କନକବ୍ୟୁରୋ: କିଏ ହେବେ ପରବର୍ତ୍ତୀ ପିସିସି ସଭାପତି । କଂଗ୍ରେସ ଶିବିରରେ ଚାଲଛି ମାନସ ମନ୍ଥନ । ଦିଲ୍ଲୀରୁ ଫେରିବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ଓଡ଼ିଶା ସ୍ୱାର୍ଥ ପାଇଁ ଯିଏ ଲଢ଼ିପାରୁଥିବ, ସରକାରରେ ଆସିବା ପାଇଁ ଯିଏ ସମ୍ପୂର୍ଣ ପ୍ରୟାସ କରିପାରୁଥିବ ସେଭଳି ଲୋକଙ୍କୁ ଏଆଇସିସି ପିସିସି ସଭାପତି ଭାବେ ନିଯୁକ୍ତ କରିବ ବୋଲି ସେ କହିଛନ୍ତି । ବ୍ୟକ୍ତିଗତ ଆଉ ଦଳଗତ ଇଛା ଭିନ୍ନ। ତେଣୁ ଯାହା ନିଷ୍ପତି ନିଆଯିବ ତାହା ସମସ୍ତେ ଗ୍ରହଣ କରିବେ ।