କିଏ ରିଅଲ ସିଘଂମ ସମୀର ୱାଙ୍ଖଡେ ପତ୍ନୀ? ଯିଏ ସୁନେଲି ପରଦାର ଜଣାଶୁଣା ଚେହେରା ।

263
କନକ ବ୍ୟୁରୋ: ଡ୍ରଗ୍ସ ପାର୍ଟିରୁ ଶାହାରୁଖଙ୍କ ପୁଅ ଆରୟନକୁ ଗିରଫ କରି ଏବେ ଚର୍ଚ୍ଚାରେ ଏନସିବିି ଅଧିକାରୀ । ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ ପାଲଟି ଯାଇଛନ୍ତି ରିଅଲ ସିଘଂମ । ସମୀରଙ୍କ ନେତୃତ୍ୱରେ ହିଁ ମୁମ୍ବାଇ କ୍ରୁଜ ଉପରେ ରେଡ ପଡିଥିଲା । ପୂର୍ବରୁ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାରେ ମଧ୍ୟ ଜଡିତ  ଡ୍ରଗ୍ସ ମାମଲାରେ ଯାଞ୍ଚ  କରି ଚର୍ଚ୍ଚାକୁ ଆସିଥିଲେ ସମୀର ୱାଙ୍ଖଡେ । ପ୍ରଫେସନାଲ ଲାଇଫରେ ସମୀରଙ୍କ କାର୍ଯ୍ୟଦକ୍ଷତା ଓ ନିଷ୍ଠା ତ ସମସ୍ତଙ୍କୁ ଜଣା । ହେଲେ ବ୍ୟକ୍ତିଗତ ଜୀବନରେ ସମୀର କାହା ଚାରିପାଖେ ଘୁରିବୁଲନ୍ତି?ସେ ବିଷୟରେ ଜାଣିବାକୁ ତାଙ୍କ ପ୍ରଶଂସକଙ୍କ ଭିତରେ ପ୍ରବଳ ଉତ୍ସାହ ।
ସମୀରଙ୍କ ସାହସିକତା ଓ କର୍ତ୍ତବ୍ୟନିଷ୍ଠା ପାଇଁ ତାଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ପତ୍ନୀ । ତେବେ କିଏ ଏହି ରିଅଲ ସିଙ୍ଘମଙ୍କ ପତ୍ନୀ?ଏନସିବି ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖଡେଙ୍କ ପତ୍ନୀ ହେଉଛନ୍ତି କ୍ରାନ୍ତି ରେଡକର, ଯିଏ ଜଣେ ଅଭିନେତ୍ରୀ  ।ସେ ଅଜୟ ଦେବଗନଙ୍କ ସହ କାମ କରିସାରିଛନ୍ତି । ସୁନ୍ଦର ପଣରେ ତ କ୍ରାନ୍ତି ବଡ ବଡ ଆକ୍ଟ୍ରେସଙ୍କୁ ବି ପଛରେ ପକାଇଛନ୍ତି ।

 

