କନକ ବ୍ୟୁରୋ : ଆଜି ଆଇପିଏଲ ୨୦୨୦ର ଫାଇନାଲ ମ୍ୟାଚ । ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ ମଧ୍ୟରେ ଦମଦାର ଲଢେଇ ଦେଖିବାକୁ ମିଳିବ । ଏହାସହ ଆଜି ପର୍ପଲ କ୍ୟାପ ପାଇଁ ମଧ୍ୟ ଲଢେଇ ହେବ । ପର୍ପଲ କ୍ୟାପ ଦୌଡରେ ଦିଲ୍ଲୀର କାଗିସୋ ରାବାଡା ଆଗରେ ଥିବା ବେଳେ ଯଶପ୍ରୀତ ବୁମରାହ ଦ୍ୱିତୀୟ ଓ ଟ୍ରେଣ୍ଟ ବୋଲ୍ଟ ତୃତୀୟ ସ୍ଥାନରେ ରହିଛନ୍ତି । ତେଣୁ ଆଜିର ମ୍ୟାଚରେ ବୁମରାହ ରାବାଡାଙ୍କୁ ଟପିବାକୁ ଚେଷ୍ଟା କରିବେ ।
ଦିଲ୍ଲୀର କାଗିସୋ ରାବାଡା ୨୯ ୱିକେଟ ସହ ପ୍ରଥମ ସ୍ଥାନରେ ରହିଛନ୍ତି । ସେହିପରି ବୁମରାହ ୨୭ ଓ ବୋଲ୍ଟ ୨୨ଟି ୱିକେଟ ନେଇ ତାଙ୍କ ପଛକୁ ରହିଛନ୍ତି । ତେବେ ଆଜିର ମ୍ୟାଚରେ ବୁମରାହ ଓ ରାବାଡାଙ୍କ ମଧ୍ୟରେ ଲଢେଇ ହେବ । କାରଣ ବୋଲ୍ଟ ଏହି ଦୁଇ ଜଣଙ୍କଠାରୁ ବହୁ ବ୍ୟବଧାନରେ ରହିଛନ୍ତି ।
ସେହିପରି ଅରେଞ୍ଜ କ୍ୟାପରେ କେଏଲ ରାହୁଲ ୬୭୦ ରନ ସହ ପ୍ରଥମ ସ୍ଥାନରେ ରହିଛନ୍ତି । ତେବେ ତାଙ୍କ ପଛକୁ ଶିଖର ଧୱନ ୬୦୩ ରନରେ ରହିଛନ୍ତି । ତେବେ ଧୱନଙ୍କୁ ଅରେଞ୍ଜ କ୍ୟାପ ପାଇଁ ୬୮ ରନର ଆବଶ୍ୟକତା ରହିଛି । ତେଣୁ ଆଜିର ମ୍ୟାଚରେ ଧୱନଙ୍କ ପାଖରେ ପର୍ପଲ କ୍ୟାପ ହାତେଇବା ପାଇଁ ସୁଯେଗ ରହିଛି ।
ଚଳିତ ଆଇପିଏଲରେ ଦିଲ୍ଲୀ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ତେଣୁ ଏଥର ଆଇପିଏଲରେ ନୂଆ ଚାମ୍ପିୟନ ହେବାର ଆଶଙ୍କା ରହିଛି । ସେହିପରି ମୁମ୍ବାଇ ମଧ୍ୟ ଷଷ୍ଠ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ଏଥର ମୁମ୍ବାଇ ଯଦି ଚାମ୍ପିୟନ ହୁଏ ତେବେ ପଞ୍ଚମ ଥର ପାଇଁ ପୁଣି ଇତିହାସ ସୃଷ୍ଟି କରିବ ।