କନକ ବ୍ୟୁରୋ : ରାହୁଲ + ସଚିନ୍ = ରାଚିନ୍ । ନ୍ୟୁଜିଲାଣ୍ଡର ଷ୍ଟାର ବ୍ୟାଟର ରାଚିନ୍ ରବୀନ୍ଦ୍ରଙ୍କ ନାମକରଣକୁ ନେଇ ଏବେ ସବୁଠି ଚର୍ଚ୍ଚା । ଚଳିତ ବିଶ୍ୱକପର ଉଦଘାଟନୀ ମ୍ୟାଚରେ ଡିଫେଣ୍ଡିଙ୍ଗ ଚାମ୍ପିୟନ୍ ଇଂଲଣ୍ଡ ବିପକ୍ଷରେ ଅପରାଜିତ ଶତକ ମାରି ଏବେ ଚର୍ଚ୍ଚିତ ଚେହେରା ପାଲଟି ଯାଇଛନ୍ତି ଏହି ଭାରତୀୟ ବଂଶୋଦ୍ଭବ । ତାଙ୍କ ନାମକରଣକୁ ନେଇ ରହିଛି ଏକ ରୋଚକ କାହାଣୀ । ରାଚିନଙ୍କ ବାପା ମା’୧୯୯୦ରେ ବେଙ୍ଗାଲୁରୁରୁ ନ୍ୟୁଜିଲାଣ୍ଡ ଚାଲିଯାଇଥିଲେ ।

Advertisment

ଏହା ପରେ ୱେଲିଂଟନରେ ହୋଇଥିଲା ରାଚିନଙ୍କ ଜନ୍ମ । ରାଚିନଙ୍କ ବାପା ରବି କ୍ରିଷ୍ଣମୂର୍ତ୍ତି ଓ ଦୀପା କ୍ରିଷ୍ଣମୂର୍ତ୍ତି କ୍ରିକେଟର, ବିଶେଷ କରି ରାହୁଲ ଦ୍ରାବିଡ ଓ ସଚିନ ତେନ୍ଦୁଲକରଙ୍କ ବଡ଼ ଫ୍ୟାନ୍ । ଆଉ ସେଥିପାଇଁ ରାହୁଲରୁ ‘ରା’ ଓ ସଚିନରୁ ‘ଚିନ୍’ ଅକ୍ଷର ଅଣାଯାଇ ରାଚିନଙ୍କ ନାମକରଣ କରିଥିଲେ ତାଙ୍କ ବାପା ମା’ । ତେବେ ବିଶ୍ୱକପ ପଦାର୍ପଣରେ ଶତକ ମାରି ନ୍ୟୁଜିଲାଣ୍ଡକୁ ବିଜୟ ଭେଟି ଦେଇଛନ୍ତି ରାଚିନ୍ । ୯୬ଟି ବଲର ସମ୍ମୁଖୀନ ହୋଇ ୧୧ଟି ଚୌକା ଓ ୫ଟି ଛକା ମାରି ୧୨୩ରନର ଅପରାଜିତ ପାଳି ଖେଳିଛନ୍ତି ରାଚିନ୍ ରବୀନ୍ଦ୍ର ।

ରାହୁଲ + ସଚିନ୍ = ରାଚିନ୍

- ନ୍ୟୁଜିଲାଣ୍ଡ ବ୍ୟାଟର ରାଚିନ୍ ରବୀନ୍ଦ୍ରଙ୍କୁ ନେଇ ଚର୍ଚ୍ଚା
- ଭାରତୀୟ ବଂଶୋଦ୍ଭବ ନ୍ୟୁଜିଲାଣ୍ଡ କ୍ରିକେଟର୍ ରାଚିନ୍
- ରାଚିନଙ୍କ ନାମକରଣକୁ ନେଇ ସାମାଜିକ ଗଣମାଧ୍ୟମରେ ଆଲୋଚନା
- ୧୯୯୦ରେ ବେଙ୍ଗାଲୁରୁରୁ ନ୍ୟୁଜିଲାଣ୍ଡ ଚାଲିଯାଇଥିଲେ ରାଚିନଙ୍କ ବାପା ମା’
- ୱେଲିଂଟନରେ ହୋଇଥିଲା ରାଚିନଙ୍କ ଜନ୍ମ
- ରାଚିନଙ୍କ ବାପା ରବି କ୍ରିଷ୍ଣମୂର୍ତ୍ତି ଓ ଦୀପା କ୍ରିଷ୍ଣମୂର୍ତ୍ତି କ୍ରିକେଟର ବଡ଼ ପ୍ରଂଶସକ
- ରାହୁଲ ଦ୍ରାବିଡ଼ ଓ ସଚିନ ତେନ୍ଦୁଲକରଙ୍କ ପ୍ରଂଶସକ ରାଚିନଙ୍କ ବାପା ମା’
- ଏହି ୨ ଖେଳାଳୀଙ୍କ ନାମକୁ ଯୋଡି ରାଚିନଙ୍କ ନାମକରଣ ହୋଇଛି
- ରାହୁଲରୁ ‘ରା’ ଓ ସଚିନରୁ ‘ଚିନ୍’ ଅଣାଯାଇଛି
- ବିଶ୍ୱକପ୍ ପଦାର୍ପଣରେ ଶତକ ମାରି ଏବେ ଚର୍ଚ୍ଚିତ ଚେହେରା ରାଚିନ୍
- ଇଂଲଣ୍ଡ ବିପକ୍ଷ ମ୍ୟାଚରେ ୯୬ ବଲରୁ ୧୧ ଚୌକା ଓ ୫ ଛକା ସହ ୧୨୩ ରନ୍ କରିଛନ୍ତି ରାଚିନ୍