କ୍ରାନ୍ତି ରେଡକର ମୁମ୍ବାଇର ବାସିନ୍ଦା  ।ସେ ୧୯୮୨ ଅଗଷ୍ଟ ୧୭ରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ  ।ଏହି ଠାରେ ହିଁ ତାଙ୍କର ଲାଳନପାଳନ ହୋଇଛି । ସେ କାର୍ଡିନାଲ୍ ଗ୍ରାସିୟସ୍ ହାଇସ୍କୁଲରେ ଅଧ୍ୟୟନ କରିଥିଲେ  । ସେ ରାମନାରାୟଣ ରୁଇଆ କଲେଜରେ ପଢା ଶେଷ କରିବା ପରେ ଅଭିନୟରେ ମନ ବଳାଇଥିଲେ । ଏହାକୁ କରିଅର କରି ପ୍ରଥମେ ଏକ ମରାଠି ଫିଲ୍ମରେ ଅଭିନୟ କରିଥିଲେ । କ୍ରାନ୍ତି ମରାଠୀ ଚଳଚ୍ଚିତ୍ର ‘ସନ୍ ଆଇସି’ରେ ପ୍ରଥମେ ଅଭିନୟ କରିଥିଲେ। ଏଥିରେ ଅଙ୍କୁଶ ଚୌଧୁରୀ ଙ୍କୁ ତାଙ୍କ ସହ ଦେଖିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ରଟି ୨୦୦୦ ମସିହାରେ ମୁକ୍ତିଲାଭ କରିଥିଲା ।  ଏହାପରେ ସେ ଅଜୟ ଦେବଗନଙ୍କ ସହ ‘ଗଙ୍ଗାଜଳ’ରେ ଡେବ୍ୟୁ କରିଥିଲେ। ମନେ ପକାନ୍ତୁ କ୍ରାନ୍ତି ସେହି ଝିଅ ଥିଲେ ଯାହାକୁ ଚଳଚ୍ଚିତ୍ରରେ ଅପହରଣ କରାଯାଇଥିଲା ।
କ୍ରାନ୍ତି ମରାଠୀ ଚଳଚ୍ଚିତ୍ରରେ ଅନେକ ହିଟ୍ ଗୀତ ମଧ୍ୟ ଦେଇଛନ୍ତି । ଏଥିରେ ‘କୋମ୍ବାଡି ପାଲାଲି’, ‘ଟାଙ୍ଗଡି ଧରୁନ୍’ ଭଳି ଗୀତ ରହିଛି। ଏହି ଗୀତଗୁଡ଼ିକ ‘ଜାତ୍ରା’ ଚଳଚ୍ଚିତ୍ରର  । ଏହି ଚଳଚ୍ଚିତ୍ରର ମ୍ୟୁଜିକ୍ ବଲିଉଡର ‘ଚିକନି ଚମେଲି’ ଗୀତରେ ବ୍ୟବହାର କରାଯାଇଛି । ଏହାପରେ ସେ ନିର୍ଦ୍ଦେଶନାରେ ମନ ଦେଇଥିଲେ । ୨୦୧୫ ରେ ଚଳଚ୍ଚିତ୍ର ‘କାକନ’ ପାଇଁ ନିର୍ଦ୍ଦେଶନା ରେ ଡେବ୍ୟୁ କରିଥିଲେ। ଏହି ଚଳଚ୍ଚିତ୍ରରେ ଉର୍ମିଲା କାନିଟକର ଏବଂ ଜିତେନ୍ଦ୍ର ଯୋଶୀ ଅଭିନୟ କରିଛନ୍ତି। ଏଥିରେ ତାଙ୍କର ନିର୍ଦ୍ଦେଶନାକୁ ମଧ୍ୟ ବେଶ ପସନ୍ଦ କରାଯାଇଥିଲା । କ୍ରାନ୍ତି ସୋସିଆଲ ମିଡିଆରେ ବି ବେଶ ସକ୍ରିୟ । ତାଙ୍କର ତିନି ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି । ସେ ଇନଷ୍ଟାଗ୍ରମରେ ନିଜ ଫଟୋକୁ କ୍ରମାଗତ ସେୟାର କରୁଥିବା ଦେଖିବାକୁ ମିଳେ । ଏହାସହ ସୋସଆଲ ସାଇଟରେ ସେ ଅଧିକାଂଶତଃ ବିୟୁଟି ଟିପ୍ସ ଦେଇଥାନ୍ତି ।

 

