୍ତି । ଅନେକ ଗୁରୁତ୍ୱପୂର୍ଣ୍ଣ ଡ୍ରଗ୍ସ ମାମଲାର ସେ ତଦନ୍ତ କରିଛନ୍ତି । ସେଥିପାଇଁ ତାଙ୍କୁ ଡ୍ରଗ୍ସ ବିରୋଧୀ ଟାସ୍କଫୋର୍ସର ନେତୃତ୍ୱ ଦିଆଯାଇଛି । ତେଣୁ ତାଙ୍କୁ ଏବେ ଆରୟନ ଖାନ ଓ ନବାବ ମଲିକଙ୍କ ଜ୍ୱାଇଁଙ୍କ ଡ୍ରଗ୍ସ ମାମଲାର ତଦନ୍ତ ଭାର ଦିଆଯାଇଛି ।