କନକ ବ୍ୟୁରୋ : ଆମେଠିରୁ ନିର୍ବାଚନ ହାରିଥିବା ସ୍ମୃତି ଇରାନୀ ବିଜେପି ରାଷ୍ଟ୍ରୀୟ ସଭାପତି ପାଇଁ ମୁଖ୍ୟ ଦାବିଦାର ହୋଇପାରନ୍ତି । ମହିଳା ଚେହେରାଙ୍କ ସହ ବିରୋଧୀଙ୍କୁ କଡ଼ା ଜବାବ ଦେବାରେ ସ୍ମୃତି ସବୁବେଳେ ଆଗରେ ରହିଥାନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଶ୍ୱସ୍ତ ସ୍ମୃତି ନିଜ ଔଜସ୍ୱନୀ ଭାଷଣ ମାଧ୍ୟମରେ ଷ୍ଟାର ପ୍ରଚାରକର ଭୂମିକା ମଧ୍ୟ ତୁଳାଇଛନ୍ତି । ଆଗାମୀ ଦିନରେ ମହିଳା ସଂରକ୍ଷଣ ଲାଗୁ ହେବାକୁ ଥିବାରୁ ସ୍ମୃତି ଯୋଗ୍ୟ ପ୍ରାର୍ଥୀ ହୋଇପାରନ୍ତି । ମାତ୍ର ସଂଗଠନରେ କୌଣସି ଅଭିଜ୍ଞତା ନଥିବା ଓ ବହୁ କନିଷ୍ଠ ହୋଇଥିବାର ନିଷ୍ପତି ତାଙ୍କ ବରୋଧରେ ଯାଇପାରେ । ସେହିଭଳି ୨୦୦୮ରୁ ଲୋକସଭାକୁ ନିର୍ବାଚିତ ହେଉଥିବା ଅନ୍ୟତମ ହେଭିୱେଟ ଅନୁରାଗ ଠାକୁର ମଧ୍ୟ ସଭାପତି ପଦ ପାଇଁ ଉପଯୁକ୍ତ ହୋଇପାରନ୍ତି ।ଯୁବଚେହେରା, ଲଗାତାର ବିଜୟ ତଥା ତୁଙ୍ଗ ନେତୃତ୍ୱ ସହ ଭଲ ସମ୍ପର୍କ ତାଙ୍କୁ ରାଷ୍ଟ୍ରୀୟ ସଭାପତି କରିବାରେ ସହାୟକ ହୋଇପାରେ । ଜେପି ନଡ୍ଡାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ , ମନ୍ତ୍ରୀପଦରୁ ବଂଚିତ ଅନୁରାଗଙ୍କୁ ସଭାପତି ପଦ ଦେଇ ଦଳ ସନ୍ତୁଷ୍ଟ କରିବାକୁ ଚାହିଁବା ।

Advertisment

ଅନ୍ୟପକ୍ଷରେ ସାଂଗଠନିକ ଚେହେରା ମଧ୍ୟରୁ ସାଧାରଣ ସମ୍ପାଦକ ବିନୋଦ ତାୱଡେ ଓ ସୁନିଲ ବଂଶଲ ନାଁ ମଧ୍ୟ ଏହି ଚର୍ଚ୍ଚାରେ ସାମିଲ ହୋଇଛି । ମହାରାଷ୍ଟ୍ର ରାଜନୀତିରୁ କେନ୍ଦ୍ର ସଂଗଠନରୁ ଆସଥିବା ବିନୋଦ ତାୱଡେ ଗତ କିଛି ଦିନ ଧରି ଦଳର ଜଣେ ଭଲ ସାଧାରଣ ସମ୍ପାଦକ ଭାବେ ଗଣାଯାଉଛନ୍ତି ।ଆଗାମୀ ବିଧାନସଭା ନିର୍ବାଚନ ଦୃଷ୍ଟିରୁ ବିନୋଦଙ୍କୁ ରାଷ୍ଟ୍ରୀୟ ସଭାପତି କରି ମହାରାଷ୍ଟ୍ରରେ ରାଜନୀତିକୁ ପ୍ରଭାବିତ କରିବାକୁ ଲକ୍ଷ୍ୟ ରଖିଛି ବିଜେପି । ସେହିଭଳି ଅନ୍ୟତମ ବରିଷ୍ଠ ସଂଗଠକ ସୁନିଲ ବଂଶଲ ଓଡିଶାରେ ବିଜେପି ପ୍ରଦର୍ଶନ ନେଇ ଖୁବ ପ୍ରଶଂସା ପାଇଛନ୍ତି । ପୂର୍ବରୁ ଉତରପ୍ରଦେଶ ବିଧାନସଭା ନିର୍ବାଚନର ସଫଳତା ତାଙ୍କ ନାଁରେ ଯାଇଥିଲା ।ତେଣୁ ସୁନିଲ ମଧ୍ୟ ରାଷ୍ଟ୍ରୀୟ ସଭାପତି ହେବାର ସମସ୍ତ ଯୋଗ୍ୟତା ରଖିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ଓମ ମାଥୁର, ଓବିିସି ମୋର୍ଚ୍ଚ ସଭାପତ କେ,ଲକ୍ଷ୍ମଣ ମଧ୍ୟରେ ସଭାପତି ରେସରେ ଅଛନ୍ତି । ମାତ୍ର ଏହି ସବୁ ନାଁ ମଧ୍ୟରେ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ସହମତି ପରେ ସଭାପତିଙ୍କ ନାଁ ଘୋଷଣା କରାଯାଇପାରେ ।