୨୦୧୭ରେ ସମୀର ୱାଙ୍କେଡେଙ୍କ ସହ ବିବାହ ବନ୍ଧନରେ ବାନ୍ଦି ହୋଇଥିଲେ କ୍ରାନ୍ତି । ଦୁହିଁଙ୍କ କେମେଷ୍ଟ୍ରି ବି ଖୁବ ଭଲ । ଯାଆଁଳା କନ୍ୟା ସନ୍ତାନଙ୍କୁ ନେଇ ତାଙ୍କ ହସଖୁସିର ପରିବାର ।  ସ୍ୱାମୀଙ୍କ ନିର୍ଭିକ ଗୁଣକୁ ବେଶ ପ୍ରଶଂସା କରନ୍ତି  । ସମୀର ସବୁବେଳେ କାମକୁ ନେଇ ବ୍ୟସ୍ତ ରହୁଥିବାବେଳେ ଦୁଇ ଝିଅ ତାଙ୍କୁ ବହୁତ ମନେପକାନ୍ତି  ।ହେଲେ ତାଙ୍କୁ ସମ୍ଭାଳି ନିଅନ୍ତି କ୍ରାନ୍ତି । ଘରେ ଉଭୟ ବାପା, ମା’ଙ୍କ କର୍ତ୍ତବ୍ୟ କରିବାକୁ ପଡେ ବୋଲି କହିଛନ୍ତି କ୍ରାନ୍ତି ।

 

ଏକ ସାକ୍ଷାତକାରରେ କ୍ରାନ୍ତି କହିଛନ୍ତି, ସେ ତାଙ୍କ ସ୍ୱାମୀଙ୍କ କାମ ପ୍ରତି ଥିବା ଡେଡିକେସନ ପାଇଁ ଗର୍ବିତ। ଏଥିସହ ହାଇ-ପ୍ରୋଫାଇଲ୍‌ ଡ୍ରଗ୍ସ ରେଡ୍‌, ସମୀରଙ୍କ ଦେଶ ପାଇଁ ବଳିଦାନ ଏବଂ ଘରେ କିପରି ସେ ଶାନ୍ତିପୂର୍ଣ୍ଣ ପରିବେଶ ବଜାୟ ରଖିବାକୁ ଚେଷ୍ଟା କରୁଛନ୍ତି ସେ ବିଷୟରେ କହିଛନ୍ତି କ୍ରାନ୍ତି।କ୍ରାନ୍ତି କହିଛନ୍ତି, ‘ସମୀର ସବୁବେଳେ କଠିନ ପରିଶ୍ରମୀ। ତାଙ୍କର ଅପରେସନ୍ ଏବଂ ମାମଲା ପୂର୍ବରୁ ମଧ୍ୟ କଠୋର ଥିଲା ।  ଆଜି ସେ ବଲିଉଡ ସମ୍ବନ୍ଧୀୟ ଡ୍ରଗ୍ ଲିଙ୍କ ମାମଲା ଯାଞ୍ଚ କରୁଛନ୍ତି, ଯେଉଁଥିପାଇଁ ଏହା ହାଇଲାଇଟ୍ ହେବାରେ ଲାଗିଛି। ଯେତେବେଳେ ସେ କୌଣସି ଅନୁସନ୍ଧାନ କିମ୍ବା ଅପରେସନ୍ ଉପରେ କାମ କରନ୍ତି, ମୁଁ ତାଙ୍କୁ ତାଙ୍କ ସ୍ପେସ ଦେଇଥାଏ। ମୁଁ ତାଙ୍କୁ କେବେବି ପଚାରେ ନାହିଁ କ’ଣ ହେଲା, ଏହା କିପରି ହେଲା? କାରଣ ମୁଁ ତାଙ୍କ ଚାକିରିକୁ ସର୍ବଦା ସମ୍ମାନ କରେ। ମୁଁ ଘରେ ସବୁ କିଛିର ଯତ୍ନ ନେଉଛି, କାରଣ ସେ ଯେପରି ତାଙ୍କ କାମ ଉପରେ ଅଧିକ ଫୋକସ କରିପାରିବେ।’
କ୍ରାନ୍ତିଙ୍କ ପରି ସହଯୋଗୀ ପତ୍ନୀକୁ ପାଇ ସମୀର ମଧ୍ୟ ବେଶ ଗର୍ବିତ ।